ଚଳିତ ବିବାହ ଋତୁରେ କିଭଳି ଏକ ଚମକିତ ଏବଂ ସୁସ୍ଥ ତ୍ୱଚା ପାଇବେ, ଜାଣନ୍ତୁ କିଛି ସୁନ୍ଦର ଟିପ୍ସ


ଭୁବନେଶ୍ୱର: ବିବାହ ଋତୁର ଆଗମନ ସହ କନ୍ୟା ଏବଂ କନ୍ୟାଙ୍କର ବାନ୍ଧବୀମାନେ ବିବାହର ପ୍ରସ୍ତୁତି ପାଇଁ ତତ୍ପର ହୋଇଗଲେଣି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆପଣଙ୍କର ବିବାହ ଦିନ ସବୁଠାରୁ ସୁନ୍ଦର ତ୍ୱଚା ଏବଂ କେଶ ପାଇବା । ତେବେ ଚଳିତ ବିବାହ ଋତୁରେ କିଭଳି ଏକ ଚମକିତ ଏବଂ ସୁସ୍ଥ ତ୍ୱଚା ପାଇବେ ସେ ସଂପର୍କରେ ଆସନ୍ତୁ ଜାଣିବା ।
ସଠିକ ସନସ୍କ୍ରିନର ବ୍ୟବହାର: ଉପଯୁକ୍ତ ଭାବେ ମଶ୍ଚରାଇଜ ଏବଂ ସୂର୍ଯ୍ୟଠାରୁ ସୁରକ୍ଷା ଆମ ତ୍ୱଚା ପାଇଁ ଆବଶ୍ୟକ ହୋଇଥାଏ । ଧ୍ୟାନ ରଖନ୍ତୁ ଆପଣ ସନସ୍କ୍ରିିନ ବିନା ଯେପରି ଘରୁ ବାହାରକୁ ପାଦ ନ ରଖନ୍ତି । ତୈଳାକ୍ତ ତ୍ୱଚାର ଲୋକମାନେ ୱାଟର ବେସଡ, ମ୍ୟାଟ ଫିନିଶ ସନସ୍କ୍ରିନ ବ୍ୟବହାର କରିବା ଉଚିତ, ଯେବେକି ଶୁଷ୍କ ତ୍ୱଚା ଲୋକମାନେ ହାଇଡ୍ରେଟିଙ୍ଗ ତଥା ମଶ୍ଚରାଇଜ ଯୁକ୍ତ ସନସ୍କ୍ରିନର ବ୍ୟବହାର କରିବା ଉଚିତ ।
ମିସେଲାର ୱାଟରର ନିୟମିତ ବ୍ୟବହାର : ପ୍ରତ୍ୟେକ ଦିନ ଘରକୁ ଫେରିବା ପରେ ମିସେଲାର ୱାଟରରେ ମୁହଁ ଧୋଇବା ଉପାଦେୟ ହୋଇଥାଏ । ଏହା ମେକଅପ ଏବଂ ଲୋମକୂପ ଗୁଡ଼ିକରୁ ମଇଳାକୁ ବାହାର କରିବାରେ ସହାୟକ ହୋଇଥାଏ । ଏହା ଆପଣଙ୍କର ତ୍ୱଚାକୁ ସୁସ୍ଥ ରଖିଥାଏ ଏବଂ ତ୍ୱଚାରେ କମ୍ପାକ୍ଟ, ଆଇ-ସାଡୋ ଇତ୍ୟାଦିର ରହିଯାଇଥିବା କ୍ଷୁଦ୍ର ଅଂଶ ଗୁଡ଼ିକ ଯୋଗୁଁ ହେଉଥିବା କ୍ଷତିକୁ ଦୂର କରିଥାଏ ।
ଡାର୍କ ସର୍କଲ ପାଇଁ ଭିଟାମିନ ସିରମ: ଯେଉଁ ମାନଙ୍କର ଆଖି ଚାରିପଟେ ଡାର୍କ ସର୍କଲ ହୋଇଥାଏ ସେମାନେ ପ୍ରତି ରାତିରେ ଭିଟାମିନ କେ ସିରମ ର ବ୍ୟବହାର କରିବା ଉଚିତ ଏବଂ ଏହାକୁ କୋମଳତାର ସହ ଆଖି ତଳେ ଥାପିବା ଦରକାର । ପ୍ରତ୍ୟେକ ଗୋଟିଏ ଦିନ ବ୍ୟବଧାନରେ ରେଟିନଲ କ୍ରିମର ବ୍ୟବହାର ଅନୁଜ୍ଜ୍ୱଳ ତ୍ୱଚା ଏବଂ ଟେକ୍ସରକୁ ଦୁର କରିବାରେ ସହାୟକ ହୋଇଥାଏ । ଆପଣ ଭିଟାମିନ ସି ବଦଳରେ ରେଟିନଲ କ୍ରିମର ବ୍ୟବହାର କରିପାରିବେ ।
ଫେସମାସ୍କର ବ୍ୟବହାର : ବଜାରରେ ଅନେକ ପ୍ରକାରର ଫେସମାସ୍କ ଯେପରିକି କ୍ରିମ ଆଧାରିତ ମାସ୍କ, କ୍ଲେ ମାସ୍କ, ପାଉଡର ମାସ୍କ, ଗୋଲ୍ଡେନ ମାସ୍କ, ଜେଲ ମାସ୍କ ଆଦି ଉପଲବ୍ଧ ଏବଂ ଆମେ ଆମ ତ୍ୱଚାର ପ୍ରକାର ଏବଂ ଆବଶ୍ୟକତା ଅନୁଯାୟୀ ଏଗୁଡ଼ିକର ବ୍ୟବହାର କରିବା ଉଚିତ । ଗୋଟିଏ ଗୋଲ୍ଡେନ ମାସ୍କ ତ୍ୱଚାରେ ଚମକ ଆଣିବାରେ ସାହାଯ୍ୟ କରିଥାଏ । କ୍ରିମ ଆଧାରିତ ମାସ୍କ ସାଧାରଣ ଠାରୁ ଶୁଷ୍କ ତ୍ୱଚା ପାଇଁ ଉପଯୁକ୍ତ ହୋଇଥାଏ । ତୈଳାକ୍ତ ଏବଂ ବ୍ରଣ ଯୁକ୍ତ ତ୍ୱଚା ପାଇଁ କ୍ଲେ ମାସ୍କ ଭଲ ହୋଇଥାଏ । ସିଟ ମାସ୍କ ଏବଂ ଜେଲ ମାସ୍କ ସବୁପ୍ରକାର ତ୍ୱଚା ପାଇଁ ଉପଯୁକ୍ତ ହୋଇଥାଏ । ଆପଣଙ୍କ ତ୍ୱଚାର ପ୍ରକାର ଅପୁଯାୟୀ ସେଗୁଡ଼ିକର ବ୍ୟବହାର ଆପଣଙ୍କୁ ଏକ ସୁସ୍ଥ ଏବଂ ଉଜ୍ଜ୍ୱଳ ତ୍ୱଚା ପ୍ରଦାନ କରିଥାଏ ।
ନିଜର ମେକଅପକୁ ସବୁବେଳେ ଭଲ ଭାବେରେ ବାଛନ୍ତୁ ଏବଂ ଜାଣି ରଖନ୍ତୁ ଯେପରି ଆପଣ ସାରା ବର୍ଷ ଆପଣଙ୍କ ତ୍ୱଚାକୁ ସୁସ୍ଥ ଏବଂ ହାଇଡ୍ରେଟ ରଖିବାକୁ ଭୁଲିନଯାଆନ୍ତି !


Share It

Comments are closed.