ଭୁବନେଶ୍ୱରରେ ଟେକଭୁବନେଶ୍ୱର ୨୦୧୯ ଆୟୋଜିତ


ଭୁବନେଶ୍ୱର: ମାଇଣ୍ଡଫାୟାର ସଲ୍ୟୁସନ୍ସ ପକ୍ଷରୁ ଆଜି ସ୍ଥାନୀୟ ହୋଟେଲ ମେ’ଫେୟାର କନ୍ଭେନ୍ସନଠାରେ ଟେକ୍ଭୁବନେଶ୍ୱରର ୪ର୍ଥ ସଂସ୍କରଣ ଆୟୋଜିତ ହୋଇଯାଇଛି । ଏକ ଦିନ ବ୍ୟାପି ଲାଗିରହିଥିବା ଉକ୍ତ କାର୍ଯ୍ୟକ୍ରମରେ ଟେକ୍ନିକାଲ ଓ ମୋଟିଭେସନାଲ ସେସନ୍ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଓଡିଶା ସରକାରଙ୍କ ଇଲେକଟ୍ରୋନିକ୍ ଓ ଆଇଟି ସଚିବ, ମନୋଜ ମିଶ୍ର ପ୍ରଦୀପ ପ୍ରଜ୍ୱଳ୍ୱନକରି ଉଦଘାଟନ କରିଥିବାବେଳେ ମାଇଣ୍ଡଫାୟାର ସଲ୍ୟୁସନର ପ୍ରେସିଡ଼େଣ୍ଟ ଏବଂ ମୁଖ୍ୟକାର୍ଯ୍ୟନିର୍ବାହୀ ଅଧିକାରୀ, ଶ୍ରୀଯୁକ୍ତ ଚିନ୍ମୟ ପଣ୍ଡା ଉପସ୍ଥିତ ରହିଥିଲେ ।
ଓଡିଶାର ସଂସ୍କତିକୁ ବିଶ୍ୱ ସମୁଦାୟ ନିକଟରେ ପ୍ରଦର୍ଶିତ କରିବା ପାଇଁ ଚଳିତ ବର୍ଷର କାର୍ଯ୍ୟକ୍ରମ ନୃତ୍ୟ ନୈବେଦ୍ୟ ଗ୍ରୁପ୍ ଦ୍ୱାରା ପାଇକ ବିଦ୍ରୋହ ଆଧାରିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣରୁ ଆରମ୍ଭ କରାଯାଇଛି । ଏକ ଦାୟିତ୍ୱବାନ ସଂଗଠନ ଭାବେ ଆମେ ଏହି କାର୍ଯ୍ୟକ୍ରମକୁ ଅଧିକ ପରିବେଶ ଉପଯୋଗୀ ଓ ପେପରବିହୀନ କରିବାକୁ ଉଦ୍ୟମ କରିଛୁ ।
ଏହି ଅବସରରେ ମାଇଣ୍ଡଫାୟାରର ସିଓଓ, ସୌମ୍ୟ ମିଶ୍ର କହିଛନ୍ତିଯେ, ‘ଟେକଭୁବନେଶ୍ୱର ହେଉଛି ଭୁବନେଶ୍ୱରସ୍ଥିତ ଆଇଟି ମେଜର୍ ମାଇଣ୍ଡଫାୟାର ସଲ୍ୟୁସନ୍ସ ଦ୍ୱାରା ପ୍ରେରିତ ଏକ ବାର୍ଷିକ ମେଗା ଟେକ୍ ଇଭେଣ୍ଟ । ଏହି କାର୍ଯ୍ୟକ୍ରମ ବିଶ୍ୱବ୍ୟାପୀ ସମସ୍ତ ଆଇଟି ବିଶେଷଜ୍ଞଙ୍କୁ ଲକ୍ଷ୍ୟରଖି ଆୟୋଜିତ ହୋଇଥାଏ ଏବଂ ଏହା ଜ୍ଞାନୀ ବ୍ୟକ୍ତିତ୍ୱଙ୍କୁ ଏକତ୍ରିତ ହେବା ଏବଂ ନିଜ ଅଭିଜ୍ଞତା ଓ ଶିକ୍ଷାକୁ ଅନ୍ୟମାନଙ୍କ ସହ ବାଣ୍ଟିବା ପାଇଁ ଏକ ଆଦର୍ଶ ମଞ୍ଚ ପ୍ରଦାନ କରିଥାଏ । ଏହି କାର୍ଯ୍ୟକ୍ରମରେ ଆମେ ଅତ୍ୟାଧୁନିକ ଟେକ୍ନୋଲୋଜି ସମ୍ପର୍କରେ ଆଲୋଚନାକୁ ଆମର ମୂଳ ଉଦ୍ଦେଶ୍ୟ କରିଛୁ; ଯାହାକି କାର୍ଯ୍ୟକ୍ରମର ମଧ୍ୟ ମୁଖ୍ୟ ବିଷୟବସ୍ତୁ ରହିଛି; ଯାହାଫଳରେ ଅଂଶଗ୍ରହଣକାରୀମାନେ ନୂଆ ଆଇଡିଆ ହାସଲ କରିପାରିବେ ।’


ଟେକଭୁବନେଶ୍ୱରର ୪ର୍ଥ ସଂସ୍କରଣରେ ୧୬ ଜଣ ପ୍ରତିଷ୍ଠିତ ତଥା ଉଦ୍ୟୋଗର ପ୍ରମୁଖ ବକ୍ତା ଯୋଗ ଦେଇଥିଲେ ଯିଏକି ଶିଳ୍ପ କ୍ଷେତ୍ରର ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ସହ ବର୍ତ୍ତମାନର ସ୍ଥିତି ଉପରେ ଗଭୀର ତଥ୍ୟ ପ୍ରଦାନ କରିଛନ୍ତି; ଯାହା ଅଂଶଗ୍ରହଣକାରୀଙ୍କ ପାଇଁ ଖୁବ ଉପଯୋଗୀ ହୋଇପାରିଛି । ୟୁଏସଏ ଓ ଭାରତର ବିଭିନ୍ନ କୋଣରୁ ଆସିଥିବା ବକ୍ତାମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିବା ପ୍ରମୁଖ ବ୍ୟକ୍ତିବିଶେଷଙ୍କ ମଧ୍ୟରେ କିଛି ପ୍ରତିଷ୍ଠିତ ବକ୍ତା ହେଉଛନ୍ତି ଗିରିଶ ନୁଲି, ସିଇଓ, ଅନ୍ତରା, ୱିପ୍ରୋ ଓ ଆଇଗେଟ୍ର ପୂର୍ବତନ ଏଚଓଏମ୍ ତଥା ବର୍ତ୍ତମାନ ସିଏମଓଆକ୍ସିସର ସଂସ୍ଥାପକ ବିନୋଦ ହାରିଥ୍, ସ୍ଲାଙ୍ଗ୍ ଲ୍ୟାବସର ଓଡି ତଥା ଲିଟିଲ୍ ଆଇ ଲ୍ୟାବ୍ସର (ଯାହାକୁ ୨୦୧୪ରେ ଫେସବୁକ୍ ଅଧିଗ୍ରହଣ କରିଥିଲା) ସଂସ୍ଥାପକ କୁମାର ରଙ୍ଗରାଜନ୍, ବାଣିଜ୍ୟ ପରିବହନ ଓ ଇଲେକଟ୍ରୋନିକ୍ସ ଆଇଟି ବିଭାଗର ସଚିବ ମନୋଜ କୁମାର ମିଶ୍ର ଏବଂ ଆଲେନ୍ ଇମ୍ବାରାଟୋ, ସିଇଓ, ଷ୍ଟ୍ରେସସିଫ୍ଟର, କିବିଜସିଷ୍ଟମ୍ ହେଉଛନ୍ତି ପ୍ରମୁଖ ।
ଦେଶର ପୂର୍ବାଞ୍ଚଳରେ ଟେକ୍ଭୁବନେଶ୍ୱର ହେଉଛି ଏକ ସର୍ବବୃହତ୍ତ୍ ଟେକ୍ନୋଲୋଜି ମଞ୍ଚ ଏବଂ ଏହା ଟେକ୍ନୋଲୋଜି ଜେନର୍ର ଏକ ବୃହତ୍ତ୍୍ ଫର୍ମାଟରେ କାର୍ଯ୍ୟ କରୁଛି । ଚଳିତ ବର୍ଷର କାର୍ଯ୍ୟକ୍ରମରେ ୧୦୦୦ରୁ ଅଧିକ କାର୍ଯ୍ୟରତ ସଫ୍ଟଓୟାର ପ୍ରଫେସ୍ନାଲ ଯୋଗ ଦେଇଛନ୍ତି ।
ଚଳିତ ବର୍ଷର କାର୍ଯ୍ୟକ୍ରମ ପାଇଁ ଅଧିକ ସଂଖ୍ୟକ କାର୍ଯ୍ୟରତ ପ୍ରଫେସ୍ନାଲଙ୍କୁ ଆକର୍ଷିତ କରିବା ଲାଗି ମାଇଣ୍ଡଫାୟାର ସଲ୍ୟୁସନ୍ସ ଏକ ଅନ୍ଲାଇନ୍ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କରିଛି ଯାହାକୁ ଉଭୟ ଅଂଶଗ୍ରହଣକାରୀ ଓ ବକ୍ତାଙ୍କ ପକ୍ଷରୁ ବଡଧରଣର ପ୍ରତିକ୍ରିୟା ମିଳିପାରିଛି । ଏହି ପ୍ରକ୍ରିୟା ମାଧ୍ୟମରେ ୨୫୦୦ରୁ ଅଧିକ ଅଂଶଗ୍ରହଣକାରୀଙ୍କ ଆବେଦନ ଓ ୭୦ରୁ ଅଧିକ ବକ୍ତାଙ୍କ ଆବେଦନ ପ୍ରାପ୍ତ ହୋଇଛି ।
ମାଇଣ୍ଡଫାୟାର ସଲ୍ୟୁସନ୍ସ ଗତ ୪ ବର୍ଷ ହେବ ଟେକଭୁବନେଶ୍ୱରର ଆୟୋଜନ କରିଆସୁଛି । ଏହାର ପ୍ରଥମ ସଂସ୍କରଣ ୧୬ ଅକ୍ଟୋବର ୨୦୧୬ରେ ଆୟୋଜିତ ହୋଇଥିଲା ଯେଉଁଥିରେ ୫୦୦ରୁ ଅଧିକ ସଫ୍ଟୱେୟାର ପ୍ରଫେସ୍ନାଲ ଯୋଗ ଦେଇଥିଲେ । ଏହାପରର ସଂସ୍କରଣଗୁଡିକଠାରୁ ଚଳିତ ବର୍ଷର କାର୍ଯ୍ୟକ୍ରମ କେବଳ ଅଧିକ ବଡ ଓ ଉନ୍ନତ ହୋଇଛି । ଟେକ୍ଭୁବନେଶ୍ୱର ହେଉଛି ଟିସାର୍ଟ, ମଧ୍ୟାନଭୋଜନ, ଗିଫ୍ଟ ଓ ଗାଇଡ୍ ସହ ଅଂଶଗ୍ରହଣକାରୀଙ୍କ ପାଇଁ ଏକ ସମ୍ପୂର୍ଣ୍ଣ ମାଗଣା କାର୍ଯ୍ୟକ୍ରମ ।


ସମ୍ପୁର୍ଣ୍ଣ ଦିନବ୍ୟାପୀ କାର୍ଯ୍ୟକ୍ରମରେ ସରକାରୀ ଅଧିକାରୀ, ଆଇଟି ଶିଳ୍ପର ପ୍ରମୁଖ ପ୍ରାକ୍ଟିସ୍ନର, ଏଣ୍ଟରପ୍ରିନିୟୋରଙ୍କଭଳି ବିଭିନ୍ନ ବକ୍ତା ଉପସ୍ଥିତ ଥିଲେ, ଆମେ ଅଂଶଗ୍ରହଣକାରୀଙ୍କୁ ଆଇଟି ଶିଳ୍ପରେ କ’ଣ ଘଟୁଛି ଓ ନିକଟ ଭବିଷ୍ୟତରେ କ’ଣ ଘଟିବାକୁ ଯାଉଛି ତାହାର ଏକ ସମ୍ପୂର୍ଣ୍ଣ ଚିତ୍ର ପ୍ରଦାନ କରିବାକୁ ଚେଷ୍ଟା କରିଛୁ ।
ଏହି ୪ର୍ଥ ସଂସ୍କରଣରେ ଟେକ୍ଭୁବନେଶ୍ୱର ଆଇଟି ଶିଳ୍ପର ସମସ୍ତ ସମର୍ପିତ ଅନୁସରଣକାରୀଙ୍କୁ ହାସଲ କରିବାକୁ ସଫଳ ହୋଇଛି । ଚଳିତ ବର୍ଷ ଆମେ ଏହି କାର୍ଯ୍ୟକ୍ରମକୁ ଆମର ବିଷୟବସ୍ତୁ ‘ବ୍ଲକ୍ଚେନ୍ ଆଣ୍ଡ ମେସିନ୍ ଲର୍ଣ୍ଣିଙ୍ଗ୍’ ମାଧ୍ୟମରେ ଅଧିକ ଉତ୍ସାହପୂର୍ଣ୍ଣ କରିବାକୁ ପ୍ରତିବଦ୍ଧ ହୋଇଛୁ । ଯାହା ଆମେ ସମସ୍ତେ ଜାଣିଛେଯେ, ବଞ୍ଚିବା ଓ ବଢିବା ପାଇଁ ଆମକୁ ନିରନ୍ତରଭାବେ ନୂତନ ଉଦ୍ଭାବନ ଓ ସୁଧାରର ଆବଶ୍ୟକତା ରହିଛି । ତେଣୁ ଆମ ପାଖରେ ଥିବା ଉଦ୍ୟମୀମାନେ ନିଜ ଉତ୍ପାଦ ଓ ସେବା ତଥା ସେମାନଙ୍କର ଅଭିଜ୍ଞତା ସମ୍ପର୍କରେ ଆଲୋଚନା କରିଛନ୍ତି ।


Share It

Comments are closed.