ଖୁବ ଶୀଘ୍ର ଏକ ନୂଆ ରେକର୍ଡର ଅଧିକାରୀ ହେବେ ବିରାଟ


ଆସନ୍ତା ବୁଧବାର ଠାରୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହେବାକୁ ଯାଉଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ସହ ଭାରତ ଘରୋଇ ଟେଷ୍ଟ ସିଜିନର ଆରମ୍ଭ କରିବାକୁ ଯାଉଥିବାବେଳେ ବର୍ତ୍ତମାନ ଭାରତ ଏହି ସିରିଜ ପାଇଁ ଖୁବ ଭଲ ସ୍ଥିତିରେ ରହିଛି । ଏହି ସିରିଜ ସହ ବିରାଟ ପୁଣି ଥରେ ‘ୱାନ ମ୍ୟାନ ଆର୍ମି’ ରୂପରେ ନିଜର ଉନ୍ନତ ପ୍ରଦର୍ଶନ ଦେଖାଇବେ ବୋଲି କ୍ରିକେଟ ପ୍ରେମ ବେଶ ଆଶାବାଦୀ ରହିଥିବାବେଳେ ସେ ବର୍ତ୍ତମାନ ଖୁବ ସୁନ୍ଦର ଫର୍ମରେ ରହିଛନ୍ତି ।ଏହି ଟେଷ୍ଟ ସିରିଜ ସହ ବିରାଟ ଏକ ନୂଆ ରେକର୍ଡ ସୃଷ୍ଟି କରିବାର ସୁଯୋଗ ମଧ୍ୟ ରହିଛି । ଆନ୍ତର୍ଜାତିକ କ୍ରିକେଟରେ ବିରାଟ ପାଖରେ ୨୧,୦୦୦ ହଜାର ରନ ପୂରଣ କରିବା ପାଇଁ ସୁଯୋଗ ରହିଥିବାବେଳେ ଏହାକୁ ହାସଲ କରିବା ପାଇଁ ତାଙ୍କୁ ଆଉ ମାତ୍ର ୨୮୧ ରନର ଆବଶ୍ୟକତା ରହିଛି । ଯଦି ସେ ଏଭଳି କୀର୍ତ୍ତି ହାସଲ କରନ୍ତି ତେବେ ସେ ଟେଷ୍ଟ କ୍ରିକେଟରେ ସବୁଠାରୁ ଶୀଘ୍ର ୨୧,୦୦୦ ରନ ପୂରଣ କରିବାର ରେକର୍ଡ ହାସଲ କରିବେ ।ଏହି ରେକର୍ଡ ପାଇଁ ବିରାଟଙ୍କୁ ୪୧ଟି ପାଳିରେ ୨୮୧ ରନର ଆବଶ୍ୟକତା ରହିଥିବାବେଳେ ତେବେ ଫର୍ମ ଦେଖିଲେ ଏହା ଲାଗୁଛି ଯେ, ସେ ଖୁବ ଶୀଘ୍ର ଏହାକୁ ହାସଲ କରିନେବେ । ବର୍ତ୍ତମାନ ସବୁଠାରୁ ଶୀଘ୍ର ୨୧,୦୦୦ ରନ ପୂରଣ କରିବାର ରେକର୍ଡ ସଚିନଙ୍କ ନାମରେ ରିହଥିବାବେଳେ ସେ ୪୭୩ଟି ପାଳିରେ ଏହି ରେକର୍ଡ ହାସଲ କରିଥିଲେ । ସେହିଭଳି ୱେଷ୍ଟଇଣ୍ଡିଜର ପୂର୍ବତ୍ତନ ଖେଳାଳା ବ୍ରେନ ଲାରା ଏହି କ୍ରମରେ ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ସେ ୪୮୫ଟି ପାଳିରେ ଏହି ରେକର୍ଡ ହାସଲ କରିଛନ୍ତି ।


Share It

Comments are closed.