ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବାରେ ସହାୟକ ହେବ କଦଳୀ, ଜାଣନ୍ତୁ ଏହାର ଉପକାରିତା


ଆଜିକାଲି ଉଚ୍ଚ ରକ୍ତଚାପ ସମସ୍ୟା ଘରେ ଘରେ ଦେଖିବାକୁ ମିଳୁଛି| ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ପାଇଁ ଲୋକେ ନାନା ଉପାୟ ଅବଲମ୍ବନ କରିଥାଆନ୍ତି। ଉଚ୍ଚ ରକ୍ତଚାପ ନିୟନ୍ତ୍ରଣରେ ନ ରହିଲେ ବିପଦଜନକ ପ୍ରମାଣିତ ହୋଇଥାଏ| ବିଶେଷକରି ଯେତେବେଳେ ରକ୍ତଚାପ ଅଚାନକ ବୃଦ୍ଧି ପାଇଥାଏ, ସେତେବେଳେ ଏହା ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ | ତେବେ ଏଠାରେ ଏକ ପ୍ରଶ୍ନ ଉଠୁଛି କଦଳୀ ଖାଇଲେ ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ କି ? କଦଳୀ ଖାଇବାକୁ ଯେତିକି ସ୍ୱାଦିଷ୍ଟ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ଲାଭଦାୟକ |

କଦଳୀ ରକ୍ତଚାପ ନିୟନ୍ତ୍ରଣ ପାଇଁ ବହୁତ ଲଭଦାୟୀ ପ୍ରମାଣିତ ହୋଇଥାଏ | କଦଳୀ କେବଳ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ ବରଂ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବାରେ ମଧ୍ୟ ସହାୟକ ହୋଇଥାଏ| ପ୍ରତିଦିନ କଦଳୀ ଖାଇଲେ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ | କଦଳୀ ହାଡ ମଜବୁତ କରିବା ସହ ଶରୀରକୁ ଶକ୍ତିଶାଳୀ କରିଥାଏ | କଦଳୀରେ ସୋଡିୟମ ମାତ୍ରା ବହୁତ କମ୍ ଥାଏ ଯେଉଁଥିପାଇଁ ଉଚ୍ଚ ରକ୍ତଚାପ କମ କରିବାକୁ ସହାୟକ ହୋଇଥାଏ |

କଦଳୀରେ ବହୁତ ମାତ୍ରାରେ କ୍ୟାଲୋରୀ, ଫାଇବର ଏବଂ ଏଣ୍ଟିଆକ୍ସିଡେଣ୍ଟ ରହିଛି କିନ୍ତୁ ଏହା ଉଚ୍ଚ ରକ୍ତଚାପ ପାଇଁ ଲାଭଦାୟକ | ବିଶେଷଜ୍ଞ ମଧ୍ୟ ହାଇପରଟେନସନ ଓ ଉଚ୍ଚ ରକ୍ତଚାପ ରୋଗୀଙ୍କୁ କଦଳୀ ଖାଇବାକୁ ପରାମର୍ଶ ଦେଇଥାନ୍ତି| ଉଚ୍ଚ ରକ୍ତଚାପ ରୋଗୀ ଅଧିକ ମାତ୍ରାରେ ସୋଡିୟମ ସେବନ କରିବାକୁ ବାରଣ କରାଯାଇଥାଏ | କଦଳୀରେ ଥିବ ପୋଟାସିୟମ ମଧ୍ୟ ବହୁତ ଲାଭଦାୟୀ | ସକାଳୁ ଖାଲି ପେଟରେ କଦଳୀ ଖାଇଲେ ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ |

ଉଚ୍ଚ ରକ୍ତଚାପ ଥିଲେ ମୁଣ୍ଡବିନ୍ଧା, ମୁଣ୍ଡ ବୁଲେଇବା, ଛାତିରେ ଯନ୍ତ୍ରଣା ହେବା, ବାନ୍ତି ଲାଗିବା, ଅସ୍ଥିରତା ଅନୁଭବ ହେବା, ଥକାପଣ, ଅସ୍ପଷ୍ଟତା, ଦୁର୍ବଳତା, ନାକରୁ ରକ୍ତସ୍ରାବ ହୋଇପାରେ | କଦଳୀରେ ଭରପୁର ମାତ୍ରାରେ ଭିଟାମିନ ବି  ରହିଛି| କିନ୍ତୁ ଅଧିକ କଦଳୀ ଖାଇଲେ ନର୍ଭସ ନଷ୍ଟ ହେବାର ସମ୍ଭାବନା ମଧ୍ୟ ଥାଏ | ଯେଉଁମାନେ ପ୍ରତିଦିନ ବ୍ୟାୟାମ କରନ୍ତି ସେମାନେ ଅଧିକ କଦଳୀ ଖାଇଲେ ବିପଦ ନୁହେଁ କିନ୍ତୁ ଯେଉଁମାନେ କୌଣସି ଶାରୀରିକ ଶ୍ରମ କରୁନାହାନ୍ତି କି ବ୍ୟାୟାମ କରୁ ନାହାନ୍ତି ତାଙ୍କ ପାଇଁ ଅଧିକ କଦଳୀ ଖାଇବା ବିପଦଜନକ | କଦଳୀରେ ଷ୍ଟାର୍ଚ୍ଚ ଥାଏ ଯେଉଁଥିପାଇଁ ଏହା ହଜମ ହେବା ପାଇଁ ସମୟ ଲାଗିଥାଏ | ବେଳେବେଳେ ଏହି କାରଣରୁ ପେଟରେ ଯନ୍ତ୍ରଣା ମଧ୍ୟ ହୋଇଥାଏ | ତେବେ କଦଳୀ ଭଲ ଭାବେ ପାଚିଲା ପରେ ଖାଇବା ଉଚିତ୍ | କଦଳୀ ଭଲ ଭାବେ ନ ପାଚିଥିଲେ ମଧ୍ୟ ସେବନ କଲେ ପେଟରେ ଯନ୍ତ୍ରଣା ହୋଇଥାଏ |


Share It

Comments are closed.