ନେହେରୁଙ୍କ ପ୍ରତି ବିବାଦୀୟ ବୟାନ ଦେଲେ ଗିରିଫ ହେଲେ ବଲିଉଡ ଅଭିନେତ୍ରୀ


ନିଜର ବିବାଦୀୟ ବୟାନ ପାଇଁ ବଲିଉଡ ଅଭିନେତ୍ରୀ ପାୟଲ ରୋହତଗୀଙ୍କୁ ଆଜି ରାଜସ୍ଥାନ ପୋଲିସ ଗିରଫ କରିଛି । ଆଜି ସକାଳେ ରାଜସ୍ଥାନ ପୋଲିସ ତାଙ୍କୁ ଅହମ୍ମଦାବାଦରୁ ଗିରଫ କରିଛି । ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଏବଂ ତାଙ୍କ ବାପା ମୋତିଲାଲ ନେହେରୁଙ୍କୁ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ହେତୁ ତାଙ୍କୁ ପୋଲିସ ଗିରଫ କରିଛି ।
ଏନେଇ ରାଜସ୍ଥାନ ବନପଦିର ଏସପି ମମତା ଗୁପ୍ତା ସୂଚନା ଦେଇଛନ୍ତି । ପାୟଲ, ନେହେରୁ ଏବଂ ତାଙ୍କ ବାପାଙ୍କ ସଂପର୍କରେ ଗୁଗୁଲରୁ କିଛି ଭୁଲ ତଥ୍ୟ ନେଇ ସେ ଏକ ବିବାଦୀୟ ଭିଡିଓ ପ୍ରସ୍ତୁତକରିଥିଲେ, ଯାହାଫଳରେ ତାଙ୍କୁ ପୋଲିସ ଆଜି ଗିରଫ କରିଛି ।

ସୂଚନାଯୋଗ୍ୟ, ପାୟଲ ଯେଉଁ ଭିଡିଓ ପ୍ରସ୍ତୁତ କରିଥିଲେ ସେଥିରେ ସେ ଧାର ୩୭୦ ଉଚ୍ଛେଦ ଉପରେ କଂଗ୍ରେସର ବିରୋଧ ସଂପର୍କରେ କହିଥିଲେ । ସେ କହିଥିଲେ ଯେ, “ମୋତେ ଲାଗୁଛି କଂଗ୍ରେସର ଏହାକୁ ବିରୋଧ କରିବାର ପ୍ରକୃତ କାରଣ ହେଉଛି ମୋତିଲାଲା ନେହେରୁଙ୍କର ୫ଟି ସ୍ତ୍ରୀ ଥିଲେ ଏବଂ ଜବାହାରଲାଲ ନେହେରୁ ତାଙ୍କ ସାବତ ପୁଅ ଥିଲେ ।” ସେପ୍ଟେମ୍ବର ୨୧ରେ ପାୟଲ ଏହି ଭିଡିଓକୁ ନିଜ ଫେସବୁକରେ ସେୟାର କରିଥିଲେ ।
ପାୟଲଙ୍କୁ ପୋଲିସ ଗିରଫ କରି ୮ ପାଇଁ ରିମାଣ୍ଡରେ ଆଣିଥିବାବେଳେ ତାଙ୍କ ବିରୋଧରେ ଆଇଟି ଧାରା ୬୬ ଏବଂ ୬୭ ଅନୁଯାୟୀ ଅପରାଧିକ ମାମଲା ମଧ୍ୟ ରୁଜୁ କରାଯାଇଛି ।


Share It

Comments are closed.