ବାହା ନହେବାରୁ ପ୍ରେମିକକୁ ହାଣି ହତ୍ୟା କଲା ପ୍ରେମିକା


ପ୍ରେମ ପ୍ରତାରଣାରୁ ହତ୍ୟା । ଆଉ ତା’ପରେ ଥାନାରେ ପ୍ରେମିକାର ଆତ୍ମସମର୍ପଣ । ଏମିତି ଏକ ଘଟଣା ବାଲେଶ୍ୱର ଜିଲ୍ଲାର ଗୁଡିପଦା ଅଞ୍ଚଳରେ ଘଟିଥିବାବେଳେ ମୃତ ବ୍ୟକ୍ତି ଜଣକ ହେଲେ ବାଢା ମାରାଣ୍ଡି । ମିଳିଥିବା ସୂଚନା ମୁତାବକ ଉକ୍ତ ବ୍ୟକ୍ତି ଜଣକ ପୂର୍ବରୁ ବିବାହିତ ଏବଂ ଦୁଇଟି ସନ୍ତାନ ବାପା ଥିବାବେଳେ ଅନ୍ୟ ଜଣ ମହିଳାଙ୍କ ସହ ଭିତିରି ପ୍ରେମ ସଂପର୍କ ଗଢି ଉଠିଥିଲା ।
ବ୍ୟକ୍ତି ଜଣକ ବିବାହିତ ହୋଇଥିବା ସତ୍ତେ୍ୱ ମଧ୍ୟ ତାଙ୍କ ପ୍ରେମିକାଙ୍କୁ ନେଇ ସେ ବାଲେଶ୍ୱରସ୍ଥିତ ଏକ ଭଡା ଘରେ ରହୁଥିଲେ । କେବଳ ଏତିକି ନୁହେଁ ବ୍ୟକ୍ତି ଜଣକ ପ୍ରେମିକାଙ୍କୁ ବିବାହର ପ୍ରତିଶୃତି ଦେଇ ତାଙ୍କ ସହ ଅନୈତିକ ସଂପର୍କ ମଧ୍ୟ ସ୍ଥାପନ କରିଥିଲେ । ଉଭୟଙ୍କ ମଧ୍ୟରେ ବିବାହକୁ ନେଇ ସବୁବେଳେ ବଚସା ଲାଗି ରହୁଥିବାବେଳେ କିନ୍ତୁ ପରବର୍ତ୍ତୀ ମୂହୂର୍ତ୍ତରେ ପ୍ରେମିକ ଜଣକ ପ୍ରେମିକାଙ୍କୁ ବିବାହ ପାଇଁ ମନା କରିଦେଇଥିଲେ ।
ସେଥିପାଇଁ ପ୍ରେମିକା ଜଣକ ଶେଷରେ ଚରମ ପଦକ୍ଷେପ ନେଇଥିଲେ ଏବଂ ରାତିରେ ପ୍ରେମିକ ବାଢା ମାରାଣ୍ଡି ଶୋଇଥିବାବେଳେ ସେ ତାଙ୍କୁ ଏକ ଧାରୁଆ ଭୁଜାଲିରେ ହାଣି ହତ୍ୟା କରିଥିଲେ ।


Share It

Comments are closed.