ଏହି ଫଳ ପ୍ରତି ଥିଲା ଗାନ୍ଧିଜୀଙ୍କର ବିଶେଷ ଦୁର୍ବଳତା


ଚଳିତ ବର୍ଷ ଅକ୍ଟୋବର ୨ ତାରିଖ ଦିନ ପୁରା ଦେଶ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ୧୫୦ ତମ ଜୟନ୍ତୀ ପାଳନ କରିବାକୁ ଯାଉଛି । ଆମ ଦେଶର ସ୍ୱାଧିନତା କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନକୁ ନେଇ ପ୍ରତ୍ୟେକ ଭାରତୀୟ ଗୌରବାନ୍ୱିତ । ଏହା ବ୍ୟତୀତ ତାଙ୍କର ପୃଥକ ଜୀବନଶୈଳୀ ମଧ୍ୟ ଅନେକଙ୍କୁ ଅନୁପ୍ରାଣିତ କରିଥିଲା । ସେ ଶାକାହାରୀ ଥିଲେ ଏବଂ ନିଜ ଜୀବନରେ ଗୋଟିଏ ସମୟରେ ଚା ଓ କଫି ମଧ୍ୟ ପରିତ୍ୟାଗ କରିଦେଇଥିଲେ । କିନ୍ତୁ ଆପଣ ବୋଧହୁଏ ଜାଣି ନଥିବେ ଯେ ଚିନି ଠାରୁ ଦୁରେଇ ରହୁଥିବା ଗାନ୍ଧୀଙ୍କୁ ଗୋଟିଏ ଫଳ ବହୁତ ପସନ୍ଦ ଥିଲା ।

ଗାନ୍ଧୀଜୀଙ୍କୁ ଆମ୍ବ ବହୁତ ପସନ୍ଦ ଥିଲା । କୁହାଯାଏ ଯେ ଆମ୍ବ ପ୍ରତି ନିଜର ଲାଳସା ଉପରେ ସେ ସଂଯମତା ରଖି ପାରୁନଥିଲେ । ଏକ ପତ୍ରରେ ଗାନ୍ଧିଜୀ ସ୍ୱୟଂ ଚିନିର ସେବନକୁ ବାରଣ କରୁଥିବା ବେଳେ ଆମ୍ବ ତାଙ୍କର ପସନ୍ଦୀୟ ଫଳ ବୋଲି ସେ ବର୍ଣ୍ଣନା କରିଛନ୍ତି । ୧୯୪୧ ମସିହାରେ ଗାନ୍ଧୀଜୀ ବର୍ଣ୍ଣନା କରିଥିଲେ -ଆମ୍ବ ଏକ ଅଭିଶପ୍ତ ଫଳ ଅଟେ । ଅନ୍ୟ ଫଳ ଗୁଡ଼ିକ ତୁଳନାରେ ଏହି ଫଳ ନିଜ ଆଡ଼କୁ ସମସ୍ତଙ୍କ ଧ୍ୟାନ ଆକର୍ଷିତ କରିଥାଏ ।

ଦେଶର ସ୍ୱାଧିନତା ପାଇଁ ଗାନ୍ଧୀଜୀ ନିଜ ଜୀବନକାଳ ମଧ୍ୟରେ ଅନେକ ଉପବାସ କରିଛନ୍ତି ଏବଂ ତାଙ୍କର ସବୁଠାରୁ ଲମ୍ବା ଉପବାସ ୨୧ ଦିନର ଥିଲା । ଖାଦ୍ୟକୁ ନେଇ ଗାନ୍ଧୀଜୀ ଯେତେ ପରୀକ୍ଷା ନିରୀକ୍ଷା କରିଛନ୍ତି ବୋଧହୁଏ ଜୀବନରେ କେହି ବି କରିନଥିବେ । ସେ ବିଶ୍ୱାସ କରୁଥିଲେ ଯେ ବଞ୍ଚିବା ପାଇଁ ଜଳ ଏବଂ ବାୟୁ ଯେତିକି ଦରକାରୀ ସେହିଭଳି ପୋଷଣ ଯୁକ୍ତ ଆହାର ମଧ୍ୟ ଆବଶ୍ୟକ ।


Share It

Comments are closed.