ଭୁଲ ଖେଳାଳୀଙ୍କୁ ପ୍ରଶ୍ନ କରି ସମାଲୋଚିତ ହେଲେ ପାକିସ୍ତାନୀ ସାମ୍ବାଦିକ, ଭିଡିଓ ଭାଇରାଲ


୧୦ ବର୍ଷ ପରେ ପାକିସ୍ତାନରେ ପୁଣିଥରେ ଟେଷ୍ଟ ମ୍ୟାଚ ଖେଳାଯାଇଛି । ଶ୍ରୀଲଙ୍କା ଏବଂ ପାକିସ୍ତାନ ମଧ୍ୟରେ ବର୍ତ୍ତମାନ ଟେଷ୍ଟ ସିରିଜ ଖେଳାଯାଉଥିବାବେଳେ ଅନ୍ୟପଟେ ସିରିଜର ପ୍ରଥମ ମ୍ୟାଚର ଦ୍ୱିତୀୟ ଦିନ ବର୍ଷା ଯୋଗୁଁ ପ୍ରଭାବିତ ହୋଇଛି । ଦ୍ୱିତୀୟ ଦିନରେ ମାତ୍ର ୧୮.୨ ଓଭର ଯାଏଁ ଖେଳ ହୋଇପାରିଥିବାବେଳେ ଦିନ ବେଳର ଖେଳ ଶେଷ ହେବା ପରେ ସେଠାରେ ଏଭଳି ଏକ ଘଟଣା ଘଟିଥିଲା ଯାହାକୁ ଦେଖି ସମସ୍ତ କ୍ରିକେଟ ପ୍ରେମୀ ହସିହସି ବେହାଲ ହୋଇଯିବେ ।
ଦ୍ୱିତୀୟ ଦିନର ଖେଳ ପରେ ଶ୍ରୀଲଙ୍କା ଖେଳାଳୀ ‘ନିରୋସନ ଡିକଓି୍ୱଲା’ଙ୍କୁ ସାମ୍ବାଦିକ ସମ୍ମିଳନୀରେ ଜଣେ ସାମ୍ବାଦିକ ଏଭଳି ଏକ ପ୍ରଶ୍ନ କରିଥିଲେ ଯାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ । ସାମ୍ବାଦିକଙ୍କ ଦ୍ୱାରା ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ଡିକୱିଲା ଯାହା କହିଲେ, ତାହା ଶୁଣି ସେଠାରେ ଉପସ୍ଥିତ ଥିବା ସମସ୍ତେ ହସିହସି ବେହାଲ ହୋଇଯାଇଥିଲେ ।

ଉକ୍ତ ସାମ୍ବାଦିକ ଜଣକ ପ୍ରକୃତରେ ‘ନିରୋସନ ଡିକଓି୍ୱଲା’ଙ୍କୁ ଚିହ୍ନି ପାରିନଥିଲେ ଏବଂ ଡିକୱିଲାଙ୍କୁ ଧନଞ୍ଜୟ ଭାବି ପ୍ରଶ୍ନ କରିବାରେ ଲାଗିଥିଲେ । ସାମ୍ବାଦିକ ଜଣକ ଡିକୱିଲାଙ୍କୁ ପ୍ରଶ୍ନ କରି ପଚାରିଥିଲେ ଯେ, ‘କ’ଣ ଆପଣ ଏହି ପାଳିରେ ଶତକ ସଂପର୍କରେ ଭାବୁଛନ୍ତି କି ?’ ଏହାର ଉତ୍ତରରେ ଡିକୱିଲା କହିଛନ୍ତି ଯେ, ‘ମୁଁ ପୂର୍ବରୁ ୩୩ ରନ କରି ଆଉଟ ହୋଇଯାଇଛି ଏବଂ ଦ୍ୱିତୀୟ ପାଳିରେ ମୁଁ ଶତକ ହାସଲ କରିପାରେ । ’
ଡିକୱିଲାଙ୍କ ଏହି ଜବାବ ପରେ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ସମସ୍ତ ଲୋକ ହସିବାରେ ଲାଗିଥିଲେ । ଏହା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।


Share It

Comments are closed.