ନିଜ ପ୍ରେମିକାଙ୍କୁ ବିବାହ କରିବାକୁ ଯାଉଛନ୍ତି ସଞ୍ଜୁ ସାମସନ
[vc_row][vc_column][vc_column_text]ଭାରତୀୟ କ୍ରିକେଟ ଦଳର ଯୁବ କ୍ରିକେଟର ସଞ୍ଜୁ ସାମସନ ନିଜର ସହପାଠୀଙ୍କ ସହ ବିବାହ କରିବାକୁ ଯାଉଛନ୍ତି । ସଞ୍ଜୁ ନିଜର ଭାବି ପତ୍ନୀଙ୍କ ସହ ଉଠାଇଥିବା ଏକ ଫଟୋକୁ ସୋସିଆଲ ମିଡିଆରେ ସେୟାର କରିବା ସହ ସେ ଆସନ୍ତା ଡିସେମ୍ବରରେ ପରସ୍ପରଙ୍କୁ ବିବାହ କରିବେ ବୋଲି ସଞ୍ଜୁ ନିଜ ପ୍ରସଂଶକମାନଙ୍କୁ ସୂଚନା ଦେଇଛନ୍ତି । ସଞ୍ଜୁ ନିଜର କଲେଜ ବେଳର ସହପାଠୀ “ଚାରୁଲତା”ଙ୍କ ସହ ଆସନ୍ତା ଡିସେମ୍ବର ୨୨ରେ ବିବାହ କରିବେ ବୋଲି କହିଛନ୍ତି ।
କେରଳର ଏହି ୨୩ ବର୍ଷିୟ କ୍ରିକେଟର ସଞ୍ଜୁ ସାମସନ ଏବଂ ଚାରୁଲତାଙ୍କ ମଧ୍ୟରେ ଦୀର୍ଘ ୫ ବର୍ଷ ହେବ ପ୍ରେମ ସଂପର୍କ ରହି ଆସିଛି । ଯାହାର ଖୁଲାସା ସଞ୍ଜୁ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ କରିଛନ୍ତି । ସଞ୍ଜୁ ନିଜର ପ୍ରେମିକା ଚାରୁଲତାଙ୍କ ସହ ଏକ ଫଟୋକୁ ସୋସିଆଲ ମିଡିଆରେ ସେୟାର କରି ଲେଖିଛନ୍ତି ଯେ, “୨୨ ଅଗଷ୍ଟ, ୨୦୧୩ ରାତି ୧୧.୧୧ସମୟରେ ମୁଁ ଯେତେବେଳେ ତାଙ୍କୁ ହାୟ କରିକି ମେସେଜ କରିଥିଲି ଏବଂ ସେହି ଦିନ ଠାରୁ ଆରମ୍ଭ କରି ପ୍ରାୟ ୫ ବର୍ଷ ଯାଏଁ ତାଙ୍କ ସହ ଥିବା ଏକ ଫଟୋକୁ ସୋସିଆଲ ମିଡିଆରେ ସେୟାର କରିବା ପାଇଁ ଅପେକ୍ଷା କରିଥିଲି ଓ କହିବା ପାଇଁ ଚାହୁଥିଲେ ଯେ ମୁଁ ବର୍ତ୍ତମାନ ସେହି ସ୍ପେସାଲ ଝିଅର ପ୍ରେମରେ ପଡିଛି । ଚାରୁକୁ ନିଜ ପାଖରେ ପାଇ ମୁଁ ନିଜକୁ ବହୁତ ଖୁସି ଅନୁଭବ କରୁଛି । ”[/vc_column_text][vc_single_image image=”4725″ img_size=”full” alignment=”center”][vc_column_text]ସଞ୍ଜୁ ଏହା ମଧ୍ୟ ଲେଖିଛନ୍ତି ଯେ, “ଆମେ ଏକ ସାଙ୍ଗରେ ଅନେକ ସମୟ ବିତାଇଛୁ କିନ୍ତୁ କେବେବି ଏକା ସାଙ୍ଗେ ସର୍ବସାଧାରଣରେ ଚାଲିପାରୁ ନଥିଲୁ ହେଲେ ଆଜି ଆମେ ଆମ ପରିବାରବର୍ଗଙ୍କୁ କୃତଜ୍ଞତା ଜ୍ଞାପନ କରିବାକୁ ଚାହୁଁଛୁ ଯେ ସେ ଆମ ସମ୍ପର୍କକୁ ମାନ୍ୟତା ପ୍ରଦାନ କରିଛନ୍ତି । ”
ସଞ୍ଜୁଙ୍କ ପ୍ରେମିକା ‘ଏଲ ଚାରୁ’ଙ୍କ ପିତା ଜଣେ ବରିଷ୍ଠ ସାମ୍ବାଦିକ ଅଟନ୍ତି । ସେ ମଧ୍ୟ କହିଛନ୍ତି ଉଭୟ ୨୨ ଡିସେମ୍ବରରେ ବିବାହ ବନ୍ଧନରେ ବାନ୍ଧିହେବେ । ଉଭୟ ଏକାସାଙ୍ଗେ ମାର ଲାଭନିଓସ କଲେଜରେ ପାଠ ପଢୁଥିଲେ ।[/vc_column_text][/vc_column][/vc_row]
Comments are closed.