ଆରମ୍ଭ ହେଲା ପ୍ରଥମ ଐତିହାସିକ ଦିବା-ରାତ୍ରି ଟେଷ୍ଟ, ଘଣ୍ଟି ବଜାୟୀ ଶୁଭାରମ୍ଭ କଲେ ମମତା-ହାସିନା


ଭାରତ ଏବଂ ବାଙ୍ଗଲାଦେଶ ମଧ୍ୟରେ ପ୍ରଥମ ଦିବା-ରାତ୍ରି ଟେଷ୍ଟ ମ୍ୟାଚ କୋଲକତାର ଇଡେନ ଗାର୍ଡେନରେ ଆରମ୍ଭ ହୋଇଯାଇଛି । ମ୍ୟାଚର ପ୍ରଥମ ଦିନ ବାଙ୍ଗଲାଦେଶ ଟସ ଜିତି ବ୍ୟାଟିଙ୍ଗ ପାଇଁ ନିଷ୍ପତି ନେଇଥିବାବେଳେ ବର୍ତ୍ତମାନ କ୍ରିଜରେ ବାଙ୍ଗଲାଦେଶୀ ଓପନର ଶାଦମାନ ଇସମାଇଲ ଏବଂ ଇମରୁଲ କାୟେସ ଉପସ୍ଥିତ ଅଛନ୍ତି ।
ତେବେ ଆଜିର ଏହି ଐତିହାସିକ ମ୍ୟାଚକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା ପାରମ୍ପରିକ ରୀତିନୀତିିରେ ଘଣ୍ଟି ବଜାଇ ଶୁଭାରମ୍ଭ କରିଛନ୍ତି । ପଶ୍ଚିମବଙ୍ଗର ରାଜଧାନୀ କୋଲକତାରେ ଏହି ଐତିହାସିକ କ୍ରିକେଟ ମ୍ୟାଚକୁ ଉଦଘାଟନ କରିବା ପାଇଁ ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ସୁବାଷ ଚନ୍ଦ୍ର ବୋଷ ଆନ୍ତର୍ଜାତିକ ବିମାନ ବନ୍ଦରରେ ଆସିକି ଥିବାବେଳେ ତାଙ୍କର ଭବ୍ୟ ସ୍ୱାଗତ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ କରିଥିଲେ ।


Share It

Comments are closed.