ବାଙ୍ଗଲାଦେଶ ବିପକ୍ଷରେ ବୃହତ୍ତ ବିଜୟ ହାସଲ କଲା ଭାରତ


ଭାରତ ଏବଂ ବାଙ୍ଗଲାଦେଶ ଦୁଇଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ ଖେଳାଯାଉଥିବା ଏହାର ପ୍ରଥମ ମ୍ୟାଚରେ ଭାରତ ବୃହତ୍ତ ବିଜୟ ହାସଲ କରିଛି । ଭାରତ, ବାଙ୍ଗଲାଦେଶକୁ ୧୩୦ ରନର ବୃହତ୍ତ ବ୍ୟବଧାନରେ ପରାସ୍ତ କରିଥିବାବେଳେ ଦ୍ୱିତୀୟ ପାଳି ନଖେଳି ମଧ୍ୟ ଦଳ ଏହି ବିଜୟ ହାସଲ କରିଛି । ଇନ୍ଦୋରରେ ଖେଳାଯାଉଥିବା ଏହି ମ୍ୟାଚରେ ପୂର୍ବରୁ ବାଙ୍ଗଲାଦେଶ ପ୍ରଥମ ଟସ ଜିତି ବ୍ୟାଟିଙ୍ଗ ପାଇଁ ନିଷ୍ପତି ନେଇଥିବାବେଳେ ଭ୍ରମଣକାରୀ ଦଳ ପ୍ରଥମ ପାଳିରେ ୧୫୦ ରନରେ ଅଲଆଉଟ ହୋଇଯାଇଥିଲା ।
ଏହା ପରେ ଭାରତ ୬ ୱିକେଟ ହରାଇ ୪୯୩ ରନ ନିଜର ପ୍ରଥମ ପାଳିର ଶେଷ କରିଥିବାବେଳେ ବାଙ୍ଗଲାଦେଶ ଠାରୁ ଘରୋଇ ଦଳ ୩୪୩ ରନର ଅଗ୍ରଗତି ହାସଲ କରିଥିଲା । ଦ୍ୱିତୀୟ ପାଳିରେ ଭାରତୀୟ ବୋଲରଙ୍କ ସାମନାରେ ଭ୍ରମଣ୍ଡକାରୀ ଦଳ ମାଟି କାମୁଡେଇ ପଡିଥିବାବେଳେ ଦଳ ୧୩୦ରନ ବୃହତ୍ତ ବ୍ୟବଧାନରେ ପରାସ୍ତ ହୋଇଛି । ଭାରତ ପକ୍ଷରୁ ମହମ୍ମଦ ଶାମୀ ସବୁଠାରୁ ଅଧିକ ୱିକେଟ (୩+୪=୭) ସଂଗ୍ର କରିଥିବାବେଳେ ଏହି ସିରିଜରେ ଘରୋଇ ଦଳ ୧-୦ରେ ଆଗୁଆ ରହିଛି । ସେହିଭଳି ଯୁବ ଖେଳାଳୀ ମୟଙ୍କ ବଡ ଇଂନିସ ଯୋଗୁଁ ଭାରତ ବିପକ୍ଷ ଦଳକୁ ଏହି ବୃହତ୍ତ ଟାର୍ଗେଟ ଦେବାରେ ସକ୍ଷମ ହୋଇଥିବାବେଳେ ବର୍ତ୍ତମାନ ଅନେକ ଆଡୁ ଅଭିନନ୍ଦନର ସୁଅ ମଧ୍ୟ ଛୁଟିବାରେ ଲାଗିଲାଣିା


Share It

Comments are closed.