କିପରି ନେବେ ଆପଣଙ୍କ ସୁନା ଗହଣାର ଯତ୍ନ, ଆସନ୍ତୁ ଜାଣିବା


ମହିଳାମାନଙ୍କ ପାଇଁ ସୁନା ଗହଣା ସର୍ବଦା ତାଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଥାଏ । ତେଣୁ ଏହାକୁ ସେମାନେ ସ୍ୱତନ୍ତ୍ରଭାବେ ସଫା ରଖି ଷ୍ଟୋର କରିବା ପାଇଁ କିଛି ସରଳ ଉପାୟ ଆପଣାଇବା ଆବଶ୍ୟକ । ଏହା ଦ୍ୱାରା ସୁନାର ଚମକ ନୂଆ ପରି ରହିବା ସହିତ ପୁନର୍ବାର ବ୍ୟବହାର ଉପଯୋଗୀ ହୋଇପାରିବ ।
ସଠିକ ଭାବେ ସଫା କରିବାର ଉପାୟ –
ସୁନା ଗହଣା ସଫା ରଖିବା ପାଇଁ ବିଭିନ୍ନ ପ୍ରକାରର ଉପାୟ ରହିଛି ।
୧. ଗୋଟିଏ ବଡ ପାତ୍ରରେ କିଛି ଗରମ ପାଣି ନିଅନ୍ତୁ ଏବଂ କିଛି ଡ୍ରପର ଡିସ ୱାସିଙ୍ଗ ଲିକ୍ୟୁଇଡ ପକାନ୍ତୁ । ଏହାର ଏକ ମିଶ୍ରଣ ପ୍ରସ୍ତୁତ କରି ମଇଳା ହୋଇଥିବା ଗହଣାକୁ ସେଥିରେ ୧୫ମିନିଟ ପର୍ଯ୍ୟନ୍ତ ବୁଡାଇ ରଖନ୍ତୁ । ଏକ ନରମ ବ୍ରସ ସାହାଯ୍ୟରେ ଗହଣାକୁ ଘଷି ସଫା କରନ୍ତୁ ଏବଂ ଥଣ୍ଡା ପାଣିରେ ଭଲ ଭାବେ ଧୋଇଦିଅନ୍ତୁ । ଏହାପରେ ଗହଣାକୁ ସଫା କପଡାରେ ଧୋଇ ପବନରେ ଶୁଖାଇ ଦିଅନ୍ତୁ ।
୨. ସୁନା ଗହଣାର ଗଭୀର ସଫେଇ ପାଇଁ ଆପଣ ଆମୋନିଆ ମଧ୍ୟ ବ୍ୟବହାର କରିପାରିବେ । କିନ୍ତୁ ପ୍ଲାଟିନମ କିମ୍ବା ମୋତି କାମ ଥିବା ଗହଣାରେ ଆମୋନିଆ ପକାନ୍ତୁ ନାହିଁ । ଛଅ ଭାଗ ପାଣିରେ ଗୋଟିଏ ଭାଗ ଆମୋନିଆ ପକାନ୍ତୁ ଏବଂ ଭଲ ଭାବେ ଫେଣ୍ଟି ମିଶ୍ରଣଟି ପ୍ରସ୍ତୁତ କରନ୍ତୁ । ଏହି ମିଶ୍ରଣରେ ଗୋଟିଏ ମିନିଟ ପର୍ଯ୍ୟନ୍ତ ବୁଡାଇ ରଖନ୍ତୁ । ଏହା ପରେ ଗହଣାକୁ ଭଲଭାବେ ସାଧାରଣ ଜଳରେ ଧୋଇ ଦିଅନ୍ତୁ ଏବଂ ସଫା କପଡାରେ ପୋଛି ଶୁଖାଇ ଦିଅନ୍ତୁ । ଏହାର ସମସ୍ତ ମଇଳା ବାହାରି ଯିବା ସହିତ ଏଥିରେ କଳା ଦାଗ ପଡିଥିଲେ କଳା ଦାଗ ଦୂର ହୋଇ ଗହଣାରେ ଚମକ ଆସିଥାଏ ।
୩. ଯଦି ଆପଣଙ୍କ ଗହଣାରେ ଷ୍ଟୋନ ରହିଛି ତେବେ ଆପଣ ଉପରୋକ୍ତ ଡିସ ୱାସିଙ୍ଗ ଲିକ୍ୟୁଇଡରେ ସଫା କରିପାରିବେ କିନ୍ତୁ ଏଥିର ବୁଡାଇ ରଖନ୍ତୁ ନାହିଁ । ଷ୍ଟୋନ ଥିବା ଗହଣାରେ ଏକ କପଡା ମାଧ୍ୟମରେ ଏହି ମିଶ୍ରଣକୁ ନେଇ ଧିରେ ଧିରେ ପୋଛନ୍ତୁ । ଏହା ଦ୍ୱାରା ଆପଣଙ୍କ ଷ୍ଟୋନରେ କିଛି ପ୍ରଭାବ ନପଡି ଗହଣାରେ ଥିବା ମଇଳା ଦୂର ହୋଇଥାଏ ।
୪. ଯଦି ଆପଣଙ୍କ ଗହଣା ସମ୍ପୂର୍ଣ୍ଣ ସୁନାରେ ଏବଂ ବହୁ ଡିଜାଇନ ଦ୍ୱାରା ପ୍ରସ୍ତୁତ ତେବେ ଏଗୁଡିକୁ ସାବଧାନତାର ସହିତ ସଫା କରନ୍ତୁ । ଏହାକୁ ଏକ ପାତ୍ରରେ ରଖି ଏଥିରେ ହାଲକା ଗରମ ଜଳ ଢାଳନ୍ତୁ ଏବଂ ଜଳ ଥଣ୍ଡା ହେବା ପର୍ଯ୍ୟନ୍ତ ରଖନ୍ତୁ । ଏହାପରେ ଗହଣା ଗୁଡିକୁ ନରମ ବ୍ରଶରେ ସଫା କରନ୍ତୁ ଏବଂ ଥଣ୍ଡା ପାଣିରେ ଧୋଇଦିଅନ୍ତୁ ।
ଷ୍ଟୋର କରିବାର ଉଚିତ ନିୟମ –
ଗହଣା ଭଲଭାବେ ଶୁଖିବା ସହିତ ସଫା ହେଲା ପରେ ଏହା ସ୍କାର୍ଚ ଏବଂ ଭାଙ୍ଗ ଠାରୁ ଦୂରେଇ ରହୁଛି ବୋଲି ନିଶ୍ଚିନ୍ତ କରନ୍ତୁ । ଗହଣାର ଚମକ ବଜାୟ ରଖିବାକୁ ଏବଂ ଗହଣାର କୌଣସି କ୍ଷତି ନକରିବାକୁ ଚାହୁଁଥିଲେ ସମସ୍ତ ଗହଣାକୁ ଭିନ୍ନ ଭିନ୍ନ ଭାବେ ଟିସୁ ପେପରେ ଗୁଡାଇ ଜିପ ଲକ ବ୍ୟାଗରେ ରଖନ୍ତୁ । ଗହଣା ଗୁଡିକୁ ଏପରି ରଖନ୍ତୁ ଯେପରି ଗୋଟିଏ ଗହଣା ଅନ୍ୟ ଗହଣାକୁ ସ୍ପର୍ଶ କରିବ ନାହିଁ ଏହାଦ୍ୱାରା ଗହଣା ଗହଣା ମଧ୍ୟରେ ଘର୍ଷଣ ସୃଷ୍ଟି ହୋଇନଥାଏ ଏବଂ ଗହଣାର ଚମକ ସଠିକଭାବେ ରହିଥାଏ । ଜିପ ଲକ କିମ୍ବା ଫ୍ୟାବ୍ରିକ ବ୍ୟାଗରେ ଗହଣା ରଖିବା ଦ୍ୱାରା ଗହଣାରେ ବାହାରର ବାୟୁ ପଶିନଥାଏ ଏବଂ ଗହଣା ଖରାପ ମଧ୍ୟ ହୋଇନଥାଏ । ଆପଣ ଯଦି ଗହଣା ରଖିବା ପାଇଁ କୌଣସି ଗହଣା ବାକ୍ସ ବ୍ୟବହାର କରୁଛନ୍ତି ତେବେ ଗହଣା ବାକ୍ସ ଭଲଭାବେ ପରିସ୍କାର ଅଛି ବୋଲି ନିଶ୍ଚିନ୍ତ କରନ୍ତୁ ଏବଂ ଭଲଭାବେ ଟିସୁ ପେପର ପକାଇ ତାହା ଉପରେ ଜିପ ଲକ ବ୍ୟାଗରେ ଥିବା ଗହଣା ଗୁଡିକୁ ରଖନ୍ତୁ । ଏବଂ ସେହି ବାକ୍ସ ଅଧିକ ତାପମାତ୍ରା ଠାରୁ ଦୂରେଇ ରଖନ୍ତୁ ।


Share It

Comments are closed.