ଆସିଗଲା ବିଗ୍‌ବଜାରର ‘ଦି ଗ୍ରେଟ୍ ଏକ୍ସଚେଞ୍ଜ’ ଅଫର


ଭାରତର ଅଗ୍ରଣୀ ହାଇପର୍ ମାର୍କେଟ ସୃଙ୍ଖଳ ବିଗ୍ ବଜାର ପକ୍ଷରୁ ‘ଦି ଗ୍ରେଟ୍ ଏକ୍ସଚେଞ୍ଜ’ ଅଫରର ଘୋଷଣା କରାଯାଇଛି । ଏହି ଅଫର ସମୟରେ ଗ୍ରାହକମାନେ ସେମାନଙ୍କ ପୁରୁଣା ଜିନିଷକୁ ବଦଳ କରି ଆକର୍ଷଣୀୟ ରିହାତି କୁପନ ମାଧ୍ୟମରେ ନୂତନ ଜିନିଷ କ୍ରୟ କରିପାରିବେ । ଯେପରିକି ପୁରୁଣା ଖବରକାଗଜ ପାଇଁ ଗ୍ରାହକମାନେ କିଲୋ ପିଛା ୫୦ ଟଙ୍କାର, ବାସନକୁସନ କିଲୋ ପିଛା ୩୦୦ ଟଙ୍କାର ତଥା ଇଲେକ୍‌ଟ୍ରୋନିକ୍ ଉପକରଣରେ ସାମଗ୍ରୀ ପିଛା ୫୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ପାଇପାରିବେ । ଗ୍ରାହକମାନେ ଏକ୍ସଚେଞ୍ଜ ମୂଲ୍ୟକୁ ଆକଳନ କରିବା ପାଇଁ ଅନ୍‌ଲାଇନ୍ ଲିଙ୍କ http://bit.ly/2SguYpO କୁ ଯାଇପାରିବେ । ଏଥିସହିତ ସେମାନେ ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ୫୦ ଟଙ୍କା, ୧୦୦ ଟଙ୍କା ଓ ୨୫୦ ଟଙ୍କାର ରିହାତି କୁପନ ପାଇପାରିବେ ।

ଏହି ଅଫର୍ ବିଷୟରେ ଶ୍ରୀଯୁକ୍ତ ସଦାଶିବ ନାୟକ, ମୂଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ବିଗ୍ ବଜାର ପ୍ରକାଶ କରିଛନ୍ତି, “ଏକ ବ୍ରାଣ୍ଡ ଭାବରେ ଆମେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ସହିତ ଡିଲ କରିଥାଉ ଏବଂ ସମସ୍ତଙ୍କ ଘରେ ଥିବା ସମସ୍ୟାଗୁଡ଼ିକୁ ଆମେ ବୁଝିଥାଉ । ଆମେ ଆମର ଗ୍ରାହକମାନଙ୍କୁ ଉତ୍ତମ ଲାଭ ପ୍ରଦାନ କରିବାକୁ ଦୃଷ୍ଟିରେ ରଖି ଏହି ଏକ୍ସଚେଞ୍ଜ ଅଫର ଆଣିଛୁ । ଆଶା କରୁଛୁ ସବୁ ସମୟ ପରି ଏହି ମାସରେ ମଧ୍ୟ ଆମର ଗ୍ରାହକମାନେ ଏହିପରି ଏକ ଲାଭଦାୟକ ଅଫରର ସୁଯୋଗ ଉଠାଇବେ ।”


Share It

Comments are closed.