ଭାରତୀୟ ସମ୍ବିଧାନର ଜନକ ଡା ଆମ୍ବେଦକରଙ୍କର ଜୟନ୍ତୀ ଅବସରରେ ତାଙ୍କର ପ୍ରେରଣାଦାୟୀ କାହାଣୀ ବିଷୟରେ ଜାଣନ୍ତୁ


ଆଜି ଅର୍ଥାତ ୧୪ ଏପ୍ରିଲ ହେଉଛି ଭିମରାଓ ଆମ୍ବେଦକରଙ୍କର ୧୨୯ ତମ ଜୟନ୍ତୀ ଦିବସ । ଭାରତୀୟ ସମ୍ବିଧାନର ଜନକ ତଥା ଏହାର ମୁଖ୍ୟ ନିର୍ମାଣକାରୀ ଭାବେ ଜଣାଶୁଣା ଡା ଆମ୍ବେଦକର ୧୮୯୧ ମସିହା ଏପ୍ରିଲ ୧୪ ତାରିଖରେ ମଧ୍ୟ ପ୍ରଦେଶ ସ୍ଥିତ ମହୁ ନାମକ ଏକ ଗ୍ରାମରେ ଗୋଟିଏ ମରାଠି ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ଆମ୍ବେଦକର ବିଶେଷ ରୂପେ ଡା ବି ଆର ଆମ୍ବେଦକର ଭାବେ ଲୋକପ୍ରିୟ । ଆଜି ତାଙ୍କ ଜୟନ୍ତୀ ଦିବସରେ ଆସନ୍ତୁ ତାଙ୍କ ଜୀବନର କିଛି ବିଶେଷ ଘଟଣା ବିଷୟରେ ଜାଣିବା ।
ସେ ଏକା ଧାରରେ ଜଣେ ଭାରତୀୟ ଆଇନ ବିଶାରଦ, ଅର୍ଥଶାସ୍ତ୍ର ବିଶାରଦ, ରାଜନୀତିଜ୍ଞ ଓ ଅଧ୍ୟାପକ ଥିଲେ । ତାଙ୍କ ବାପାଙ୍କ ନାମ ଥିଲା ରାମଜୀ ମାଲୋଜି ସକପାଲ ଓ ମାତାଙ୍କ ନାମ ଥିଲା ଭୀମା ବାଇ । ୧୯୧୩ ମସିହାରେ କଲମ୍ବିଆ ୟୁନିଭର୍ସିଟିରେ ପଢ଼ିବା ପାଇଁ ଆମ୍ବେଦକରଙ୍କର ଚୟନ ହୋଇଯାଇଥିଲା । ଏହି ୟୁନିଭର୍ସିଟିର ଟପ ୧୦୦ ସ୍କଲାର ଲିଷ୍ଟରେ ଆମ୍ବେଦକର ଶୀର୍ଷ ସ୍ଥାନରେ ରହିଥିଲେ । ସେ ଏହି ଠାରୁ ହିଁ ରାଜନୀତି ବିଜ୍ଞାନରେ ଗ୍ରାଜୁଏସନ ପୁରା କରିଥିଲେ । ସେ ଉଭୟ କଳମ୍ବିଆ ୟୁନିଭର୍ସଟି ଓ ଲଣ୍ଡନ ସ୍କୁଲ ଅଫ ଇକୋନୋମିକରେ ଅର୍ଥଶାସ୍ତ୍ରରେ ଉଚ୍ଚତମ ଉପାଧି ହାସଲ କରିଥିଲେ ।
ଆମ୍ବେଦକର ଜଣେ ସାମଜିକ ସଂସ୍କାରକ ଥିଲେ ଯେ ଦଳିତ ବୁଦ୍ଧ ଆନ୍ଦୋଳନକୁ ଅନୁପ୍ରାଣିତ କରିଥିଲେ ଏବଂ ଅଛୁଆଁ ମାନଙ୍କ ପ୍ରତି ସାମାଜିକ ବୈଷମ୍ୟ ବିରୋଦ୍ଧି ଅଭିଯାନରେ ସାମିଲ ହୋଇଥିଲେ । ସେ ସବୁବେଳେ ରାଜନୈତିକ ଅଧିକାର ଓ ସାମଜିକ ସ୍ୱାଧିନତା ପାଇଁ ଆଗରେ ରହୁଥିଲେ ।
ବିଶ୍ୱର ବୃହତମ ଗଣତନ୍ତ୍ର ସମ୍ବିଧାନ ପ୍ରସ୍ତୁତ ପାଇଁ ତାଙ୍କୁ ଦୁଇ ବର୍ଷ ଓ ୧୧ ମାସ ସମୟ ଲାଗିଥିଲା । ସେ ତାଙ୍କ ପୁରା ଜୀବନ ବୌଦ୍ଧ ଧର୍ମର ଅଧ୍ୟୟନ କରିଥିଲେ ଏବଂ ୧୯୫୬ ମସିହାରେ ବୌଦ୍ଧଧର୍ମକୁ ରୁପାନ୍ତରିତ ହୋଇଥିଲେ ।
ଡା ଆମ୍ବେଦକର ୧୯୩୬ ମସିହାରେ ସ୍ୱତନ୍ତ୍ର ଲେବର ପାର୍ଟିର ସ୍ଥାପନା କରିଥିଲେ । ସେ ସ୍ୱାଧିନ ଭାରତର ପ୍ରଥମ ଆଇନ ମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଥିଲେ ।
୬୪ ଟି ବିଷୟ ଓ ହିନ୍ଦୀ, ପାଲି, ସଂସ୍କୃତ, ଇଂରାଜୀ, ଫ୍ରେଂଚ, ଜର୍ମାନ, ମରାଠୀ, ପାର୍ଶିଆନ ଏବଂ ଗୁଜୁରାତୀ ଭଳି ନଅଟି ଭାଷାରେ ତାଙ୍କର ଦକ୍ଷତା ରହିଥିଲା । ତାଙ୍କର ମୃତ୍ୟୁ ୧୯୫୬ ମସିହା ଡିସେମ୍ବର ୬ ତାରିଖରେ ଦିଲ୍ଲୀରେ ହୋଇଥିଲା ।
ତାଙ୍କର ମୁଖଣୁ ନିସୃତ କିଛି ପ୍ରେରଣାଦାୟୀ ବାକ୍ୟ;
“ଯଦି ସମ୍ବିଧାନର ଅପବ୍ୟବହାର ହେବାର ମୁଁ ପାଏ, ତେବେ ଏହାକୁ ଜଳାଇବାରେ ମୁଁ ହିଁ ପ୍ରଥମ ହେବି ।”
“ଜୀବନ ଦୀର୍ଘ ହେବା ଠାରୁ ମହାନ ହେବା ଭଲ ।”
“ମୁଁ ସେହି ଧର୍ମକୁ ପସନ୍ଦ କରେ ଯାହା ସ୍ୱତନ୍ତ୍ରତା, ସମାନତା ଓ ଭ୍ରାତୃଭାବର ଶିକ୍ଷା ଦେଇଥାଏ ।”


Share It

Comments are closed.