ଲକଡାଉନ ହୋଇନଥିଲେ ୨୯ ଲକ୍ଷରେ ପହଂଚିଥାନ୍ତା ସଂକ୍ରମିତଙ୍କ ସଂଖ୍ୟା, ଯାଇଥାନ୍ତା ୭୮ ହଜାର ଲୋକଙ୍କ ଜୀବନ

Share It

କେନ୍ଦ୍ରିୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, କରୋନା ଭାଇରସ ଉପରେ ସୂଚନା ଦେଇ କହିଛନ୍ତି ଯେ ଏପର୍ଯ୍ୟନ୍ତର ସମସ୍ତ ପ୍ରୟାସ ଯୋଗୁଁ ଦେଶରେ କରୋନା ମାମଲାର ଦୁଇଗୁଣ ହାରରେ ବଢ଼ିବାର ମାତ୍ରାକୁ ନିୟନ୍ତ୍ରଣ ମଧ୍ୟରେ ରଖାଯାଇପାରିଛି । ଶୁକ୍ରବାର ଆୟୋଜିତ ସମ୍ମିଳନୀରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ଆଇସିଏମଆର ଏବଂ ଅନ୍ୟ ବିଭାଗ ପକ୍ଷରୁ ସରକାରଙ୍କର ପ୍ରୟାସଗୁଡ଼ିକର ସୂଚନା ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ଅନୁଯାୟୀ ଅନେକ ଅଧ୍ୟୟନ ଅନୁସାରେ ଆମ ଦେଶ ଲକ୍‌ଡାଉନ୍ କରି ଅନେକ ଜୀବନ ବଂଚାଇପାରିଛି । ଯଦି ଲକ୍‌ଡାଉନ୍ ହୋଇନଥାନ୍ତା, ତେବେ ଦେଶରେ ସଂକ୍ରମିତଙ୍କ ସଂଖା ୨୯ ଲକ୍ଷରେ ପହଂଚିଯାଇଥାନ୍ତା । ଯେବେକି ୩୭ ରୁ ୭୮ ହଜାର ଲୋକଙ୍କର ମୃତ୍ୟୁ ହୋଇଯାଇଥାନ୍ତା ।
ଆଇସିଏମଆର୍ ଡାକ୍ତର ରମଣ୍ ଆର୍ ଗଙ୍ଗାଖେଡ଼କର ପ୍ରତିଦିନ ହେଉଥିବା ଟେଷ୍ଟିଙ୍ଗଗୁଡ଼ିକର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଶୁକ୍ରବାର ଦିନ ଲଗାତର ଚତୁର୍ଥ ଦିନ ଏକ ଲକ୍ଷରୂ ଉର୍ଦ୍ଧ୍ୱ ଟେଷ୍ଟ କରାଯାଇଛି । ଶୁକ୍ରବାର ମଧ୍ୟାହ୍ନ ସୁଦ୍ଧା ଦେଶରେ ୨୭,୫୫,୭୧୪ ଟେଷ୍ଟ କରାଯାଇସାରିଛି । ଏଥିରେ ୧୮,୨୮୭ ଘରୋଇ ଲ୍ୟାବରେ କରାଯାଇଛି । ସଶକ୍ତ ସମୂହ-୧ର ଚେୟାରମ୍ୟାନ ଓ ଆୟୋଗର ସଦସ୍ୟ ବୀକେ ପାଲ କେନ୍ଦ୍ର ସରକାରଙ୍କ ଭୂମିକାର ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ଆୟୂଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଯୋଜନା ଅନ୍ତର୍ଗତ ଆମେ ୧ କୋଟି ଲୋକଙ୍କୁ ଚିକିତ୍ସା ଯୋଗାଇଦେଉଛୁ । ଏହା ଏକ ବଡ଼ ଉପଲବ୍ଧି ଅଟେ ।
ମହାମାରୀର ପ୍ରକୋପ ସୀମିତ ସ୍ଥାନ ପର୍ଯ୍ୟନ୍ତ ହିଁ ରହିଛି । ୭୦ ପ୍ରତିଶତ ମାମଲା ସହର ପର୍ଯ୍ୟନ୍ତ ହିଁ ସୀମିତ ରହିଛନ୍ତି । ବୀକେ ପାଲ କହିଛନ୍ତି ଯେ ଲକ୍‌ଡାଉନ୍ କାରଣରୁ ୩ ଏପ୍ରିଲ ପରଠାରୁ କରୋନା ଭାଇରସ ମାମଲାରେ ତୀବ୍ର ହ୍ରାସ ଦେଖାଯାଇଛି । ଏହାଦ୍ୱାରା ଏହାର ବେଗରେ ବ୍ରେକ ଲାଗିଯାଇଛି । କରୋନା ଭାଇରସର ୮୦ ପ୍ରତିଶତ ମାମଲା ୫ଟି ରାଜ୍ୟରେ ରହିଛି, ଯେବେକି ୫ଟି ସହରରେ ୬୦ ପ୍ରତିଶତ ପର୍ଯ୍ୟନ୍ତ ମାମଲା ରହିଛି ।
ଏହା ବ୍ୟତୀତ ଦେଶରେ କରୋନାର ମୋଟ କେଶରେ ୯୦ ପ୍ରତିଶତ, ୧୦ ରାଜ୍ୟ ପର୍ଯ୍ୟନ୍ତ ସୀମିତ ରହିଛି । ଏଥିରୁ ୭୦ ପ୍ରତିଶତ ୧୦ ସହର ପର୍ଯ୍ୟନ୍ତ ରହିଛି । ନୀତି ଆୟୋଗର ସଦସ୍ୟ ବୀକେ ପାଲ୍‌ଙ୍କ କହିବା ଅନୁଯାୟୀ ଆମକୁ ଅଧିକ ସତର୍କ ରହିବାକୁ ପଡ଼ିବ । ଆମକୁ ନିଜର ରୋଗ ପ୍ରତିରୋଧକ କ୍ଷମତାକୁ ବଢ଼ାଇବାକୁ ହେବ ଏବଂ ଦୁଇ ହାତର ଦୂରତା ବଜାୟ ରଖିବାକୁ ହେବ ।


Share It

Comments are closed.