‘ଗୁଡ ନ୍ୟୁଜ’ର ଟ୍ରେଲର ହେଲା ରିଲିଜ


ଅକ୍ଷୟ କୁମାର, କରୀନା କପୁର ଖାନ, କିୟାରା ଆଡଭାନୀ ଏବଂ ଦିଲଜିତ ଦୋସାଂଝଙ୍କୁ ବହୁପ୍ରତୀକ୍ଷିତ ଫିଲ୍ମ ‘ଗୁଡ ନ୍ୟୁଜ’ର ଟ୍ରେଲର ରିଲିଜ ହୋଇଯାଇଛି । ଫିଲ୍ମର ପୋଷ୍ଟର ରିଲିଜ ହେବାପରେ ଏବେ ଏହାର ଟ୍ରେଲର ରିଲିଜ ହୋଇଯାଇଛି । ଫିଲ୍ମର ପୋଷ୍ଟର ଯେତେ କୌତୁକପୂର୍ଣ୍ଣ ଏହାର ଟ୍ରେଲର ମଧ୍ୟ ସେତେ ରୋମାଞ୍ଚକ । ଫିଲ୍ମରେ କମେଡି ସହ ଡ୍ରାମା ଭରି ରହିଥିବାବେଳେ ଏହା ଦାମ୍ପତ୍ୟ ଜୀବନର ବିଭିନ୍ନ ଅସୁବିଧା ଉପରେ ପର୍ଯ୍ୟାବେଶିତ ହୋଇଛି ।

ଫିଲ୍ମର ଟ୍ରେଲରଟି ୩ ମିନିଟର ହୋଇଥିବାବେଳେ କ୍ରିସମାସ ଅବସରରେ ଏହା ୨୭ ଡିସେମ୍ବର ୨୦୧୯ରେ ରିଲିଜ ହେବ । କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ ବ୍ୟାନର ଅଧିନରେ ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମଟିକୁ ରାଜ ମେହତା ନିର୍ଦ୍ଦେଶନା ଦେଇଛନ୍ତି । କ୍ରିସମାସ ଏବଂ ନୂଆ ବର୍ଷର ଛୁଟି ଗୁଡିକର ଫାଇଦା ସମ୍ପୂର୍ଣ୍ଣ ଏହି ଫିଲ୍ମକୁ ମିଳିବ ।


Share It

Comments are closed.