କଦଳୀ ଚୋପାର ଉପକାରିତା ସମ୍ପର୍କରେ ଜାଣନ୍ତୁ


ପୋଷକ ତତ୍ତ୍ୱରେ ଭରପୂର କଦଳୀ ନିୟମିତ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ହିତକର । ଖାଦ୍ୟ ବିଷେଷଜ୍ଞଙ୍କ ମତରେ ପ୍ରତିଦିନ ଜଳଖିଆରେ କଦଳୀ ଖାଇବା ଦ୍ୱାରା ପେଟ ସମସ୍ୟା ଦୂର ହୋଇଥାଏ । ଏହା ବ୍ୟତୀତ ଏହା ମହିଳା ମାନଙ୍କର ସୌନ୍ଦର୍ଯ୍ୟଚର୍ଜା ନିମନ୍ତେ ମଧ୍ୟ ଅନେକ ଉପକାୀର ଅଟେ । କିନ୍ତୁ ଜାଣି ରଖନ୍ତୁ ଯେ କଦଳୀ ସହ ଏହାର ଚୋପା ମଧ୍ୟ ଅନେକ ଉପକାରୀ ହୋଇଥାଏ । • କଦଳୀ ଚୋପାକୁ ଭଲଭାବରେ ଚକଟି ସେଥିରେ ମହୁ ମିଶାଇ ତ୍ୱଚାରେ ଲଗାନ୍ତୁ । ଦେଖିବେ କିଛି ଦିନ ମଧ୍ୟରେ ଏହା ଆପଣଙ୍କ ବ୍ରଣ ସମସ୍ୟାକୁ ଦୂର କରିଦେବ ।
• ବ୍ଲାକହେଡ ହେଲେ ତ୍ୱଚାର ସୌନ୍ଦର୍ଯ୍ୟ ମଳୀନ ପଡ଼ିଯାଏ । ତେଣୁ ଏଥିରୁ ମୁକ୍ତି ପାଇବାକୁ ଚାହୁଁଥିଲେ ଏକ ଚାମଚ ଲେମ୍ବୁ ରସରେ କଦଳୀ ଚୋପାକୁ ଚକଟି ତ୍ୱଚାରେ ଲଗାଇ ରଖନ୍ତୁ ଏବଂ ୧୦ ମିନିଟ ପରେ ଥଣ୍ଡା ପାଣିରେ ଧୋଇ ନିଅନ୍ତୁ ।
• ଦାନ୍ତର ହଳଦିଆ ପଡ଼ିବାରୁ ମଧ୍ୟ କଦଳୀ ଚୋପା ରକ୍ଷା କରିଥାଏ । ଏଥିପାଇଁ ନିୟମିତ ୧ ସପ୍ତାହ କଦଳୀ ଚୋପାକୁ ଦାନ୍ତରେ ଘସନ୍ତୁ । ଦେଖିବେ ଅଳ୍ପ ଦିନ ମଧ୍ୟରେ ଦାନ୍ତ ସଫା ହୋଇଯିବ ।
• ଆଖିତଳ କଳାଦାଗ ଦୂର କରିବା ନିମନ୍ତେ କଦଳୀ ଚୋପାକୁ ଭଲ ଭାବରେ ଗ୍ରାଇଣ୍ଡିଂ କରି ସେଥିରେ ଘିଂକୁଆଁରୀ ରସ ମିଶାଇ ଲଗାନ୍ତୁ । ୧୫ ଦିନ ଏପରି କରିବା ଦ୍ୱାରା ଫରକ ନିଶ୍ଚିତ ଜାଣି ପାରିବେ ।
• ତ୍ୱଚାରୁ ଭାଙ୍ଗକୁ ଦୂର କରିବା ପାଇଁ କଦଳୀ ଚୋପାକୁ ବାଟି ସେଥିରେ ୨ ଚାମଚ ବାଦାମ ତେଲ ମିଶାଇ ପୂରା ମୁହଁରେ ଲଗାଇ ୨୦ ମିନିଟ ପରେ ଧୋଇ ନିଅନ୍ତୁ ।


Share It

Comments are closed.