ଧାରା ୩୭୦ ଉଚ୍ଛେଦ: ଭାରତ ସମର୍ଥନରେ ବାହରିଲା ଫ୍ରାନ୍ସ


ଗତ ବୁଧବାର ଦିନ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାର୍କନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଦ୍ୱିପାଖିକ ଆଲୋଚନା ହୋଇଛି । ଏହା ପରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାର୍କନ କହିଥିଲେ ଯେ, “କାଶ୍ମୀର ମାମଲାରେ କୌଣସି ତୃତୀୟ ଦେଶର ହସ୍ତକ୍ଷେପ କରିବା ଉଚିତ ନୁହେଁ । ଏହା ଭାରତ ଏବଂ ପାକିସ୍ତାନର ଅଭ୍ୟନ୍ତରୀଣ ମାମଲା ।” ସେ ଆହୁରୀ ମଧ୍ୟ କହିଥିଲେ ଯେ, “କୌଣସିବି ଦେଶ ଏହି ମାମଲାରେ ହସ୍ତକ୍ଷେପ ନକରିବା ଏବଂ ହିଂସା ପାଇଁ କାହାକୁବି ନପ୍ରବର୍ତ୍ତାଇବା ଉଚିତ । ଆମ ଦୁଇ ଦେଶଙ୍କ (ଭାରତ ଏବଂ ଫ୍ରାନ୍ସ) ମଧ୍ୟରେ ଏହି ସହଭାଗିତା ଆନ୍ତର୍ଜାତିକ କ୍ଷେତ୍ରରେ ଆଗକୁ ଆହୁରୀ ପ୍ରମୁଖ ଭୂମିକା ଗ୍ରହଣ କରିବ । ଆମ ଦୁହେଁଙ୍କ ମଧ୍ୟରେ ଯଥେଷ୍ଟ ଭରୋସା ରହିଛନ୍ତି ଏବଂ ଏହା କେବେ ସହଜରେ ମିଳେ ନାହିଁ । ପ୍ରଧାନମନ୍ତ୍ରୀ ମୋଦି ଏବଂ ମୁଁ କାଶ୍ମୀର ପ୍ରସଙ୍ଗରେ ଆଲୋଚନା କଲୁ । ମୋଦି ମୋତେ କାଶ୍ମୀର ପ୍ରସଙ୍ଗରେ ସବିଶେଷ ବିବରଣୀ ପ୍ରଦାନ କଲେ ଏବଂ ମୋ ମତ ଅନୁଯାୟୀ, ଭାରତ ଏବଂ ପାକିସ୍ତାନ ଉଭୟ ଦେଶ ମିଶିକରି ଏହାର ସମାଧାନ କରିପାରିବେ ଏଥିପାଇଁ କୌଣସି ବାହ୍ୟ ଦେଶର ହସ୍ତକ୍ଷେପର ଆବଶ୍ୟକତା ନାହଁ ।” ପ୍ରକାଶ ଥାଉକି, ଆମେରିକା ଅନେକ ଥର ଏହି କାଶ୍ମୀର ମାମଲାରେ ମଧ୍ୟସ୍ଥା କରିସାରିଛି ।


Share It

Comments are closed.