ଭାରତ ବିରୋଧୀ ବୟାନ ପାଇଁ ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନ୍-ଫୱାଦ ଖାନଙ୍କୁ ନିନ୍ଦା କଲା ଅଲ୍ ଇଣ୍ଡିଆନ୍ ସିନେ ୱାର୍କର୍ସ ଆସୋସିଏସନ୍

Share It

ନୂଆଦିଲ୍ଲୀ: ମେ’ ୭ ତାରିଖରେ ଭାରତ ପାକିସ୍ତାନରେ ଥିବା ଆତଙ୍କବାଦୀଙ୍କୁ କଡ଼ା ଜବାବ ଦେବା ସହ ସେମାନଙ୍କର ୯ଟି ଆଶ୍ରୟସ୍ଥଳକୁ ଧ୍ୱଂସ କରିଥିଲା। ଭାରତୀୟ ସେନା ଏହି ଆକ୍ସନ ଅପରେସନକୁ ସିନ୍ଦୁର ନାମ ଦେଇଛି । ୧୫ ଦିନ ତଳେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ନିରୀହ ଲୋକଙ୍କ ମୃତ୍ୟୁର ପ୍ରତିଶୋଧ ନେଇଥିବାରୁ ଦେଶବାସୀ ଖୁସି ଥିବା ଜଣାପଡିଛି । ଅନେକ ପାକିସ୍ତାନୀ କଳାକାର ନିଜ ସୋସିଆଲ  ପ୍ରୋଫାଇଲ୍ ରେ ଏହି ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଛନ୍ତି। ଏଥିରେ ପାକିସ୍ତାନୀ କଳାକାର ଫୱାଦ ଖାନ ଏବଂ ମାହିରା ଖାନ ମଧ୍ୟ ସାମିଲ ଥିଲେ, ଯେଉଁମାନେ ଏକଦା ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଥିଲେ । ଏବେ ଇଣ୍ଡିଆନ୍ ସିନେ ଆସୋସିଏସନ୍ ଭାରତରେ ଏଭଳି କଳାକାରଙ୍କୁ ନିଷିଦ୍ଧ କରିବାକୁ ଦାବି କରିଛି।

ଫୱାଦ ଓ ମାହିରା ଖାନ୍ ଭାରତୀୟ ସେନାକୁ ସମାଲୋଚନା କରିଛନ୍ତି

ବୁଧବାର ଅଲ୍ ଇଣ୍ଡିଆନ୍ ସିନେ ୱାର୍କର୍ସ ଆସୋସିଏସନ୍ (ଏଆଇସିଡବ୍ଲ୍ୟୁଏ) ତା’ର ଏକ୍ସ ଆକାଉଣ୍ଟରେ ଟୁଇଟ୍ କରିଛି। ଏଥିରେ ସେ ଲେଖିଛନ୍ତି, ‘ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନ୍ ଏବଂ ଅଭିନେତ୍ରୀ ଫୱାଦ ଖାନ୍ ଙ୍କ ଭାରତ ବିରୋଧୀ ବୟାନକୁ ଦୃଢ଼ ନିନ୍ଦା କରୁଛି, ଯେଉଁମାନେ ଖୋଲାଖୋଲି ଭାବେ ଭାରତକୁ ସମାଲୋଚନା କରିଛନ୍ତି ଏବଂ ଏହାର ସାର୍ବଭୌମତ୍ୱ ରକ୍ଷା ପାଇଁ ଦେଶର କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠାଇଛନ୍ତି। ମାହିରା ଖାନ୍ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନକୁ କାପୁରୁଷତାପୂର୍ଣ୍ଣ କାର୍ଯ୍ୟ ବୋଲି କହୁଥିବା ବେଳେ ଫୱାଦ ଖାନ୍ ଆତଙ୍କବାଦକୁ ନିନ୍ଦା କରିବା ପରିବର୍ତ୍ତେ ଭାରତର ଆଭିମୁଖ୍ୟକୁ ସମାଲୋଚନା କରିଛନ୍ତି।

ପାକିସ୍ତାନର ମନୋରଞ୍ଜନ ଶିଳ୍ପ ଉପରେ ଆକ୍ରମଣ

ଅଲ୍ ଇଣ୍ଡିଆନ୍ ସିନେ ଓ୍ଵାର୍କର୍ସ ଆସୋସିଏସନ୍ ପାକିସ୍ତାନ ମନୋରଞ୍ଜନ ଶିଳ୍ପ ବିଷୟରେ ଲେଖିଛି, ‘ଏଆଇସିଡବ୍ଲୁଏ ଭାରତରେ କାମ କରୁଥିବା ପାକିସ୍ତାନୀ କଳାକାର, ଚଳଚ୍ଚିତ୍ର ନିର୍ମାତା ଏବଂ ଫାଇନାନ୍ସରଙ୍କ ଉପରେ କଠୋର ଏବଂ ସମ୍ପୂର୍ଣ୍ଣ ନିଷେଧାଦେଶ ନିଶ୍ଚିତ କରିଛି। କୌଣସି ଭାରତୀୟ କଳାକାର କୌଣସି ପାକିସ୍ତାନୀ ପ୍ରତିଭାଙ୍କ ସହ ସହଯୋଗ କରିବେ ନାହିଁ କିମ୍ବା ସେମାନଙ୍କ ସହିତ କୌଣସି ବିଶ୍ୱସ୍ତରୀୟ ପ୍ଲାଟଫର୍ମ ଅଂଶୀଦାର କରିବେ ନାହିଁ । ଏହାବ୍ୟତୀତ ପାକିସ୍ତାନୀ କଳାକାରମାନଙ୍କୁ ସବୁ ପ୍ରକାର ସମର୍ଥନ ବନ୍ଦ କରିବାକୁ ସିନେ ଆସୋସିଏସନ୍ ଅନୁରୋଧ କରିଛି।


Share It

Comments are closed.