ହିନ୍ଦୁ ପରମ୍ପରାରେ ହେଲା ଏକ କୁକୁରର ଅନ୍ତିମ ସଂସ୍କାର


ଉତ୍ତରପ୍ରଦେଶର କାନପୁର ଏକ ନିଆର ଘଟଣା ଦେଖିବାକୁ ମିଳିଛି, ଯେଉଁଥିରେ ଶ୍ୟାମଲାଲ ନାମକ ଏକ କୁକୁରର ମୃତଦେହକୁ ହିନ୍ଦୁ ପରମ୍ପରା ଅନୁଯାୟୀ ଶବ-ଯାତ୍ରାରେ ବାହାର କରାଯାଇଥିଲା । କେବଳ ଏତିକି ନୁହେଁ ଶ୍ୟାମଲାଲର ମୃତ୍ୟୁ ପରେ ତା’ର ଅନ୍ତମ ଦର୍ଶନ ପାଇଁ ଗାଁ ସମସ୍ତ ଲୋକେ ଏକାଠି ରୁଣ୍ଡ ମଧ୍ୟ ହୋଇଥିଲେ । ଗାଁର ସମସ୍ତ ଲୋକ ଶ୍ୟାମଲାଲକୁ ହିନ୍ଦୁ ପରମ୍ପରା ଅନୁଯାୟୀ ସେଙ୍ଗର ନଦୀରେ ତା’ର ଅନ୍ତିମ ସଂସ୍କାର କରିଥିଲେ । ଅନ୍ତିମ ଯାତ୍ରା ସମୟରେ ତା’ର ଶବ ଉପରେ ଲୋକମାନେ ମାଲ୍ୟାର୍ପଣ ମଧ୍ୟ ପ୍ରଦାନ କରିଥିଲା ।
ଗାଁ ଲୋକମାନଙ୍କ କହିବା ଅନୁଯାୟୀ ଶ୍ୟାମଲାଲ ମନୁଷ୍ୟ ନଥିଲେ ମଧ୍ୟ ସେ ସମସ୍ତଙ୍କୁ ମଣିଷତ୍ୱର ଶିକ୍ଷା ଦେଇଥିଲା । ଶ୍ୟାମଲାଲର ଏହି କର୍ତ୍ତବ୍ୟ ପାଇଁ ସେ ଗାଁର ସମସ୍ତ ଲୋକମନରେ ପ୍ରିୟର ପାତ୍ର ହୋଇପାରିଥିଲା । ଗାଁ ଲୋକମାନେ ଶ୍ୟାମଲାଲକୁ ନିଜ ଘରର ସଦସ୍ୟ ଭଳି ଦେଖୁଥିଲେ । ସେ ଥିବା ସମୟରେ ଗାଁରେ କୌଣସି ବି ଅଘଟଣ ଘଟି ନାହିଁ ବୋଲି ଲୋକମାନଙ୍କ ମଧ୍ୟ ଏହା ବିଶ୍ୱାସ ମଧ୍ୟ ରହିଛି ।

ଶ୍ୟାମଲାଲ ସୋମବାର ଦିନ ହାଇୱେରେ ରାସ୍ତାପାର କରି ଗୋଟେ ପଟରୁ ଅନ୍ୟ ପଟକୁ ଯାଉଥିବା ସମୟରେ ଏକ ଅଜଣା ଗାଡି ତାକୁ ଧକ୍କା ଦେଇଥିଲା । ଶ୍ୟାମଲାଲ ଅଜଣା ଗାଡିର ଧକ୍କାରେ ଗୁରୁତ୍ୱର ଆହତ ହୋଇଯିବା ସହ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ଘଟିଛି । ତା’ର ମୃତ୍ୟୁ ଖବର ପାଇଲା ପରେ ଗାଁରେ ଶୋକର ଛାୟା ଖେଳିଯାଇଥିଲା । ଯାହା ଫଳରେ ଗାଁର ଲୋକମାନେ ତାକୁ ଚିର କାଳ ପର୍ଯ୍ୟନ୍ତ ମନେ ରଖିବା ପାଇଁ ଶ୍ୟାମଲାଲର ଶବ ଉପରେ ମାଲ୍ୟାର୍ପଣ ଅର୍ପଣ କରି ଏକ ଶବ-ଯାତ୍ରା ବାହାର କରିଥିଲେ ।
ଗାଁ ଲୋକମାନଙ୍କ କହିବା ଅନୁଯାୟୀ ଶ୍ୟାମଲାଲ କୁକୁର ହେଲେ ମଧ୍ୟ ସେ ମନୁଷ୍ୟ ପରି ବ୍ୟବହାର କରୁଥିଲା ଏବଂ ସେ କେବିବି କୁକୁରମାନଙ୍କ ଗୋଷ୍ଠୀରେ ରହୁନଥିଲା । ସେ ଗାଁ ଲୋକମାନଙ୍କ ପ୍ରିୟର ପାତ୍ର ଥିବା ହେତୁ ତାକୁ ସ୍ନେହରେ ସମସ୍ତ ଶ୍ୟାମଲାଲ ବୋଲି ଡାକୁଥିଲେ ।


Share It

Comments are closed.