ଟ୍ରକ-ବସ ମୁହାଁମୁହିଁ, ୧୪ ମୃତ


ରାଜସ୍ଥାନର ବିକାନୋରରେ ସୋମବାର ଦିନ ବସ ଏବଂ ଟ୍ରକ ପରସ୍ପର ସହ ଧକ୍କା ହୋଇ ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ଅନେକ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ଏହି ଦୁଃଖଦ ଘଟଣାଟି ରାଜସ୍ଥାନର ଶ୍ରୀ ଡୁଙ୍ଗରୁଗଡ ଅଞ୍ଚଳ ଜାତୀୟ ରାଜପଥ ୧୧ରେ ଘଟିଥିବାବେଳେ ଆହତଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଇଦିଆଯାଇଛି ।

ମିଳିଥିବା ସୂଚନା ମୁତାବକ ବସଟି ବିକାନୋରରୁ ଜୟପୁର ଅଭିମୁଖେ ଯାଉଥିଲା । ବସିଟି ଧକ୍କା ଖାଇବା ପରେ ସେଥିରେ ନିଆଁ ଲାଗିଯାଇଥିଲା ବୋଲି ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣେ ପୋଲିସ ଅଧିକାରୀ ଜଣକ କହିଛନ୍ତି । ଘଟଣାର ସୂଚନା ମିଳିବା ପରେ ପ୍ରଶାସନ ଏବଂ ପୋଲିସ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜୋରସେ ଆରମ୍ଭ ହୋଇଯାଇଛି ।


Share It

Comments are closed.