ଆନ୍ତର୍ଜାତୀୟ ନର୍ସେସ ଡେ: ଆଧୁନିକ ନର୍ସିଙ୍ଗର ଜନନୀ ତଥା ‘ଲେଡି ୱିଥ ଲ୍ୟାମ୍ପ’ ନାମରେ ଜଣାଶୁଣା ଏହି ମହିୟସୀ ମହିଳାଙ୍କ କାହାଣୀ ବିଷୟରେ ଜାଣନ୍ତୁ

Share It

ମେ ୧୨, ୧୮୨୦ରେ ଇଟାଲୀର ଫ୍ଲୋରେନ୍ସ ୱିଲିୟମ ନାଇଟିନଗେଲ ଏବଂ ଫେନିଙ୍କ ଘରେ ଜନ୍ମିତ ଫ୍ଲୋରେନ୍ସ ନାଇଟିନଗେଲ ଇଂଲଣ୍ଡରେ ବଢ଼ିଛନ୍ତି । ଫ୍ଲୋରେନ୍ସ ନାଇଟିନଗେଲଙ୍କୁ ଆଧୁନିକ ନର୍ସିଙ୍ଗର ଜନକ ରୂପେ ମାନ୍ୟତା ଦିଆଯାଇଥାଏ । ତାଙ୍କର ଜନ୍ମଦିବସର ଖାସ ଅବସରରେ ଅନ୍ତରାଷ୍ଟ୍ରିୟ ନର୍ସ ଦିବସ ପାଳନ କରାଯାଇଥାଏ । ଫୋ୍ଲରେନ୍ସଙ୍କୁ ୧୬ ବର୍ଷ ବୟସରେ ହୃଦୟଙ୍ଗମ ହୋଇଯାଇଥିଲା ଯେ ତାଙ୍କର ଜନ୍ମ କେବଳ ସେବା ପାଇଁ ହୋଇଛି ।
କିନ୍ତୁ ଧନବାନ ପିତା ୱିଲିୟମ, ଫ୍ଲୋରେନ୍ସଙ୍କ ଏହି ଇଚ୍ଛାର ଆଦୌ ପସନ୍ଦ କରୁନଥିଲେ । କାରଣ ନର୍ସିଙ୍ଗକୁ ସେହି ସମୟରେ ସମ୍ମ୍‌ାନିତ ପେସା ଭାବେ ଗ୍ରହଣ କରାଯାଉନଥିଲା । ହସପିଟାଲଗୁଡ଼ିକ ବହୁତ ଅପରିଷ୍କାର ଥିଲା । କିନ୍ତୁ ଶେଷରେ ଫ୍ଲୋରେନ୍ସ ସେବା ପାଇଁ ନିଜର ଜିଦିକୁ ବାସ୍ତବରେ ପରିଣତ କଲେ ଏବଂ ୧୮୫୧ରେ ସେ ନର୍ସିଙ୍ଗ ପାଇଁ ନିଜର ପାଠପଢ଼ା ଆରମ୍ଭ କରିଦେଲେ । ୧୮୫୩ରେ ସେ ଲଂଣ୍ଡନରେ ମହିଳାଙ୍କ ପାଇଁ ହସପିଟାଲ ଖୋଲିଲେ ।
୧୮୫୪ରେ ଯେବେ କ୍ରିମିୟାରେ ଯୁଦ୍ଧ ହେଲା ସେତେବେଳେ ବ୍ରିଟିଶ ସୈନିକଙ୍କୁ ରୁଷର ଦକ୍ଷିଣସ୍ଥିତ କ୍ରିମିୟାରେ ଲଢ଼ିବା ପାଇଁ ପଠାଗଲା । ବ୍ରିଟେନ, ଫ୍ରାନ୍ସ ଏବଂ ତୁର୍କୀର ଲଢେଇ ରୁଷ ସହିତ ଥିଲା । ଏହି ଯୁଦ୍ଧରେ ସୈନିକଙ୍କ ଆହତ ଏବଂ ମୃତ୍ୟୁ ହେବାର ଖବର ପାଇବା ପରେ ଫ୍ଲୋରେନ୍ସ ନର୍ସଙ୍କର ଏକ ଟିମ ଧରି ଯୁଦ୍ଧସ୍ଥଳରେ ପହଂଚିଗଲେ । ସେଠାର ଅବସ୍ଥା ବହୁତ ଖରାପ ଥିଲା । ଅପରିଷ୍କାର, ଦୁର୍ଗନ୍ଧ, ଉପକରଣର ଅଭାବ, ବେଡ, ପାନୀୟଜଳର ଅଭାବ ଭଳି ଅନେକ ଅସୁବିଧା ମଧ୍ୟରେ ରୋଗ ଦ୍ରୁତ ଗତିରେ ମାଡ଼ିବାକୁ ଲାଗିଲା ଏବଂ ସୈନିକମାନଙ୍କର ସଂକ୍ରମଣରେ ମୃତ୍ୟୁ ହୋଇଗଲା । ଏଭଳି ସମୟରେ ଫ୍ଲୋରେନ୍ସ ହସପିଟାଲର ଅବସ୍ଥା ସୁଧାରିବା ସହିତ ରୋଗୀମାନଙ୍କର ଗାଧୋଇବା, ଖାଇବା, କ୍ଷତସ୍ଥାନର ଡ୍ରେସିଙ୍ଗ ଆଦି ଉପରେ ବିଶେଷ ଧ୍ୟାନ ଦେଲେ । ଧିରେ ଧିରେ ସୈନିକମାନଙ୍କ ଅବସ୍ଥା ସୁଧୁରିବାରେ ଦେଖାଗଲା ।
ଫ୍ଲୋରେନ୍ସ ଦିନ ରାତି ରୋଗୀଙ୍କ ଉପରେ ନଜର ରଖୁଥିଲେ । ଦିନ ରାତି ଅନିଦ୍ରା ରହି ସୈନିକଙ୍କର ସେବା କରୁଥିଲେ । ସୈନିକଙ୍କୁ ତରଫରୁ ଚିଠି ଲେଖି ଫ୍ଲୋରେନ୍ସ ସେମାନଙ୍କ ପରିବାର ନୀକଟକୁ ପଠାଉଥିଲେ । ରାତିରେ ହାତରେ ଲଣ୍ଠନ ଧରି ସେ ରୋଗୀମାନଙ୍କୁ ଦେଖିବାକୁ ଯାଉଥିଲେ ଏବଂ ଏହି କାରଣରୁ ସୈନିକମାନେ ତାଙ୍କୁ ‘ଲେଡି ୱିଥ ଲ୍ୟାମ୍ପ’ ବୋଲି କହୁଥିଲେ । ଏହା ପରଠାରୁ ସେ ଏହି ନାମରେ ଜଣାଶୁଣା ହେବାକୁ ଲାଗିଲେ ।
୧୩ ଅଗଷ୍ଟ, ୧୯୧୯ରେ ଫ୍ଲୋରେନ୍ସ ନାଇଟିନଗେଲଙ୍କର ନିଧନ ହୋଇଗଲା । ଫ୍ଲୋରେନ୍ସ ନାଇଟିନଗେଲଙ୍କର ସମ୍ମାନରେ ତାଙ୍କର ଜନ୍ମ ଦିବସକୁ ନର୍ସ ଦିବସ ଭାବେ ପାଳନ କରାଗଲା । ଏହି ଖାସ ଅବସରରେ ନର୍ସିଙ୍ଗ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ନର୍ସମାନଙ୍କୁ ଫ୍ଲୋରେନ୍ସ ନାଇଟିନଗେଲ ପୁରସ୍କାରରେ ସମ୍ମାନିତ ମଧ୍ୟ କରାଯାଇଥାଏ ।


Share It

Comments are closed.