ଭାରତର ଚମତ୍କାର ପ୍ରଦର୍ଶନ, ୧୦୬ରେ ବାଙ୍ଗଲାଦେଶର ପତନ


ଐତିହାସିକ ଦିବା-ରାତ୍ରି ଟେଷ୍ଟ ମ୍ୟାଚରେ ବାଙ୍ଗଲାଦେଶ ନିଜ ପ୍ରଥମ ପାଳିରେ ୧୦୬ ରନରେ ଅଲଆଉଟ ହୋଇଯାଇଥିବାବେଳେ ଭ୍ରମଣକାରୀ ଦଳ ପାଇଁ ଇଶାନ୍ତ ଶର୍ମା କାଳ ହୋଇ ପଡିଆକୁ ଓହ୍ଲାଇଛନ୍ତି । ଇଶାନ୍ତ ଆଜିର ଏହି ମ୍ୟାଚରେ ସର୍ବାଧିକ ୫ଟି ୱିକେଟ ସଂଗ୍ରହ କରିଥିବାବେଳେ ଉମେଶ ୩ଟି ଏବଂ ଶାମି ୨ ଲେଖାଏଁ ୱିକେଟ ସଂଗ୍ରହ କରିଛନ୍ତି ।
ପ୍ରକାଶ ଥାଉକି, ଭାରତ ଏବଂ ବାଙ୍ଗଲାଦେଶ ମଧ୍ୟରେ ଦୁଇଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ତଥା ଶେଷ ଟେଷ୍ଟମ୍ୟାଚ ଆଜି ଇଡେ ଗାର୍ଡେନରେ ଖେଳାଯାଉଥିବାବେଳେ ବାଙ୍ଗଲାଦେଶ ପ୍ରଥମେ ଟସ ଜିତି ଭାରତ ବିପକ୍ଷରେ ବ୍ୟାଟିଙ୍ଗ ପାଇଁ ନିଷ୍ପତି ନେଇଥିଲା । ଆଜି ଏହି ମ୍ୟାଚ ପାଇଁ ଏକ ସ୍ୱତନ୍ତ୍ର ଟସ କଏନର ବ୍ୟବହାର ମଧ୍ୟ କରାଯାଇଥିଲା ।


Share It

Comments are closed.