ଖରାଦିନେ ଓଜନ କମ କରିବା ପାଇଁ ପିଅନ୍ତୁ ଏହି ସମସ୍ତ ଡିଟକ୍ସ ଡ୍ରିଙ୍କ


ଅତ୍ୟଧିକ ଓଜନ କିମ୍ବା ଓବେସିଟି ବର୍ତ୍ତମାନର ଏକ ମୁଖ୍ୟ ସମସ୍ୟା । ତେଣୁ ଓଜନ ହ୍ରାସକରିବା ପାଇଁ ଯୁବ ପିଢିଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ୟ୍ୟନ୍ତ ସମସ୍ତେ ପ୍ରସ୍ତୁତ । ଅତ୍ୟଧିକ ଓଜନ ବୃଦ୍ଧି ହେଲେ ମଧ୍ୟ ବିଭିନ୍ନ ପ୍ରକାରର ରୋଗ ହୋଇଥାଏ । ଓଜନ ହ୍ରାସ କରିବା ପାଇଁ ବ୍ୟାୟାମ ସହିତ ଖାଦ୍ୟ ପେୟର ଯତ୍ନ ନେବା ଖୁବ ଆବଶ୍ୟକ । ଓଜନ ହ୍ରାସ ପାଇଁ ଆପଣ କିଛି ଡିଟକ୍ସ ଡ୍ରିଙ୍କସ ପିଇପାରିବେ । ଏହା ଦ୍ୱାରା ଓଜନ ହ୍ରାସ ହେବା ସହିତ ଇମପ୍ୟୁରିଟି ଦୂର ହୋଇଥାଏ । ଏହା ମେଟାବୋଲିଜିମ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । ଖରାଦିନେ ଭୋକ ନହେଉ ଥିଲେ ଏହାର ଡ୍ରିଙ୍କସ ଦ୍ୱାରା ଭୋକ ମଧ୍ୟ ଲାଗିଥାଏ । ଏହା ରକ୍ତ ଶର୍କରା ମଧ୍ୟ ନିୟନ୍ତ୍ରଣ କରିଥାଏ ଏବଂ ଫ୍ୟାଟ କୋଷକୁ ନିୟନ୍ତ୍ରଣ କରିଥାଏ । ଆସନ୍ତୁ ଜାଣିବା ଖରାଦିନେ ଆପଣ କେଉଁ ଡିଟକ୍ସ ଡ୍ରିଙ୍କ ପ୍ରସ୍ତୁତ କରି ପିଇବେ ।
୧. ଉଷୁମ ପାଣି, ଲେମ୍ବୁ, ଅଦାର ଡ୍ରିଙ୍କସ – ଏକ କାଚର ଗ୍ଲାସ ନିଅନ୍ତୁ ସେଥିରେ କିଛି ଉଷୁମ ଜଳ ନିଅନ୍ତୁ , ସେଥିରେ ଅଦା ଏବଂ ଲେମ୍ବୁ ଚୋପା ସହିତ ମିଶାଇ ରଖିଦିଅନ୍ତୁ । ଏବଂ ସକାଳେ ଆପଣ ସେଥିରେ କିଛି ଉଷୁମ ଜଳ ମିଶାଇ ପିଅନ୍ତୁ ।
୨. ଚିଆ ସିଡ , କାକୁଡି ଡ୍ରିଙ୍କସ – ଚିଆ କିମ୍ବା ସବଜା ସିଡ ଓମେଗା ୩ର ଉତ୍ତମ ସ୍ରୋତ । ଏବଂ ସମ୍ପୂର୍ଣ୍ଣ ଦିନର ଅନାବଶ୍ୟକ ତେଲକୁ ବାହର କରିଥାଏ । ରାତିରେ ଆପଣ ଗୋଟିଏ ଗ୍ଲାସ ପାଣିରେ କାକୁଡିକୁ ଛୋଟ ଛୋଟ କାଟି ରଖନ୍ତୁ ଏବଂ ସେଥିରେ ୧ରୁ ୨ଚାମଚ ଚିଆ ସିଜ ପକାଇ ଦିଅନ୍ତୁ । ଏହାକୁ ସକାଳୁ ଉଷୁମ ଜଳ ମିଶାଇ ପିଅନ୍ତୁ ।
୩. ଜିରା ଡ୍ରିଙ୍କସ – ଜିରା ହଜମ କ୍ରିୟାରେ ସାହାଯ୍ୟ କରିବା ସହିତ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଜିରାର ଏହି ଡ୍ରିଙ୍କସ ପ୍ରସ୍ତୁତ କରିବା ପାଇଁ ଆପଣ ରାତିରେ ଗୋଟିଏ ଗ୍ଲାସ ପାଣିରେ ଦୁଇ ଚାମଚ ଜିରା ପକାଇ ରଖନ୍ତୁ । ଏହି ପାଣିକୁ ସକାଳେ ଉଷୁମ ଜଳ ସହିତ ମିଶାଇ ହେଉ କିମ୍ବା ସେହିପରି ଭାବେ ପିଇପାରିବେ । ଆପଣଙ୍କୁ ସକାଳେ ଗ୍ୟାସ କିମ୍ବା ବ୍ଲୋଟିଂର ସମସ୍ୟା ରହୁଥିଲେ ଏହି ଜିରା ଡ୍ରିଙ୍କସ ଆପଣଙ୍କ ପାଇଁ ଖୁବ ଭଲ ।
୪. ଗ୍ରିନ ଟି ଡ୍ରିଙ୍କ – ଗୋଟିଏ ଗ୍ଲାସରେ ୧ରୁ ୨ଚାମଚ ଗ୍ରିନ ଟି ନିଅନ୍ତୁ । ଏଥିରେ ଗରମ ଜଳ ମିଶାଇ ଦିଅନ୍ତୁ । ଏଥିରେ କିଛି ତୁଳସୀ ପତ୍ର ମିଶାଇ ୩ରକୁ ୪ଘଣ୍ଟା ରଖନ୍ତୁ । କିମ୍ବା ରାତି ସାରା ରଖିପାରିବେ । ଏହା ସକାଳୁ ଆପଣ ଖାଲି ପେଟରେ ପିଇପାରିବେ ।
୫. ହଳଦି ଜୁଆଣି ଡ୍ରିଙ୍କ – ଏକ ଗ୍ଲାସରେ ଗୋଟିଏ ଚାମଚ ହଳଦି ଏବଂ ଦୁଇ ଚାମଚ ଜୁଆଣି ନିଅନ୍ତୁ । ଏହା ପରେ ଏଥିରେ ଉଷୁମ ପାଣି ମିଶାଇ ରଖନ୍ତୁ । ଏଥିରେ ଆପଣ ଚାହିଁଲେ ମହୁ ମଧ୍ୟ ମିଶାଇପାରିବେ । ଏହାକୁ ରାତି ସାରା ରଖି ସକାଳୁ ଖାଲି ପେଟରେ ପିଅନ୍ତୁ କିମ୍ବା ୩ରୁ ୪ଘଣ୍ଟା ରଖି ପିଇପାରିବେ ।
୬. ଅଁଳା ଏବଂ ଆଲୋଭେରା ଜୁସ – ଅଁଳା ଭିଟାମିନ ସିର ଉତ୍ତମ ସ୍ରୋତ । ଆପଣ ଆଲୋଭେରା ଏବଂ ଅଁଳାକୁ ମିଶାଇ ଏକ ଜୁସ ପ୍ରସ୍ତୁତ କରିପାରିବେ । ଏହାକୁ ସକାଳୁ ଖାଲି ପେଟରରେ ପିଇପାରିବେ ।

 

 


Share It

Comments are closed.