ଦ୍ୱିତୀୟ ପ୍ରୋତ୍ସାହନ ପ୍ୟାକେଜ ପାଇଁ ଆଜି ପିଏମ ମୋଦିଙ୍କ ସହ ସାକ୍ଷାତ କରିବେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ


ଭାରତରେ କରୋନା ପ୍ରକୋପ ଯୋଗୁଁ ଲକଡାଉନ ଅବଧି ମେ ୩ ପର୍ଯ୍ୟନ୍ତ ବୃଦ୍ଧିପାଇଛି । ଏହାଦ୍ୱାରା ଅର୍ଥ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହେବ । ତେଣୁ ସରକାର ଦ୍ୱିତୀୟ ପ୍ରୋତ୍ସାହନ ପ୍ୟାକେଜ ଆଣିବା ଦିଗରେ କାର୍ଯ୍ୟ କରୁଛନ୍ତି । ଏଥିପାଇର୍ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ଗୁରୁବାର ଅର୍ଥାତ ଆଜି ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କରିବେ ।

ଏହି ସଂନ୍ଦର୍ଭରେ ଜଣେ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ଯେ ଲକଡାଉନ ୨.୦ ଆରମ୍ଭ ହେବା ପରେ ଘୋଷିତ ହେବାକୁ ଥିବା ଦ୍ୱିତୀୟ ପ୍ରୋତ୍ସାହନ ପ୍ୟାକେଜରେ ଏମଏସଏମଇ ଉପରେ ବିଶେଷ ଧ୍ୟାନ ରହିପାରେ । ଏହା ଏଥିପାଇଁ କାରଣ ଲକଡାଉନ ଯୋଗୁଁ ଏହି ସେକ୍ଟର ହିଁ ବେଶୀ ମାତ୍ରାରେ ପ୍ରଭାବିତ ହୋଇଛି । ଅର୍ଥବ୍ୟବସ୍ଥାକୁ ପୁଣି ଠିଆ କରିବା ପାଇଁ ସରକାର ସବୁ ସମ୍ଭବ ପ୍ରୟାସ ଜାରି ରଖିଛନ୍ତି । ଅର୍ଥ ମନ୍ତ୍ରଣାଳୟ କରୋନା ଭାଇରସ ଯୋଗୁଁ ଆର୍ଥିକ ପ୍ରଭାବକୁ କମ କରିବା ପାଇଁ ବିଭିନ୍ନ ମନ୍ତ୍ରାଳୟ ଓ ବିଭାଗ ସହ କଥା ହେଉଛି । ଏଥିପାଇଁ ଟାସ୍କଫୋର୍ସ ଅଲଗା ଅଲଗା ମନ୍ତ୍ରାଳୟ ସହ କଥା ହେଉଛି । ଅନୁମାନ କରାଯାଉଛି ଯେ ଏମାନଙ୍କର ଇନପୁଟ ମିଳିବା ପରେ ଅନ୍ତିମ ନିର୍ଣ୍ଣୟକୁ ପ୍ୟାକେଜ ରୂପରେ ଆପଣଙ୍କ ସାମ୍ନାରେ ରଖାଯିବ । ଅର୍ଥବ୍ୟବସ୍ଥାର ଯେଉଁ କ୍ଷେତ୍ରରେ ସମସ୍ୟା ରହିବ ତାକୁ ଦୂର କରାଯିବ ।
ଏହା ପୂବରୁ ମାର୍ଚରେ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ୧.୭ ଲକ୍ଷ କୋଟି ଟଙ୍କାର ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କରିଥିଲେ । ଯେଉଁଥିରେ ଗରିବଙ୍କ ପାଇଁ ଡାଇରେକ୍ଟ କ୍ୟାଶ ଟ୍ରାନ୍ସଫର ବ୍ୟତୀତ ରାଶନ ମଧ୍ୟ ସାମିଲ ଥିଲା । ଏହା ସହିତ ମହିଳା, କୃଷକ, ବରିଷ୍ଠ, ଆଦିଙ୍କ ପାଇଁ ମଧ୍ୟ ମହତ୍ୱପୂର୍ଣ୍ଣ ଘୋଷଣା କରାଯାଇଥିଲା ।


Share It

Comments are closed.