ବିଶୁଦ୍ଧ ପାଣିର ଗୁଣବତ୍ତାରେ ଭୁବନେଶ୍ୱର ରହିଛି କେତେ ନମ୍ବରରେ, ଜାଣନ୍ତୁ


କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବିତରଣ ମନ୍ତ୍ରୀ ରାମବିଳାସ ପାସୱାନ ଶନିବାର ଦିନ ପାଣିର ଗୁଣବତ୍ତାକୁ ନେଇ ଏକ ତାଲିକା ପ୍ରକାଶ କରିଛନ୍ତି । ଭାରତୀୟ ମାନକ ବ୍ୟୁରୋ ପକ୍ଷରୁ ଏହି ରିପୋର୍ଟ ଜାରି କରାଯାଇଥିବାବେଳେ ଏହାକୁ ନେଇ ମନ୍ତ୍ରୀ କହିଛନ୍ତି ଯେ, “କୌଣସି ସରକାରଙ୍କୁ ଦୋଷୀ ଦେବା ଆମ ଉଦ୍ଦେଶ୍ୟ ନୁହେଁ । ସାରା ଦେଶରୁ ପାଣି ବିପକ୍ଷରେ ଅଭିଯୋଗ ଆସୁଥିଲା । ମୁଁ ଦୂଷିତ ପାଣିରୁ ଦେଶକୁ ରକ୍ଷା କରିବା ପାଇଁ ଚାହୁଁଛି । ”
ପାସୱାନ, ଦିଲ୍ଲୀ ସମେତ ଦେଶର ୨୦ଟି ରାଜ୍ୟର ପାଣିର ଗୁଣାବତ୍ତାକୁ ନେଇ ଏକ ରିପୋର୍ଟ ଜାରି କରିଛନ୍ତି । ଏହି ରିପୋର୍ଟର ପ୍ରଥମ ସ୍ଥାନରେ ମୁମ୍ବାଇ ରହିଥିବାବେଳେ ଏହା ପାଣିରେ ଗୁଣାବତ୍ତାକୁ ନେଇ ସମସ୍ତ ପରୀକ୍ଷାରେ ପାସ ବୋଲି ମନ୍ତ୍ରୀ ଦର୍ଶାଇଛନ୍ତି । ସେହିଭଳି ଦ୍ୱିତୀୟ ସ୍ଥାନରେ ହାଇଦ୍ରାବାଦ ରହିଥିବାବେଳେ ତୃତୀୟ ସ୍ଥାନରେ ରହିଛି ଭୁବନେଶ୍ୱର । ଅନ୍ୟପଟେ ଦିଲ୍ଲୀର ପାଣି ସବୁଠାରୁ ଖରାପ ଥିବାବେଳେ ପାଣିର ଗୁଣବତ୍ତାର ମାନକରେ ଏହା ୨୧ମ ସ୍ଥାନରେ ରହିଛି । ସେହିଭଲି ୪ର୍ଥ ସ୍ଥାନରେ ରାଞ୍ଚି, ୫ମ ସ୍ଥାନରେ ରାୟପୁର, ୬ଷ୍ଠ ସ୍ଥାନରେ ଅମରାୱତୀ, ୭ମ ସ୍ଥାନରେ ଶିମଲା, ୮ମ ସ୍ଥାନରେ ଚଣ୍ଡିଗଡ, ୯ମ ସ୍ଥାନରେ ତ୍ରିବେନ୍ଦ୍ରମ, ୧୦ମ ସ୍ଥାନରେ ପଟଣା, ୧୧ତମ ସ୍ଥାନରେ ଭୋପାଲ, ୧୨ତମ ସ୍ଥାନରେ ଗୋହାଟି, ୧୩ତମ ସ୍ଥାନରେ ବେଙ୍ଗାଲୁରୁ, ୧୪ତମ ସ୍ଥାନରେ ଗାନ୍ଧୀ ନଗର, ୧୫ ତମ ସ୍ଥାନରେ ଲକ୍ଷେ୍ନø, ୧୬ତମ ସ୍ଥାନରେ ଜମ୍ମୁ, ୧୭ତମ ସ୍ଥାନରେ ଜୟପୁର, ୧୮ତମ ସ୍ଥାନରେ ଡେରାଡୁନ, ୧୯ତମ ସ୍ଥାନରେ ଚେନ୍ନାଇ ଏବଂ ୨୦ ତମ ସ୍ଥାନରେ କେଲକତା ରହିଛି ।


Share It

Comments are closed.