ବିରାଟଙ୍କ ସହ ଥିବା ମତଭେଦ ଉପରେ ନିଜ ପ୍ରତିକ୍ରିୟା ରଖିଲେ ରୋହିତ


ଦିନିକିଆ ଏବଂ ଟି-୨୦ ଫର୍ମାଟରେ ଭାରତୀୟ ଦଳର ଉପ-ଅଧିନାୟକ ରୋହିତ ଶର୍ମା ୱେଷ୍ଟଇଣ୍ଡିଜ ବିପକ୍ଷରେ ଟି-୨୦ ସିରିଜ ଖେଳିବା ପୂର୍ବରୁ ସୋସିଆଲ ମିଡିଆରେ ଏକ ଖାସ ବର୍ତ୍ତା ସେୟାର କରିଛନ୍ତି । ଚଳିତ ବିଶ୍ୱକପରେ ରୋହିତ ଅତି ଉତ୍ତମ ପ୍ରଦର୍ଶନ କରିଥିବାବେଳେ କ୍ରିକେଟର ଏହି ମହାକୁମ୍ଭରେ ସେ ସର୍ବାଧିକ ରନ ସଂଗ୍ରହ କରିବାର ଏକମାତ୍ର ଖେଳାଳୀ ଅଟନ୍ତି ।
ତେବେ ବିଶ୍ୱକପ ପର ଠାରୁ ଏହି ଚର୍ଚ୍ଚା ଲାଗି ରହିଥିଲା ଯେ, କୋହଲି ଏବଂ ରୋହିତ ଶର୍ମାଙ୍କ ମଧ୍ୟରେ ଥିବା ମତଭେଦ ଯୋଗୁଁ ଦଳର ପ୍ରଦର୍ଶନ ଉପରେ ଏହାର କୁପ୍ରଭାବ ପଡୁଛି । ୱେଷ୍ଟଇଣ୍ଡିଜ ଗସ୍ତ ପୂର୍ବରୁ ହୋଇଥିବା ଏକ ସାମ୍ବାଦିକ ସମ୍ମଳନୀରେ ଅଧିନାୟକ ବିରାଟ କୋହଲି ଏହି ଘଟଣାକୁ ସମ୍ପୂର୍ଣ୍ଣ ଏଡାଇ ଦେଇଥିବାବେଳେ ଉଭୟଙ୍କ ମଧ୍ୟରେ ସେମିତି କିଛି ମତଭେଦ ନାହିଁ ସେ ବୋଲି ସ୍ପଷ୍ଟ କରିଦେଇଥିଲେ ।
କୋହଲିଙ୍କ ପରେ ବର୍ତ୍ତମାନ ରୋହିତ ଶର୍ମା ନିଜ ଟ୍ୱିଟରରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସ୍ପଷ୍ଟ ଜଣାପଡୁଛି ଯେ, ସେ ଏହି ଘଟଣା ଉପରେ ପୁନଃଚ୍ଛେଦ ଲଗାଇବା ପାଇଁ ଚାହୁଁଛନ୍ତି । ରୋହିତ ଏକ ଫଟୋ ସେୟାର କରି ଲେଖିଛନ୍ତି ଯେ, “ମୁଁ କେବଳ ମୋ ଦଳ ପାଇଁ ଖେଳିବାକୁ ପଡିଆକୁ ଓହ୍ଲାଇ ନାହିଁ ଏହା ସହ ମୋ ଦେଶ ପାଇଁ ମଧ୍ୟ ଖେଳିବାକୁ ଓହ୍ଲାଇଛି ।”


ଭାରତୀୟ ଦଳ ବର୍ତ୍ତମାନ ଫ୍ଲୋରିଡାରେ ଥିବାବେଳେ ଦଳ ୩ ଏବଂ ୪ ଅଗଷ୍ଟରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଟି-୨୦ ସିରିଜ ଖେଳିବ । ସିରିଜର ଶେଷ ଟି-୨୦ ମ୍ୟାଚ ୬ ଅଗଷ୍ଟରେ ଖେଳାଯିବ । ଏହା ପରେ ଭାରତ ଦିନିକିଆ ସିରିଜ ଏବଂ ୨ଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ ମଧ୍ୟ ଖେଳିବ ।


Share It

Comments are closed.