ଡାକ୍ତରଙ୍କ ପରେ ବର୍ତ୍ତମାନ ଭାଇରାଲ ହେଲା ମହିଳା ପୋଲିସକର୍ମୀଙ୍କ ଟିକଟକ୍ ଭିଡିଓ


ଲୋକମାନଙ୍କ ଦୈନଦିନ ଜୀବନରେ ଟିକଟକର ପ୍ରଭାବ ଏଭଳି ମାତ୍ରରେ ପଡୁଛି ଯେ, କୌଣସି କାର୍ଯ୍ୟ କିମ୍ବା କର୍ତ୍ତବ୍ୟରେ ନିୟୋଜିତ ଥିବା କର୍ମଚାରୀମାନେ ମଧ୍ୟ ଏଥିରୁ ବାଦ ପଡୁ ନାହାନ୍ତି । ପୂର୍ବରୁ କାର୍ଯ୍ୟରତ ନର୍ସଙ୍କ ଠାରୁ ଆରମ୍ଭ କରି ଡାକ୍ତରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ଟିକଟକ ଭିଡିଓ ଭାଇରାଲ ହୋଇଥିବାବେଳେ ବର୍ତ୍ତମାନ ଦୁଇଜଣ ମହିଳା କନେଷ୍ଟବଳଙ୍କ ଟିକଟକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇ ଚର୍ଚ୍ଚାର ପରିସରକୁ ଆସିଛି ।


ଭାଇରାଲ ହୋଇଥିବା ଏହି ଭିଡିଓରେ ଦୁହେଁ ମହିଳା କନେଷ୍ଟବଳ ଦିଲ୍ଲୀସ୍ଥିତ ଭିଆଇପି ରୋଡରେ କର୍ତ୍ତବ୍ୟରେ ଥିବା ସମୟର ଦୃଶ୍ୟ ଦେଖିବାକୁ ମିଳିଛି । ମିଳିଥିବା ସୂଚନା ମୁତାବକ ଏହି ଦୁହେଁ ମହିଳା ୨୦୧୮ରେ କନେଷ୍ଟବଳ ରୂପେ ନିଯୁକ୍ତି ପାଇଥିଲେ ।
ଏହି ଭିଡିଓକୁ ନେଇ ବର୍ତ୍ତମାନ ତଦନ୍ତ ଆରମ୍ଭ ହୋଇଯାଇଥିବାବେଳେ ତଦନ୍ତ ପ୍ରକ୍ରିୟାକୁ ନେଇ ବିରଷ୍ଟ ପୋଲିସ ଅଧିକାରୀ ଜଣକ କହିଛନ୍ତି ଯେ, “ଏହି ଭିଡିଓଟି କେବେକାର ଏବଂ ସେହି ସମୟରେ ଉକ୍ତ ଦୁହେଁ ମହିଳା ପୋଲିସ କର୍ମୀ କେଉଁଠାରେ ଥିଲେ ତାହା ଉପରେ ନିଶ୍ଚୟ ତଦନ୍ତ ହେବ । ”


Share It

Comments are closed.