ଏୟାରଟେଲର ଡିଜିଟାଲ୍ ମନୋରଂଜନ ସେବା “ଏୟାରଟେଲ ଏକ୍ସଟ୍ରିମ୍’ର ଶୁଭାରମ୍ଭ


ଭାରତୀ ଏୟାରଟେଲ୍ ପକ୍ଷରୁ ଡିଜିଟାଲ୍ ମନୋରଂଜନ ସେବା ଏୟାରଟେଲ୍ ଏକ୍ସଟ୍ରିମର ଶୁଭାରମ୍ଭ କରାଯାଇଛି । ଏହା ଏକ ସମନ୍ୱିତ ପ୍ଲାଟଫର୍ମ ଯାହା ଜରିଆରେ ଗ୍ରାହକମାନେ ଅନେକ ପ୍ରକାର ଡିଜିଟାଲ୍ ସେବା ପାଇପାରିବେ । ଏୟାରଟେଲ୍ ଏକ୍ସଟ୍ରିମ୍ ଜରିଆରେ ଗ୍ରାହକମାନେ ଶତାଧିକ ସାଟେଲାଇଟ୍ ଟିଭି ଚ୍ୟାନେଲ୍, ହିନ୍ଦୀ, ଇଂରାଜି ଓ ବିଭିନ୍ନ ଭାଷାରେ ହଜାର ହଜାର ସିନେମା, ନିୟୁତାଧିକ ଗୀତ ଆଦି ସବୁ କିଛି ଗୋଟିଏ ଓଟିଟି ପ୍ଲାଟଫର୍ମରେ ଉପଭୋଗ କରିପାରିବେ । ଏହି ସବୁ କିଛିକୁ ଗ୍ରାହକମାନେ ନିଜ ଟିଭି, ପିସି ଏବଂ ସ୍ମାର୍ଟଫୋନ୍ରେ ହାସଲ କରିପାରିବେ ।

ଏହି ସେବା କେବଳ ମନୋରଂଜନ ପ୍ରଦାନ କରିବ ନାହିଁ, ଭବିଷ୍ୟତର କନେକ୍ଟେଡ୍ ହୋମ୍ ସମ୍ପର୍କିତ ଅନେକ ସମାଧାନ ମଧ୍ୟ ପ୍ରଦାନ କରିପାରିବ । ଏୟାରଟେଲ୍ ଥାଙ୍କସ୍ ଗ୍ରାହକଙ୍କ ପାଇଁ ଏଥିରେ ବିଶେଷ ସୁବିଧା ରହିଛି । ସେମାନେ ମାଗଣାରେ ପ୍ରିମିୟମ୍ ବିଷୟବସ୍ତୁ ଏବଂ ଆହୁରି ବହୁ ପ୍ରକାର ସେବା ପାଇପାରିବେ ।

ଏହି ନୂତନ ସେବା ସମ୍ପର୍କରେ ଭାରତୀ ଏୟାରଟେଲ୍ର ଚିଫ୍ ପ୍ରଡକ୍ଟ ଅଫିସର ଆଦର୍ଶ ନାୟାର କହିଛନ୍ତି ଯେ, “ବିଭିନ୍ନ ପ୍ରକାର ଡିଜିଟାଲ୍ ସେବା ଓ ପ୍ଲାଟଫର୍ମ ପ୍ରଦାନ କରିବା ଲାଗି ଏୟାରଟେଲ୍ ଏକ ମିସନରେ ବାହାରି ଯାହା ଉଦୀୟମାନ ଭାରତର ମୂଳଦୁଆ ସ୍ଥାପନ କରିବ । ମନୋରଂଜନକୁ ବାସ୍ତବରେ ଆଗକୁ ବଢ଼ାଇବା ଏବଂ ଅଭିନବ ପ୍ଲାଟଫର୍ମ ଜରିଆରେ ତାହାକୁ ଅଧିକରୁ ଅଧିକ ଲୋକମାନଙ୍କ ପାଖରେ ପହଂଚାଇବା ପାଇଁ ଆମର ଡିଜିଟାଲ୍ ମନୋରଂଜନ ପ୍ଲେର ଏହା ଏକ ଅଂଶ ।’’

ପ୍ଲଗ୍ ଆଣ୍ଡ୍ ପ୍ଲେ ଅନୁଭୂତି ପ୍ରଦାନ କରିବା ଲାଗି କଂପାନି ଆଣିଛି ଏୟାରଟେଲ୍ ଏକ୍ସଟ୍ରିମ୍ ଷ୍ଟିକ୍ । ଏହା ଜରିଆରେ ନେଟଫ୍ଲିକ୍ସ, ଆମାଜନ୍ ଏବଂ ୍ୱିଙ୍ଗ ମ୍ୟୁଜିକ୍ ସେବା ହାସଲ କରିହେବ । ଏୟାରଟେଲ୍ ଏକ୍ସଟ୍ରିମ୍ ଷ୍ଟିକ୍ର ମୂଲ୍ୟ ୩୯୯୯ ଟଙ୍କା ରହିଛି । ଏୟାରଟେଲ୍ ଥାଙ୍କସ୍ ଓ ପ୍ରିମିୟମ୍ ଗୋଲ୍ଡ ଗ୍ରାହକମାନେ ମାଗଣାରେ ଏହି ସେବା ହାସଲ କରିପାରିବେ ।

ଆଣ୍ଡ୍ରଏଡ୍ ୯.୦ର ଶକ୍ତି ଥିବା ଏୟାରଟେଲ୍ ଏକ୍ସଟ୍ରିମ୍ ୪କେ ହାଇବ୍ରିଡ୍ ବକ୍ସ ରହିଛି ଯାହା ସାଟେଲାଇଟ୍ ଟିଭି ଓ ଓଟିଟିକୁ ଗୋଟିଏ ପ୍ଳାଟଫର୍ମକୁ ଆଣିପାରିବ । ଏଥିରେ ଏୟାରଟେଲ୍ ଏକ୍ସଟ୍ରିମ୍ ଆପ୍, ଆମାଜନ ପ୍ରାଇମ୍ ଭିଡିଓ, ନେଟଫ୍ଲିକ୍ସ, ୟୁଟ୍ୟୁବ୍ ଏବଂ ଏୟାରଟେଲ୍ ଷ୍ଟୋର୍ ଆପ୍ ଆଗୁଆ ଇନଷ୍ଟଲ୍ ହୋଇଥିବ । ଏହାର ମୂଲ୍ୟ ୩୯୯୯ ଟଙ୍କା ରହିଛି ।


Share It

Comments are closed.