ଅମ୍ପୟାରଙ୍କ ଭୁଲ ନିଷ୍ପତି ଯୋଗୁଁ ହୃଦଘାତରେ ଚାଲିଗଲା ଖେଳାଳୀଙ୍କ ଜୀବନ


ଖେଳ ପଡିଆରେ ହୃଦଘାତ ଯୋଗୁଁ କୌଣସି କ୍ରିକେଟରଙ୍କ ମୃତ୍ୟୁ ଘଟିବା ଏହା ପ୍ରଥମ ଘଟଣା ହୋଇନଥିବାବେଳେ କିନ୍ତୁ ହାଇଦ୍ରାବାଦର ଏହି ଖେଳାଳୀଙ୍କ ସହ ଘଟିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେବ । ମିଳିଥିବା ସୂଚନା ମୁତାବକ, ରବିବାର ଦିନ ଏକ ଦିନିକିଆ ମ୍ୟାଚ-ଲିଗ ଖେଳାଯାଉଥିବା ସମୟରେ ଜଣେ ୪୧ ବର୍ଷିୟ ବ୍ୟାଟ୍ସମ୍ୟାନ ବିରେନ୍ଦ୍ର ନାୟକଙ୍କ ମୃତ୍ୟୁ ଘଟିଛି । ବିରେନ୍ଦ୍ର ହାଇଦ୍ରାବାଦର ମରଡପଲ୍ଲୀ ସ୍ପୋର୍ଟସ କ୍ଲବର ଖେଳାଳୀ ଥିବାବେଳେ ସେ ଗତ ଶନିବାର ଦିନ ଏକ ସୁନ୍ଦର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା ଯେ, ସେ ଅର୍ଦ୍ଧଶତକ ହାସଲ କରି ଆଉଟ ହୋଇ ପାଭିଲିୟନ ଯିବା ପରେ ତାଙ୍କର ସେଠାରେ ହୃଦଘାତ ଘଟିଥିଲା ଏବଂ ଘଟଣାସ୍ଥଳୀରେ ହିଁ ସେ ଟଳିପଡିଥିଲେ ।
ମିଳିଥିବା ସୂଚନା ମୁତାବକ, ନାୟକ ଶନିବାର ଦିନ ଖେଳାଯାଇଥିବା ମ୍ୟାଚରେ ୬୬ ରନର ଏକ ସୁନ୍ଦର ଇଂନିସ ଖେଳିଥିଲେ କିନ୍ତୁ ଦୁର୍ଭାଗ୍ୟବଷତଃ ଅମ୍ପାୟାରଙ୍କ ଭୁଲ ନିଷ୍ପତି ଯୋଗୁଁ ସେ ଆଉଟ ହୋଇଯାଇଥିଲେ । ଏହା ପରେ ନାୟକ ଯେତେବେଳେ ପାଭିଲିୟନ ପହଞ୍ଚିଲେ ସେଠାରେ ତାଙ୍କ ମୁଣ୍ଡ ସିଧା କାନ୍ଥରେ ମାଡ ହୋଇଥିଲା ଏବଂ ସେ ସେଠାରେ ଗଳିପଡିଥିଲେ । ତୁରନ୍ତ ସାଥୀ ଖେଳାଳୀ ତାଙ୍କୁ ହସ୍ପିଟାଲ ନେଇଯାଇଥିଲେ ଯେଉଁଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ବୋଲି ଘୋଷଣା କରିଥିଲେ । ତାଙ୍କର ମୃତ୍ୟୁ ହୃଦଘାତ ଯୋଗୁଁ ଘଟିଥିଲା ।
ବିରେନ୍ଦ୍ର ସିକନ୍ଦରାବାଦର ଯଶୋଦା ହସ୍ପିଟାଲରେ ଶେଷ ନିଶ୍ୱାସ ନେଇଥିଲେ । ସେ ହୃଦୟଜନୀତ ସମସ୍ୟା ଯୋଗୁଁ ଦୀର୍ଘଦିନ ହେବ ମେଡିସିନ ଖାଉଥିଲେ ବୋଲି ତାଙ୍କ ଭାଇ ପୋଲିସକୁ ସୂଚନା ଦେଇଥିବାବେଳେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ତାଙ୍କ ଅନ୍ତିମ ସଂସ୍କାର କରାଗଲା ।


Share It

Comments are closed.