ଭୁବନେଶ୍ୱରରେ ରିଲାଏନ୍ସ ସ୍ମାର୍ଟର ନୂଆ ଷ୍ଟୋର୍‍ ଶୁଭାରମ୍ଭ


ରିଲାଏନ୍ସ ରିଟେଲ୍‍ ଅଧୀନ ସର୍ବବୃହତ୍‍ ଢ଼ାଞ୍ଚାର ସୁପରମାର୍କେଟ୍‍ ରିଲାଏନ୍ସ ସ୍ମାର୍ଟ ଭୁବନେଶ୍ୱରର ପଟିଆ ମେନ୍‍ ରୋଡ଼ସ୍ଥିତ ରିଲାଏନ୍ସ ଟ୍ରେଣ୍ଡ ନିକଟ ସାଇସୁମନ କମର୍ସିଆଲ କମ୍ପେ୍ଲକ୍ସ ପରିସରରେ ଏକ ନୂଆ ଷ୍ଟୋର୍‍ ଆଜି ଶୁଭାରମ୍ଭ କରିଛି । ଗୋଟିଏ ଛାତ ତଳେ କିରାନା (ଗ୍ରସରୀ) ସାମଗ୍ରୀ, ଫଳ ଓ ପନିପରିବା, ଦୁଗ୍ଧଜାତ ସାମଗ୍ରୀଠାରୁ ଆରମ୍ଭ କରି ରୋଷେଇ ଉପକରଣ, ଘରକରଣା ସାମଗ୍ରୀ ପର୍ଯ୍ୟନ୍ତ ବିବିଧ କିସମର ସାମଗ୍ରୀ ଗୋଟିଏ ଜାଗାରୁ କିଣିବାର ସୁବିଧା ଏହି ଷ୍ଟୋର୍‍ରେ ଉପଲବ୍ଧ ରହିଛି ।

ବର୍ଷ ସାରା ଉପଲବ୍ଧ ସମସ୍ତ ସାମଗ୍ରୀର ସର୍ବାଧିକ ଖୁଚୁରା ଦର (ଏମ୍‍ଆର୍‍ପି) ଉପରେ ସର୍ବନିମ୍ନ ୫%ର ନିଶ୍ଚିତ ରିହାତି ସହିତ ସର୍ବନିମ୍ନ ୧୪୯୯ ଟଙ୍କାର ସାମଗ୍ରୀ କ୍ରୟ କଲେ ୯ ଟଙ୍କାରେ ଏକ କିଲୋଗ୍ରାମ ଚିନି ମିଳିବା ଭଳି ଅନେକ ମୂଲ୍ୟଯୁକ୍ତ ସୁବିଧା ଏଠାରେ ଉପଲବ୍ଧ, ଯାହାକି ମାସିକ କିରାନା (ଗ୍ରସରୀ) ସାମଗ୍ରୀ କ୍ରୟ କ୍ଷେତ୍ରରେ ଭାରତର ସର୍ବାଧିକ ପସନ୍ଦର ଏକ ସୁପରମାର୍କେଟ । ଏହାଛଡ଼ା ଏଠାରେ ଷ୍ଟାପଲ୍ସ ଏବଂ ଫଳ ଓ ପନିପରିବା ସର୍ବନିମ୍ନ ମୂଲ୍ୟରେ ଉପଲବ୍ଧ ହେଉଛି ।

ଏହି ନୂଆ ଷ୍ଟୋର୍‍ର ଶୁଭାରମ୍ଭ ସହିତ ରିଲାଏନ୍ସ ସ୍ମାର୍ଟର ବର୍ତ୍ତମାନ ଭୁବନେଶ୍ୱରରେ ୩ଟି ଷ୍ଟୋର୍‍ ଏବଂ ଓଡ଼ିଶାରେ ମୋଟ ୫ଟି ଷ୍ଟୋର୍‍ ରହିଛି । ଉପଭୋକ୍ତାଙ୍କୁ ଉତ୍ତମ ସେବା ପ୍ରଦାନ କରିବା ପାଇଁ ଭଲଭାବେ ସୂଚନା ଦେଇପାରୁଥିବା ସହାୟକ ଗଣଙ୍କ ସହ ବ୍ୟାବହାରିକ ଷ୍ଟୋର୍‍ ଡିଜାଇନ୍‍ ଓ ବିନ୍ୟାସ, ଉତ୍ତମ ଗୁଣବତ୍ତାର ବିଭିନ୍ନ ସାମଗ୍ରୀ ଓ ଉତ୍ପାଦ ଆକର୍ଷଣୀୟ ମୂଲ୍ୟରେ ଉପଲବ୍ଧ କରାଉଥିବା ଏହି ଷ୍ଟୋର୍‍ ୧୨,୩୦୦ ବର୍ଗଫୁଟ ଅଞ୍ଚଳରେ ପରିବ୍ୟାପ୍ତ । ଏହା ସ୍ଥାନୀୟ ଅଞ୍ଚଳର କ୍ରେତାଙ୍କ ହୃଦୟ ଜିଣିବା ସହ ସେମାନଙ୍କ ଦୈନନ୍ଦିନ ଜୀବନର ଅଂଶବିଶେଷ ହୋଇପାରିବ । କ୍ରେତାଙ୍କ ପାଇଁ ଉଦ୍‍ଘାଟନୀ ଅଫର୍‍ ‘ପାୱାର ଅଫ୍‍ ନାଇନ୍‍’ରେ- ସର୍ବନିମ୍ନ ୯୯୯ ଟଙ୍କା ମୂଲ୍ୟର କ୍ରୟ କ୍ଷେତ୍ରରେ ୧ କିଲୋଗ୍ରାମ ଆଳୁ, ୧ କିଲୋଗ୍ରାମ ପିଆଜ ଏବଂ ପ୍ଲାଷ୍ଟିକ୍‍ କଣ୍ଟେନର୍‍ ସେଟ୍‍ ଭଳି ଅନେକ ମାତ୍ର ୯ ଟଙ୍କା ମୂଲ୍ୟରେ ମିଳିବାର ସୁବିଧା ଅଧିକ ଗ୍ରାହକମାନଙ୍କୁ ଆକୃଷ୍ଟ କରିବ ।

ଅନେକ ବର୍ଷ ଧରି ଦୈନନ୍ଦିନ କ୍ରୟଠାରୁ ଆରମ୍ଭ କରି ସ୍ୱତନ୍ତ୍ର ଅବସର ପାଇଁ ରିଲାଏନ୍ସ ସ୍ମାର୍ଟ ବିଭିନ୍ନ ମୂଲ୍ୟ ବର୍ଗରେ କ୍ରେତାମାନଙ୍କ ସମସ୍ତ ପ୍ରକାରର ଆବଶ୍ୟକତା ପୂରଣ କରିଆସିଛି । ଗ୍ରାହକମାନଙ୍କ ସୁବିଧାକୁ ସର୍ବାଧିକ ଧ୍ୟାନରେ ରଖି ରିଲାଏନ୍ସ ସ୍ମାର୍ଟ ଏହାର ବ୍ୟାପକ କିସମର ଅଫର୍‍ ଏବଂ ଉପଭୋକ୍ତାଙ୍କ ଘର ନିକଟରେ ଉପଲବ୍ଧତା ଆଧାରରେ ଗ୍ରାହକମାନଙ୍କୁ ସର୍ବବୃହତ୍‍ ସୁପରମାର୍କେଟ୍‍ ବର୍ଗରେ ସର୍ବଶ୍ରେଷ୍ଠ ସପିଙ୍ଗ୍‍ ଅଭିଜ୍ଞତା ଆଣି ଦେଇଛି । ଏବେ ୧୦୦ରୁ ଅଧିକ ସହରରେ ୧୭୦ରୁ ଅଧିକ ରିଲାଏନ୍ସ ସ୍ମାର୍ଟ ଷ୍ଟୋର୍‍ ରହିଛି ।


Share It

Comments are closed.