ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ମିଳିତ ଉଦ୍ୟମରେ କରୋନାକୁ ହରାଇବ ଭାରତ


ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୧୨,୦୦୦ ଅତିକ୍ରମ କରିସାରିଲାଣି । ଏମିତିରେ ଏହି ମହାମାରୀକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଭାରତକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚଓର ସହାୟତା ମିଳିଛି । ଡବ୍ଲୁଏଚଓର ପ୍ରମୁଖ ଟେଡ୍ରୋସ ଏହି ପ୍ରାରମ୍ଭର ସ୍ୱାଗତ କରିଛନ୍ତି ।
ଭାରତ ପୂର୍ବରୁ ପୋଲିଓ ଭଳି ରୋଗ ଉପରେ ବିଜୟ ହାସଲ କରିସାରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହଯୋଗରେ କରୋନା ସହ ଲଢ଼ିବାକୁ ଦେଶକୁ ସେହି ଯୋଯନାରୁ ଫାଇଦା ମିଳିବ ଯାହା ପୋଲିଓ ସମୟରେ ଗ୍ରହଣ କରାଯାଇଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଶର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସହ ମିଶି କାର୍ଯ୍ୟ କରିବ ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରାଷ୍ଟ୍ରିୟ ପୋଲିଓ ନିରୀକ୍ଷଣ ନେଟୱର୍କ କୋଭିଡ-୧୯ ସର୍ଭିଲାନ୍ସକୁ ଆହୁରି ମଜବୁତ କରିବା ପାଇଁ କାର୍ଯ୍ୟ କରିବ ଏବଂ ଏହି ନେଟୱର୍କର ଷ୍ଟାଫ ଇମ୍ୟୁନିଟିକୁ ବଢ଼ାଇବା ଦିଗରେ କାର୍ଯ୍ୟ କରିବ । ଏହି ନେଟୱର୍କ ଦ୍ୱାରା ଯକ୍ଷ୍ମା ଏବଂ ଅନ୍ୟ ରୋଗ ସହ ଲଢ଼ିବାରେ ସହଜ ହେବ ।
କରୋନା ସହ ଲଢ଼ିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏବଂ ଡବ୍ଲୁଏଚଓ ଦକ୍ଷିଣ-ପୂର୍ବ ଏସିଆ, ନ୍ୟାସନାଲ ପୋଲିଓ ସର୍ଭିଲାନ୍ସ ନେଟୱର୍କ ସହ ମିଶି ଏକ ପ୍ରାରମ୍ଭ କରିଛନ୍ତି । ଭାରତ ଯେଭଳି ପୋଲିଓକୁ ହରାଇଥିଲା ସେହିଭଳି ଭାବେ କରୋନାକୁ ହରାଇବା ପାଇଁ ଆହୁରି ଉନ୍ନତ କାର୍ଯ୍ୟପ୍ରଣାଳୀ ଓ ଉପାୟ ଉପରେ କାର୍ଯ୍ୟ କରାଯାଉଛି । ଡବ୍ଲୁଏଚଓର ପ୍ରମୁଖ ଟେଡ୍ରୋସ ଭାରତର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ଏବଂ ତାଙ୍କର ନେତୃତ୍ୱ ପ୍ରତି ନିଜର ପ୍ରଶଂସା ବ୍ୟକ୍ତ କରିଛନ୍ତି । ଏକା ସାଥିରେ କାମ କରିବା ଦ୍ୱାରା ଆମେ ନିଶ୍ଚିତ ଏହି ମହାମାରୀ ଉପରେ ବିଜୟ ହାସଲ କରିପାରିବା ବୋଲି ସେ କହିଛନ୍ତି ।


Share It

Comments are closed.