ୟୁକ୍ରେନ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ଘଟଣା, ନିଜ ଭୁଲ ସ୍ୱୀକାର କଲା ଇରାନୀ ସେନା


ଶେଷରେ ଇରାନ ସ୍ୱୀକାର କରିଛି କି ତାଙ୍କ ସେନାଙ୍କ ଭୁଲ ଯୋଗୁଁ ୟୁକ୍ରେନ ଯାତ୍ରୀ ବିମାନ ୭୩୭କୁ ମାରି ଗଳାଇ ଦିଆଯାଇଛି । ଏହି ବିମାନରେ ୧୭୬ ଜଣ ଯାତ୍ରୀ ଯାତ୍ରା କରୁଥିବାବେଳେ ସମସ୍ତଙ୍କୁ ମୃତ୍ୟୁ ଘଟିଛି । ଆମେରିକା ଠାରୁ ନିଜର ପ୍ରତିଶୋଧ ନେବାକୁ ଯାଇ ଇରାନ ଏହି ଭୁଲ କରିଥିବାର ବର୍ତ୍ତମାନ ସ୍ୱୀକାର କରିଛି । ଏହି ଘଟଣାଟି ସେହି ସମୟରେ ଘଟିଛି ଯେତେବେଳେ ଇରାନ, ଆମେରିକା ଠାରୁ ନିଜର ପ୍ରତିଶୋଧ ନେବାକୁ ଯାଇ ଇରାନସ୍ଥିତ ଆମେରିକାର ସୈନ୍ୟ କ୍ୟାମ୍ପ ଉପରେ ରକେଟ ମାଡ କରିଥିଲା ।
ଏହି ସଂପର୍କରେ ପ୍ରତିକ୍ରିୟା ରଖି ଇରାନର ବୈଦେଶିକ ମନ୍ତ୍ରୀ ଜାବେଦ ତାରିଫ କହିଛନ୍ତି ଯେ, “ଆମେରିକା ଠାରୁ ପ୍ରତିଶୋଧ ନେବାକୁ ଯାଇ ଆମ ସୈନ୍ୟଙ୍କ ଦ୍ୱାରା ହୋଇଯାଇଥିବା ଭୁଲ ଯୋଗୁଁ ଏକ ବଡ ଅଘଟଣ ଘଟିଯାଇଛି । ଆମେ ଏଥିପାଇଁ ବହୁତ ଦୁଃଖିତ ଏବଂ ଆମେ ଆମ ଲୋକଙ୍କୁ, ତାଙ୍କ ପରିବାରଙ୍କୁ ଓ ଅନ୍ୟ ଦେଶମାନଙ୍କୁ ଏଥିପାଇଁ ଭୁଲ ମାଗୁଛି ଯେଉଁମାନେ ଏହି ଅଘଟଣରେ ଶୀକାର ହୋଇଛନ୍ତି ।”
ପ୍ରକାଶ ଥାଉକି, ୟୁକ୍ରେନ ଆନ୍ତର୍ଜାତିକ ବିମାନ ବନ୍ଦରର ବୋଇଙ୍ଗ ୭୩୭ ବିମାନ ତେହରାନରୁ ଉଡାଣ ଭରିବାର କିଛି ସମୟ ମଧ୍ୟରେ ଏହା ଦୁର୍ଘଟଣାଗ୍ରସ୍ତ ଘଟିଥିଲା । ଇରାନ ପକ୍ଷରୁ ଇରାକସ୍ଥିତ ଆମେରିକା ସୈନ୍ୟ କ୍ୟାମ୍ପମାନଙ୍କ ଉପରେ କରାଯାଉଥିବା ରକେଟ ମାଡର କିଛି ସମୟ ମଧ୍ୟରେ ଏହି ଅଘଟଣ ଘଟିଥିଲା । ଏହି ବିମାନଟି ଇରାନ ରାଜଧାନୀ କିୱି ଅଭିମୁଖେ ଯାଉଥିଲା । ବୁଧବାର ଦିନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏହି ବିମାନରେ ଇରାନର ୮୨ ଜଣ, କାନାଡାର ୬୩ ଜଣ, ୟୁକ୍ରେନର ୧୧ ଜଣ, ସ୍ୱିଡେନର ୧୦ ଜଣ ଏବଂ ଆଫଗାନିସ୍ଥାନର ୪ଜଣ ଯାତୀ ଯାତ୍ରା କରୁଥିଲେ ।


Share It

Comments are closed.