ଏବେ ଜିଓ ଫୋନରେ ବି ଆପଣ ପାଇପାରିବେ ହ୍ୱାଟସ ଆପ


ଯଦି ଆପଣ ଜିଓ ଫୋନର ସେହି ଗ୍ରାହକ ଅଟନ୍ତି, ଯେଉଁମାନେ ହ୍ୱାଟସ ଆପକୁ ଅପେକ୍ଷା କରିଥିଲେ ତେବେ ସେମାନଙ୍କ ପାଇଁ ଏକ ଖୁସିର ଖବର । ଜିଓ ଫୋନରେ ବର୍ତ୍ତମାନ ହ୍ୱାଟସ ଆପ ଆସିଯାଇଛି । ଏବେ ଆପଣମାନେ ଜିଓର ୧୫୦୦ ଟଙ୍କିଆ ସ୍ମାର୍ଟଫୋନ ଏବଂ ନୂଆ ଜିଓ ଫୋନ ୨ରେ ହ୍ୱାଟସ ଆପ ବ୍ୟବହାର କରିପାରିବେ । ଏହା ଆମେ କହୁ ନାହୁଁ ବରଂ ହ୍ୱାଟସ ଆପ ନିଜେ ତାହାର ଅଫିସିଆଲ ବ୍ଲଗରେ ଏହି ସଂପର୍କରେ ସୂଚନା ଦେଇଛି ।
ତେବେ ଆସନ୍ତୁ ଜାଣିବା ଜିଓ ଫୋନରେ କିପରି ହ୍ୱାଟସ ଆପ ଡାଉନଲୋଡ କରିବେ ।
ସର୍ବପ୍ରଥମେ ଆପଣ ଜିଓ ଫୋନର ପ୍ଲାନକୁ ଯାଞ୍ଚ କରନ୍ତୁ । ଯଦି ଆପଣଙ୍କ ଫୋନରେ ଜିଓ ଫୋନର ପ୍ଲାନ ସରିଯାଇଛି ଏବଂ ଇଣ୍ଟରନେଟ ଚାଲୁ ନାହିଁ ତେବେ ପ୍ରଥମେ ଆପଣ ରିଚାର୍ଜ କରିଦିଅନ୍ତୁ କାରଣ ହ୍ୱାଟସଆପ ଡାଉନଲୋଡ କରିବାକୁ ହେଲେ ଇଣ୍ଟରନେଟ ନିହାତି ଆବଶ୍ୟକ । ଯଦି ଜିଓ ଫୋନରେ ଆଗରୁ ହ୍ୱାଟସଆପ ଡାଉନଲୋଡ ହୋଇକି ଅଛି ତେବେ ଫୋନରେ ଇଣ୍ଟରନେଟ କନେକସନ ଅନ କରନ୍ତୁ ।
ଏହା ପରେ ଫୋନରେ ଥିବା ଜିଓ ଷ୍ଟୋର ଆପକୁ ଯାଇ ଫେସବୁକ, ୟୁଟୁବ ଏବଂ ହ୍ୱାଟସଆପ ଭଳି ଆପ ଦେଖାଉଥିବା ବିକଳ୍ପ ଉପରେ କ୍ଲିକ କରିବେ ଯାହା ଫଳରେ ସେ ଆପଣଙ୍କୁ ଡାଉନଲୋଡ କରିବାର ବିକଳ୍ପକୁ ବାଛିବା ପାଇଁ କହିବା ।

ହ୍ୱାଟସଆପ ପାଇଁ ବାଛିଥିବା ଉକ୍ତ ବିକଳ୍ପକୁ ଡାଉନଲୋଡ କରିବାପରେ ଏହା ବିଧିବଧ ଭାବେ ଆପଣଙ୍କ ଫୋନରେ ଡାଉନଲୋଡ ହୋଇଯିବା । ଯାହାଫଳରେ ଆପଣ ନିଜର ୧୫୦୦ ଟଙ୍କିଆ ଜିଓ ଫୋନ ଏବଂ ଜିଓ ଫୋନ୨ରେ ଏହାକୁ ବ୍ୟବହାର କରିପାରିବେ ।
ପ୍ରକାଶ ଥାଉକି, ଜିଓ ଫୋନ ବ୍ୟବହାର କରୁଥିବା ସମସ୍ତ ଗ୍ରାହକ ୧୫ ଅଗଷ୍ଟରୁ ନିଜ ନିଜର ଜିଓ ଫୋନରେ ହ୍ୱାଟସ ଆପ ବ୍ୟବହାର କରିପାରିବେ କିନ୍ତୁ ଏଥିପାଇଁ ହୁଏତ କିଛି ସମୟ ବି ଲାଗିପାରେ ବୋଲି ରିଲାଏନ୍ସ ଜିଓ ପକ୍ଷରୁ ଆୟୋଜିତ ହେଉଥିବା ଏକ ବାର୍ଷିକ ବୈଠକରେ ଏହି ସଂପର୍କରେ ସୂଚନା ଦିଆଯାଇଥିବା ।


Share It

Comments are closed.