ଅକ୍ଷୟଙ୍କ ପରି ଦେଖାଯାଉଥିବା ବ୍ୟକ୍ତିଙ୍କ ଫଟୋ ସୋସିଆଲ ମିଡିଆରେ ହେଲା ଭାଇରାଲ


ସାମଜସେବା ଠାରୁ ଆରମ୍ଭ କରି ଫିଲ୍ମ ଜଗତକୁ ଅନେକ ଗୁଡିଏ ହିଟ ଫିଲ୍ମ ଭେଟି ଦେଇ ସମସ୍ତଙ୍କ ଠାରୁ ପ୍ରଶଂସା ସାଉଁଟୁ ଥିବା ଲୋକପ୍ରିୟ ଅଭିନେତା ଅକ୍ଷୟ କୁମାର ବର୍ତ୍ତମାନ ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ନିକଟ କିଛି ଦିନ ତଳେ ରିଲିଜ ହୋଇଥିବା ‘ମିସନ ମଙ୍ଗଲ’ ବକ୍ସ ଅଫିସରେ ସୁପର ହିଟ ପ୍ରମାଣିତ ହେବାପରେ ଏହି ମଧ୍ୟରେ ତାଙ୍କରି ପରି ଦେଖାଯାଉଥିବା ଜଣେ ବ୍ୟକ୍ତିଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ନେଇ ଅକ୍ଷୟ ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ।


ଆଜ୍ଞା ହଁ, ଅକ୍ଷୟଙ୍କ ପରି ଦେଖାଯାଉଥିବା ଏହି ବ୍ୟକ୍ତିଙ୍କ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି, ଯାହାଙ୍କ ନାମ ହେଉଛି ‘ମାଜିଦ ମିର ।’ ମାସିଦ କାଶ୍ମୀରର ମୂଳ ନିବାସୀ ହୋଇଥିବାବେଳେ ସେ ସର୍ବଦା ମୁଣ୍ଡରେ ଟୋପି ପିନ୍ଧୁଥିବାର ନଜର ଆସିଥାନ୍ତି କାରଣ ସେ ହେଉଛନ୍ତି କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାଷ୍କାରଙ୍କ ଜଣେ ବହୁତ ବଡ ପ୍ରଶଂସକ । କୁହାଯାଏ ସୁନିଲ ତାଙ୍କ ସମୟରେ ଯେପରି ମୁଣ୍ଡରେ ଟୋପୀ ପିନ୍ଧି ରହୁଥିଲେ ଠିକ ସେହିଭଳି ମାସିଦ ନିଜ ମୁଣ୍ଡରେ ଏଭଳି ଟୋପୀ ପିନ୍ଧଥାନ୍ତି ।


Share It

Comments are closed.