ଅଷ୍ଟ୍ରେଲିଆକୁ ୩୧ ରନରେ ମାତ ଦେବା ସହ, ଏଡିଲେଡରେ ଇତିହାସ ରଚିଲା ଭାରତ


ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ବର୍ତ୍ତମାନ ଏଡିଲେଡରେ ଚାଲିଛି । ପ୍ରଥମ ଇନିଂସରେ ଭାରତ ମାତ୍ର ୨୫୦ ରନ ସଂଗ୍ରହ କରିଥିବାବେଳେ ଏହାର ଜବାବରେ କଙ୍ଗାରୁ ଦଳ ମାତ୍ର ୨୩୫ ରନ କରିବାକୁ ସକ୍ଷମ ହୋଇଥିଲା । ଭାରତ ପ୍ରଥମ ଇଂନିସରେ ଅଷ୍ଟ୍ରେଲିଆକୁ ୧୫ ରନର ଲିଡ ଦେଇଥିବାବେଳେ ଦ୍ୱିତୀୟ ଇଂନିସରେ ଭାରତ ୩୦୯ କରି ଅଷ୍ଟ୍ରେଲିଆକୁ ବିଜୟ ପାଇଁ ୩୨୩ର ଟାର୍ଗେଟ ଦେଇଥିଲା ।
ପ୍ରଥମ ଇଂନିସ ଭଳି ଅଷ୍ଟ୍ରେଲିଆର ଦ୍ୱିତୀୟ ଇଂନିସ ମଧ୍ୟ ନୈରାଶ୍ୟଜନକ ରହିଥିଲା । ଅଷ୍ଟ୍ରେଲିଆର ୨୬୦ରନରେ ୯ମ ୱିକେଟ ପଡିଥିବାବେଳେ । ଏହି ବିଜୟ ସହ ଭାରତ ଏଡିଲେଡରେ ଏକ ନୂଆ ଇତିହାସ ରଚିଛି । ଏହି ବିଜୟ ସହିତ ଅଧିନାୟକ ବିରାଟ କୋହଲି ଇଂଲଣ୍ଡ, ସାଉଥ ଆଫ୍ରିକା, ଏବଂ ଅଷ୍ଟ୍ରେଲିଆରେ ଟେଷ୍ଟ ଜିତିଥିବା ପ୍ରଥମ ଏସିଆଇ ଅଧିନାୟକ ହୋଇଯାଇଛନ୍ତି ।
ପ୍ରକାଶ ଥାଉକି, ବିଗତ ୧୦୦ ବର୍ଷ ମଧ୍ୟରେ ଅଷ୍ଟ୍ରେଲିଆ କେବେବି ଏହି ମାଟିରେ ୨୦୦ + ସ୍କୋର ଚେଜ କରି ନାହାନ୍ତି ।


Share It

Comments are closed.