ନିଲମ୍ବନକୁ ନେଇ ଦୁଃଖରେ ଭାଙ୍ଗି ପଡିଛନ୍ତି ପାଣ୍ଡିଆ, ମୁହଁ ଖୋଲିଲେ ବାପା


ଟିଭି ସୋ “କଫି ଉୁଇଥ କରଣ”ରେ ବିବାଦୀୟ ମନ୍ତବ୍ୟ ଦେଇ ନିଲମ୍ବିତ ହୋଇଥିବା କ୍ରିକେଟର ହାର୍ଦିକ ପାଣ୍ଡିଆ ବର୍ତ୍ତମାନ ଦୁଃଖରେ ଘରୁ ବାହାରି ପାରୁନାହାନ୍ତି ବୋଲି ବାପା ହିମାଂଶୁ ପାଣ୍ଡିଆ କହିଛନ୍ତି । ଏହି କ୍ରମରେ ହାର୍ଦିକଙ୍କ ବାପା ଆହୁରୀ ମଧ୍ୟ କହିଛନ୍ତି ଯେ, “ପୁଅ ଅଷ୍ଟ୍ରେଲିଆରୁ ଘରକୁ ଫେରିବା ପରେ ନିଜକୁ ଏକ ଗୋଟିଏ ରୁମରେ ବନ୍ଦ କରିଦେଇଛି ଏବଂ କାହା ସହ କଥାବର୍ତ୍ତା ମଧ୍ୟ କରୁ ନାହିଁ କି ଦେଖା ମଧ୍ୟ କରୁ ନାହିଁ । ତାକୁ ମ୍ୟାଚ ଖେଳିବାରୁ ନିଲମ୍ବନ କରାଯିବା ପରେ ସେ, ଏମିତି ଭାଙ୍ଗି ପଡିଛି ଯେ, ଚଳିତ ମକର ସଂକ୍ରାନ୍ତିରେ ଗୁଡି ମଧ୍ୟ ଉଡାଇ ନାହିଁ । ”
ପ୍ରକାଶ ଥାଉକି, ଟିଭି ସୋ “କଫି ଉୁଇଥ କରଣ”ରେ ହାର୍ଦିକ ପାଣ୍ଡିଆ ଏବଂ କେଏଲ ରାହୁଲ ମହିଳାଙ୍କୁ ନେଇ ଅନେକ ଆପତ୍ତିଜନକ ଏବଂ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଯାହା ଦ୍ୱାରା ସେ ଅନେକ ସମାଲୋଚନାର ଶୀକାର ମଧ୍ୟ ହୋଇଥିଲେ । ଉଭୟଙ୍କର ଏହି ବିବାଦୀୟ ବୟାନ ଯୋଗୁଁ ବିସିସିଆଇ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ସ୍ୱରୁପ ତାଙ୍କୁ ଦଳରୁ ନିଲମ୍ବିତ କରିଥିଲା ।


Share It

Comments are closed.