ଅନନ୍ୟ ବିଶ୍ୱସ୍ତତାର ପରିଚୟ ଦେଲା କୁକୁର


ଆମେରିକାରର ଉତ୍ତର କାଲିଫର୍ଣ୍ଣିଆରେ ଭୀଷଣ ନିଆଁ ଲାଗିବାର ପ୍ରାୟ ଏକ ମାସ ପରେ ବର୍ତ୍ତମାନ ସେଠାରେ ଏକ ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି । ନିଆଁ ଯୋଗୁଁ ସେହି ଅଞ୍ଚଳର ସବୁ କିଛି ଧ୍ୱଂସ ବିଧ୍ୱସଂ ହୋଇଯିବା ପରେ ଗୋଟିଏ ପୋଶା କୁକୁର ନିଜ ମାଲିକର କ୍ଷତିଗ୍ରସ୍ତ ହୋଇଥିବା ଘରକୁ ବର୍ତ୍ତମାନ ପର୍ଯ୍ୟନ୍ତ ଜଗି ରହିଛି । ନିଜର ପ୍ରିୟଜନଙ୍କୁ ଦେଖିବା ଆଶାରେ ଉକ୍ତ କୁକୁର ବର୍ତ୍ତମାନ ପର୍ଯ୍ୟନ୍ତ ସେହି କ୍ଷତିଗ୍ରସ୍ତ ଅଞ୍ଚଳରେ ବସି ରିହିଛି, ଯାହାର କି ଏକ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ମିଳିଥିବା ସୂଚନା ମୁତାବକ, ‘ମାଡିନସନ’ ନାମକ ଏହି କୁକୁର ଦୀର୍ଘ ଏକ ମାସ ହେବ ସେହି କ୍ଷତିଗ୍ରସ୍ତ ଅଞ୍ଚଳରେ କିଛି ନଖାଇ ନପିଇ ଖାଲିଟାରେ ପଡିରହିବା ସହ କ୍ଷତିଗ୍ରସ୍ତ ଘରର ଜଗାରାଖା ମଧ୍ୟ କରୁଛି । ଘରର ମାଲିକାଣୀ ‘ଆଣ୍ଡ୍ରିଆ ଗେଲର୍ଡ’ ଯେତେବେଳେ ନିଜର କ୍ଷତିଗ୍ରସ୍ତ ଘରକୁ ଦେଖିବା ପାଇଁ ଦୀର୍ଘ ଦିନ ପରେ ସେହି ଅଞ୍ଚଳକୁ ଫେରିଲେ, ତେବେ ସେଠାରେ ସେ ମାଡିନସନଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । କାରଣ ସାରା ଅଞ୍ଚଳରେ ନିଆଁ ଲାଗିଯିବା ପରେ ସମସ୍ତେ ନିଜ ଜୀବନକୁ ବଞ୍ଚାଇବା ପାଇଁ ସେହି ପରିତ୍ୟକ୍ତ ଅଞ୍ଚଳକୁ ଛାଡି ପଳାଇଯାଇଥିଲେ । କିନ୍ତୁ ଏହା ସତ୍ତେ୍ୱ ମଧ୍ୟ ତାଙ୍କର ଏହି ପୋଶା କୁକୁର ନିଜ କର୍ତ୍ତବ୍ୟ ପୂରଣ କରିବାକୁ ଯାଇ ଦୀର୍ଘ ଦିନ ହେବ କିଛି ନିଖାଇ ନପିଇ କ୍ଷତିଗ୍ରସ୍ତ ଘରକୁ ଜଗିରହିଥିଲା ।
ଏହି ପ୍ରାକୃତିକ ଦୁର୍ବିପାକରେ ସେହି ଅଞ୍ଚଳର ପ୍ରାୟ ୨୭ ହଜାର ଘର ଧ୍ୱଂସ ବିଧ୍ୱସଂ ହୋଇଯାଇଥିଲା ।


Share It

Comments are closed.