କାଶ୍ମୀର ପ୍ରସଙ୍ଗକୁ ନେଇ ଆଫ୍ରିଦିଙ୍କ ମନ୍ତବ୍ୟର କଡା ଜବାବ ଦେଲେ ଗମ୍ଭୀର


ଭାରତୀୟ ଦଳର ପୂର୍ବତ୍ତନ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀର ଏବଂ ପାକିସ୍ତାନ କ୍ରିକେଟ ଦଳର ପୂର୍ବତ୍ତନ ଅଧିନାୟକ ସୟଦ ଆଫ୍ରିଦିଙ୍କ ନିୟନ୍ତ୍ରଣ ରେଖା (ଏଲଓସି) ଗସ୍ତ ବୟାନକୁ ନେଇ ଉଭୟଙ୍କ ମଧ୍ୟରେ ପୁଣି ଥରେ କଥା କଟାକଟି ଆରମ୍ଭ ହୋଇଯାଇଛି । ଭାରତ ସରକାରଙ୍କ ଦ୍ୱାରା ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗକୁ ନେଇ ଆଫ୍ରିଦି ବୟାନ ଦେଇଥିଲେ ଯେ, “ସେ କାଶ୍ମୀରବାସୀଙ୍କ ସହ ଠିଆ ହୋଇଛନ୍ତି ଏବଂ ଏହାକୁ ପ୍ରମାଣିତ କରିବା ପାଇଁ ସେ ନିୟନ୍ତ୍ରଣ ରେଖା ଗସ୍ତ କରିବେ ।” ଆଫ୍ରିଦିଙ୍କ ଟ୍ୱିଟକୁ ନେଇ ଗମ୍ଭୀର ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, “ସାଙ୍ଗମାନେ, ଏହି ଫୁଟେଜରେ ଆଫ୍ରିଦି ନିଜେ ନିଜକୁ ପଚାରୁଛନ୍ତି ଯେ, ତାଙ୍କୁ ନିଜକୁ ପୁଣି ଥରେ ଲଜ୍ଜିତ କରିବା ପାଇଁ କରିବା ପଇଁ କ’ଣ କରିବାକୁ ପଡିବ ? ଯାହାଦ୍ୱାରା ପ୍ରମାଣିତ ହୋଇପାରିବ କି ଆଫ୍ରିଦି ଏବେ ପର୍ଯ୍ୟନ୍ତ ବି ବଡ ହୋଇପାରି ନାହାନ୍ତି ।


ମୁଁ ତାଙ୍କ ସାହାଯ୍ୟ କରିବା ପାଇଁ ପିଲାଙ୍କ କୋଚିଙ୍ଗର ବନ୍ଦୋବସ୍ତ କରାଉଛି ।”ପ୍ରକାଶ ଥାଉକି, ଆଫ୍ରିଦି ନିଜ ଟ୍ୱିଟରେ ଲେଖିଥିଲେ ଯେ, “ଆସନ୍ତୁ ଆମେ ସମସ୍ତ ଏକ ଦେଶ ରୂପରେ ଏକତ୍ରୀତ ହୋଇ ପ୍ରଧାନମନ୍ତ୍ରୀଙ୍କର ‘କବଗ୍ଦଷଜ୍ଞସକ୍ସ ଐକ୍ଟଙ୍କକ୍ସ’ର ଅଂଶ ହେବା । ଶୁକ୍ରବାର ଅପରାହ୍ନ ୧୨ରେ ‘ମଜାର-ଏ-କୈଡ’ରେ ରହିବି । ମୋ ସହ କାଶ୍ମୀରିଙ୍କୁ ଏକଜୁଟ କରିବା ପାଇଁ ଏକାଠି ହୁଅନ୍ତୁ । ମୁଁ ଜଲଦୀ ନିୟନ୍ତ୍ରଣ ରେଖା ଯିବି (ଏଲଓସି) । ”


Share It

Comments are closed.