‘କର ବା ମର’ ସ୍ଥିତିରେ ଭାରତ, ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ ଦଳ


ପ୍ରଥମ ମ୍ୟାଚରେ ୭ଟି ୱିକେଟରେ ପରାସ୍ତ ହେବା ପରେ ଭାରତ ଆଜି ଦିନ ବାଙ୍ଗଲାଦେଶ ବିପକ୍ଷରେ ନିଜର ପ୍ରତିଶୋଧ ନେବା ପାଇଁ ଆଜି ପଡିଆକୁ ଓହ୍ଲାଇବ । ଉଭୟ ଦଳ ମଧ୍ୟରେ ଖେଳାଯିବାକୁ ଥିବା ତିନୋଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ ଆଜି ରାଜକୋଟରେ ଖେଳାଯିବାକୁ ଅଛି । ଦିଲ୍ଲୀରେ ପ୍ରଥମ ଥର ପାଇଁ ଭାରତ, ବାଙ୍ଗଲାଦେଶ ଠାରୁ ପରାଜୟର ସମ୍ମୁଖୀନ ହୋଇଥିବାବେଳେ ମୋଟ ଉପରେ ଭାରତ ଏବଂ ବାଙ୍ଗଲାଦେଶ ମଧ୍ୟରେ ୯ଟି ମ୍ୟାଚ ଖେଳାଯାଇଛି । ଯେଉଁଥିରେ ଭାରତ ୮ଟି ମ୍ୟାଚରେ ବିଜୟୀ ହୋଇଥିବାବେଳେ ଆଉ ଗୋଟିଏ ପରାଜୟର ସମ୍ମୁଖୀନ ହେବାକୁ ପଡିଛି । ଏହି ସିରିଜ ପାଇଁ କୋହଲି ବିଶ୍ରାମରେ ଥିବାବେଳେ ସିରିଜର ଅଧିନାୟତ୍ୱ କରୁଛନ୍ତି ରୋହିତ । ରୋହିତ ଅଧିନାୟକତ୍ୱରେ ଆଜି ଦଳ ବିଜୟର ଲକ୍ଷ୍ୟ ନେଇ ନିଶ୍ଚିତ ପଡିଆକୁ ଓହ୍ଲାଇବା ପାଇଁ ଚେଷ୍ଟା କରିବ ।
ମ୍ୟାଚଟି ରାଜକୋଟର ସୌରଷ୍ଟ୍ର କ୍ରିକେଟ ଷ୍ଟାଡିୟମରେ ଖେଳାଯିବାକୁ ଥିବାବେଳେ ଏହା ସନ୍ଧ୍ୟା ୭ରେ ଆରମ୍ଭ ହେବ ।
ଭାରତୀୟ ଦଳ : ରୋହିତ ଶର୍ମା, ଶିଖର ଧାୱାନ, ଲୋକେଶ ରାହୁଲ, ସଞ୍ଜୁ ସାମସଙ୍ଗ, ଶ୍ରେୟସ ଆୟର, ମନିଷ ପାଣ୍ଡେ, ରିଷଭ ପନ୍ତ, ୱାସିଙ୍ଗଟନ ସୁନ୍ଦର, କୁର୍ଣ୍ଣାଲ ପାଣ୍ଡିଆ, ୟୁଜବିନ୍ଦ୍ର ଚହଲ, ରାହୁଲ ଚହର, ଦୀପକ ଚହର, ଖଲିଲ ଅହମ୍ମଦ, ଶିବମ ଦୁବେ, ଶ୍ରଦ୍ଧାଲ ଠାକୁର
ବାଙ୍ଗଲାଦେଶ ଦଳ : ମହମ୍ମଦୁଲ୍ଲା, ମହମ୍ମଦ ନଇମ, ଅଫିକ ହୁସେନ, ମୋସାଦିକ ହୁସେନ, ଅନିମୁଲ ଇସଲାମ, ଲିଟନ ଦାସ, ମୁସଫିକର ରହିମ, ଅଲ ଆମିନ ହୁସେନ, ମୁସ୍ତାଫିଜୁର ରେହମାନ, ଶାଇଫୁଲ ଇସଲାମ, ଅବୁ ହାଇଦର ରୈନା, ମେହମ୍ମୁଦ ମିଥୁନ, ନେଇଜୁଲ ଇସଲାମ ।


Share It

Comments are closed.