ଟେଷ୍ଟ ବୋଲର ର‌୍ୟାଙ୍କିଙ୍ଗରେ ଟପ୍-୩ରେ ସ୍ଥାନ ପାଇଲେ ବୁମରା


ଗତ କାଲି ଆଇସିସି ପକ୍ଷରୁ ଟେଷ୍ଟ ବୋଲରଙ୍କ ର‌୍ୟାକିଙ୍ଗ ତାଲିକା ଅପଡେଟ କରାଯାଇଛି । ତେବେ ଏହି ମଧ୍ୟ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ସିରିଜର ସଦ୍ୟସମାପ୍ତ ଘଟିବା ପରେ ଆଇସିସି ଟେଷ୍ଟ ବୋଲରଙ୍କ ତାଲିକାରେ ବୁମରା ଶ୍ରେଷ୍ଠ ତିନି ଜଣଙ୍କ ମଧ୍ୟରେ ସ୍ଥାନ ହାସଲ କରିଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷରେ ବୁମରା ସମୁଦାୟ ୧୩ଟି ୱିକେଟ ହାସଲ କରିଥିବାବେଳେ ଅନ୍ୟପଟେ ସିରିଜର ଦ୍ୱିତୀୟ ମ୍ୟାଚରେ ସେ ହ୍ୟାଟ୍ରିକ ମଧ୍ୟ ହାସଲ କରିଛନ୍ତି । ବୁମରାଙ୍କ ଏହି ସଫଳତା ପାଇଁ ସେ ଆଇସିସି ବୋଲର ତାଲିକାରେ ସେ ତୃତୀୟ ସ୍ଥାନକୁ ଉତ୍ତୀର୍ଣ୍ଣ କରିଛନ୍ତି । ବୁମରା ଏହି ତାଲିକାରେ ତୃତୀୟ ସ୍ଥାନ ହାସଲ କରିଥିବାବେଳେ ଅନ୍ୟପଟେ ଜାଡେଜା ୧୦ମ ସ୍ଥାନରୁ ୧୧ତମ ସ୍ଥାନକୁ ଖସି ଆସିଛନ୍ତି । ସେହିଭଳି ୱେଷ୍ଟଇଣ୍ଡିଜ ଅଧିନାୟକ ହୋଲଡର ଭାରତ ବିପକ୍ଷରେ ନିଜ ଶ୍ରେଷ୍ଟ ପ୍ରଦର୍ଶ ଦେଖାଇଥିବା ହେତୁ ସେ ଏହି ସୂଚୀରେ ଚତୁର୍ଥ ସ୍ଥାନ ହାସଲ କରିଛନ୍ତି । ସେହିଭଳି ପ୍ରଥମ ସ୍ଥାନରେ ଅଷ୍ଟ୍ରେଲିଆରେ ଫ୍ୟାଟ କମିଙ୍ଗସ ରହିଥିବାବେଳେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ସାଉଥ ଆଫ୍ରିକାର ରାବାଡା ।


Share It

Comments are closed.