ଖରାଦିନ ଛୁଟିରେ କିପରି କରିବେ ନିଜ ପିଲାଙ୍କ ବୌଦ୍ଧିକ ବିକାଶ


ଛୁଟିଦିନରେ ଅଭିଭାବକମାନେ ପିଲାମାନଙ୍କ ସହିତ ଅତିବାହିତ କରିବାର ଉପଯୁକ୍ତ ସମୟ ପାଇଥାନ୍ତି । ଏହା ସମସ୍ତ ଅବିଭାଭକ ଏବଂ ପିଲାଙ୍କ ପାଇଁ ସେହି ସମୟଟି ଖୁବ କଷ୍ଟଦାୟକ କାରଣ ପିଲାମାନେ କୌଣସି କାମ ନଥିବାରୁ ବିରକ୍ତ ହୋଇଯାନ୍ତି ଏବଂ ଅଭିଭାବକମାନେ ସେମାନଙ୍କୁ ନେଇ ଚିନ୍ତାରେ ପଡିଯାଆନ୍ତି । ତେଣୁ ଏହି ଦୁଇ ତିନି ମାସର ଲମ୍ବା ଖରାଛୁଟିରେ ପିଲାଙ୍କୁ ଆପଣ ସେମାନଙ୍କ ସହିତ ମିଶି ସେମାନଙ୍କ ମନ ପସନ୍ଦର କାମ କରିବା ସହିତ ସେମାନଙ୍କୁ ଅଧିକ ଆଡଭାନ୍ସ କରିପାରିବେ ।

ଆସନ୍ତୁ ଜାଣିବା ପିଲାମାନଙ୍କୁ ଛୁଟିରେ ବ୍ୟସ୍ତ ରଖିବାର କିଛି ସରଳ ଟିପ୍ସ ସମ୍ପର୍କରେ –

୧. ନିଜର କିଛି ଗେମ୍ ପ୍ଲାନ କରନ୍ତୁ –

ପିଲମାନଙ୍କୁ କାର୍ଡ, ଫୁଲ, କାଗଜରେ ବିଭିନ୍ନ ଡିଜାଇନ କରିବା ପାଇଁ ଉତ୍ସାହିତ କରନ୍ତୁ । ଘରେ ବ୍ରେନ ଭିଟା, ଚେସ, ଲୁଡୁ, କ୍ୟାରମ ପରି ଖେଳ ଖେଳିବା ପାଇଁ କୁହନ୍ତୁ ଯାହା ସେମାନଙ୍କର ମସ୍ତିଷ୍କର ବିକାଶ କରିବା ସହିତ ସମୟ ଅତିବାହିତ ହୋଇଥାଏ । ଛୋଟ ଛୋଟ ପିଲାଙ୍କୁ ଚିତ୍ରାଙ୍କନ ବହିରେ ରଙ୍ଗ କରିବା ପାଇଁ କିମ୍ବା ଚିତ୍ର ଆଙ୍କିବା ପାଇଁ କୁହନ୍ତୁ ।

୨. ଗାର୍ଡେନିଙ୍ଗ କରିବା ପାଇଁ କୁହନ୍ତୁ –

ଖରାଦିନ ଛୁଟିରେ ପିଲାମାନଙ୍କୁ ଗାର୍ଡେନିଙ୍ଗ କରିବା ପାଇଁ ପ୍ରୋତ୍ସାହିତ କରନ୍ତୁ । ବଗିଚାରେ ପାଣି ଦେବା ସହିତ ନୂଆ ଗଛ ଲଗାଇବା ପାଇଁ କୁହନ୍ତୁ । ଏହା ଦ୍ୱାରା ସେମାନେ ବିଭିନ୍ନ ପ୍ରକାରର ଫୁଲ ଫଳ ଗଛ ସମ୍ପର୍କରେ ଜାଣିବା ସହିତ ସେମାନଙ୍କ ସମୟ ଭଲରେ ଅତିବାହିତ ହେବ ।

୩. ପିକନିକରେ ଯାଆନ୍ତୁ –

ଲମ୍ବା ଅବଧିର ଛୁଟିରେ ପିକନିକ ଯିବା ଖୁବ ଭଲ । ନୂଆ ନୂଆ ସ୍ଥାନ ଭ୍ରମଣ କରିବା ପିଲାମାନଙ୍କର ଖୁବ ପସନ୍ଦ । ତେଣୁ ସେମାନଙ୍କୁ ବିଭିନ୍ନ ଦର୍ଶନୀୟ ସ୍ଥାନ, ଗେମିଙ୍ଗ ଜୋନ, ସାଇନ୍ସ ସିଟି, ପାର୍କ ଇତ୍ୟାଦିକୁ ନେଇପାରିବେ ।

୪. ସନ୍ତରଣ କିମ୍ବା ସ୍ୱିମିଙ୍ଗ ପାଇଁ ପଠାନ୍ତୁ –

ଛୁଟିରେ ଅଧିକ ସମୟ ମିଳିଥିବାରୁ ପିଲାମାନେ ନିଜର ପଢା ସହିତ ସ୍ୱିମିଙ୍ଗ ଶିଖିବା ଆବଶ୍ୟକ । ଏହା ପିଲାମାନଙ୍କ ମଧ୍ୟରେ ଏନର୍ଜି ବୃଦ୍ଧି କରିବା ସହିତ ସେମାନଙ୍କୁ ନୂତନ ଅନୁଭୂତି ପ୍ରଦାନ କରିବ । ଦିନଭରି ସେମାନଙ୍କୁ ଅନ୍ୟାନ୍ୟ କାମ କରିବା ପାଇଁ ଫୁର୍ତ୍ତି ଏବଂ ନଖାଉଥିବା ପିଲାଙ୍କ କ୍ଷେତ୍ରରେ ଭୋକର ମାତ୍ରା ମଧ୍ୟ ବୃଦ୍ଧି କରିବ ।

୫. ଲୋକାଲ ଲାଇବ୍ରେରି କରନ୍ତୁ –

ପିଲାଙ୍କ ମନୋରଞ୍ଜନ ପାଇଁ ବହି ଉପଯୁକ୍ତ । ନିଜର ଘରେ ଗୋଟିଏ ଲୋକାଲ ଲାଇବ୍ରେରି ପ୍ରସ୍ତୁତ କରନ୍ତୁ । ପିଲାଙ୍କ ପାଇଁ ବିଭିନ୍ନ ପ୍ରକାରର ବହି, ନୋବେଲ ଇତ୍ୟାଦି ଆଣନ୍ତୁ । ଛୋଟ ପିଲାମାନେ ବହି ପଢିନପାରିଲେ ମଧ୍ୟ ବହିର ଚିତ୍ର ଏବଂ ରଙ୍ଗ ବୁଝିପାରିବେ । ସେମାନେ ଭୟ କରୁଥିବା ବିଷୟବସ୍ତୁ ଯେପରିକି ସହଜରେ ଗଣିତ ଶିଖିବାର ଉପାୟ ଥିବା ବହି କିଣିପାରିବେ । ପିଲାମାନଙ୍କୁ ଉପହାର ଦେବାକୁ ଚାହୁଁଥିଲେ ବହି ସବୁଠାରୁ ସ୍ୱତନ୍ତ୍ର ଉପହାର ହେବ ।

୬. ଡ୍ୟାନ୍ସ ଏବଂ ଗୀତ ଶିଖାନ୍ତୁ –

ପିଲାମାନଙ୍କୁ ଲମ୍ବା ସମୟରେ ଡ୍ୟାନ୍ସ ଏବଂ ନୃତ୍ୟ ଶିଖାନ୍ତୁ । ସେମାନେ ନୂଆ ଅନୁଭୂତି ପାଇବା ସହିତ କିଛି ନୂଆ ଶିଖିବାକୁ ଚେଷ୍ଟା କରିଥାନ୍ତି । ଡ୍ୟାନ୍ସ ଏବଂ ଗୀତ ମଧ୍ୟ ସେମାନଙ୍କୁ ଭଲ ଲାଗିବ ଏବଂ ସେମାନେ ନୂତନ ବନ୍ଧୁ ପାଇବାର ସୁଯୋଗ ପାଇବେ ।


Share It

Comments are closed.