ବିଶ୍ୱର ଅଗ୍ରଣୀ ସ୍ମାର୍ଟଫୋନ୍ ବ୍ରାଣ୍ଡ ରିଅଲ୍ମି ଏହାର ପ୍ରଥମ ୫ଜି ଫୋନ୍ର ଶୁଭାରମ୍ଭ କରିଛି, ଯାହାକି ଏହି ଫ୍ଲାଗ୍ସିପ ମଡେଲର ପ୍ରଥମ ବ୍ୟାଚ୍ ହୋଇଥିବା ବେଳେ କ୍ୱାଲ୍କମ୍ ସ୍ନାପ୍ଡ୍ରାଗନ ୮୬୫ ୫ଜି ମୋବାଇଲ ପ୍ଲାଟ୍ଫର୍ମ ଦ୍ୱାରା ପରିଚାଳିତ ଓ ଏନ୍ଏସ୍ଏ/ଏସ୍ଏ ୫ଜି ନେଟ୍ୱର୍କକୁ ସପୋର୍ଟ କରୁଛି ।
ଏଥିରେ ଥିବା ୬ ଷ୍ଟେଲାର କ୍ୟାମେରା ବିକଳ୍ପ, ୨୦ ଗୁଣ ଜୁମ୍ ସହ ୬୪ ମେଗାପିକ୍ସେଲ କ୍ୱାଡ୍ କ୍ୟାମେରା ଓ ଡୁଆଲ୍ ଇନ୍-ଡିସ୍ପ୍ଲେ ୱାଇଡ୍ ଆଙ୍ଗେଲ୍ ଲେନ୍ସ ସହିତ ଉପଭୋକ୍ତାମାନେ ସମ୍ପୂର୍ଣ୍ଣ ଓ ସନ୍ତୋଷଜନକ ସୁଟିଙ୍ଗ୍ ଅଭିଜ୍ଞତା ପାଇବାକୁ ସକ୍ଷମ ହେବେ । ରିଅଲ୍ମି ଏକ୍ସ୫୦ ପ୍ରୋ ୫ଜିରେ ଯେକୌଣସି ସ୍ମାର୍ଟଫୋନ୍ ତୁଳନାରେ ସର୍ବାଧିକ ଶକ୍ତିଶାଳୀ ପ୍ରୋସେସର୍ ସ୍ନାପ୍ଡ୍ରାଗନ୍ ୮୬୫ ରହିଛି । ଏହି ଫୋନ୍ ଏକ ବିଶାଳ ୪୨୦୦ ଏମ୍ଏଏଚ୍ ବ୍ୟାଟେରୀ ସହ ବିଶ୍ୱର ଦ୍ରୁତତମ ଚାର୍ଜିଙ୍ଗ୍ ୬୫ୱାଟ୍ ସୁପର୍ଡାର୍ଟର ମିଶ୍ରଣ ସର୍ବାଧିକ ଅନୁଭୂତି ପ୍ରଦାନ କରୁଛି । ରିଅଲ୍ମି ଏକ୍ସ୫୦ ପ୍ରୋଜ ୫ଜି ଦୁଇଟି ରଙ୍ଗରେ ଓ ୩ଟି ଭାରିଆଂଟ୍ରେ ଉପଲବ୍ଧ ହେଉଛି ଏବଂ ଏହାର ମୂଲ୍ୟ ୬ଜିବି+୧୨୮ଜିବି ଭାରିଆଂଟ୍ ପାଇଁ ୩୭,୯୯୯ ଟଙ୍କା, ୮ଜିବି+୧୨୮ଜିବି ପାଇଁ ୩୯,୯୯୯ ଟଙ୍କା ଓ ୧୨ଜିବି+୨୫୬ଜିବି ପାଇଁ ୪୪,୯୯୯ ଟଙ୍କା ରହିଛି । ଏହା ଫେବୃଆରୀ ୨୪ ତାରିଖ ସନ୍ଧ୍ୟା ୬ଟାରୁ ଫ୍ଲିପ୍କାର୍ଟ ଓ ରିୟଲ୍ମି.କମ୍ରେ ବିକ୍ରି ପାଇଁ ଉପଲବ୍ଧ ହୋଇଛି ।
ରିଅଲ୍ମି ଏକ୍ସ୫୦ ପ୍ରୋ ୫ଜିର ଶୁବାରମ୍ଭ ସମ୍ପର୍କରେ ଘୋଷଣା କରି ରିଅଲ୍ମି ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ମାଧବ ସେଠ୍ କହିଛନ୍ତି, “ଆମେ ଭାରତର ପ୍ରଥମ ୫ଜି, ସୁପରଫାଷ୍ଟ ଓ ପ୍ରଦର୍ଶନ ପରିଚାଳିତ ସ୍ମାର୍ଟଫୋନ୍ ରିୟଲ୍ମି ଏକ୍ସ୫୦ ପ୍ରୋ ୫ଜିର ଉନ୍ମୋଚନ କରି ଖୁବ୍ ଗର୍ବିତ । ସର୍ବୋତମ ପ୍ରଦର୍ଶନ, ଡିଜାଇନ୍ ଓ ଗୁଣବତା ଥିବା ରିଅଲ୍ମି ଏକ୍ସ୫୦ ପ୍ରୋ ୫ଜି ହେଉଛି ଭବିଷ୍ୟତ ପାଇଁ ଏକ ଟ୍ରେଣ୍ଡସେଟର୍ ଓ ଆମର ଏକ ନୂତନ ଶୁଭାରମ୍ଭ ।”
Comments are closed.