କରୋନା ଯୁଦ୍ଧରେ ଭାରତର ବିଜୟ ପାଇଁ ଦେଶବାସୀଙ୍କ ଠାରୁ ୭ଟି ପ୍ରତିଶୃତି ଚାହିଁଲେ ପ୍ରଧାନମନ୍ତ୍ରୀ


ସାରା ଦେଶରେ ଲକଡାଉନ ଅବଧିକୁ ୩ ମେ’ ପର୍ଯ୍ୟନ୍ତ ବୃଦ୍ଧି କରାଇ ଦିଆଯାଇଛି । ପ୍ରଧାନମନ୍ତ୍ରୀ କିଛି ସମୟ ପୂର୍ବରୁ ଦେଶର ଜନସାଧାରଣଙ୍କୁ ସମ୍ବୋଧିତ କରି ଲକଡାଉନକୁ ବଢାଇବା ସଂପର୍କରେ ଘୋଷଣା କରିଛନ୍ତି । ଏହା ସହ ସେ କରୋନା ଭାଇରସକୁ ହରାଇବା ପାଇଁ ଦେଶବାସୀଙ୍କୁ ୭ଟି ପ୍ରତିଶୃତି ଗ୍ରହଣ କରିବା ପାଇଁ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଗାମୀ ଦିନ ମାନଙ୍କରେ ଏହି ପ୍ରତିଶୃତି ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିବ ।
ପ୍ରଥମ ବଚନ – ଯେଉଁମାନେ ପୂର୍ବରୁ ଅନେକ ରୋଗରେ ପୀଡିତ ଅଛନ୍ତି ସେମାନଙ୍କ ଯତ୍ନପ୍ରତି ବିଶେଷ କରି ଧ୍ୟାନ ଦେବା ଉଚିତ । ତାଙ୍କୁ କରୋନା ଠାରୁ ଦୂରେଇ ରଖିବାକର ଆବଶ୍ୟକତା ରହିଛି ।
ଦ୍ୱିତୀୟ ବଚନ- ଲକଡାଉନ ଏବଂ ସାମାଜିକ ଦୂରତାର ଲକ୍ଷଣରେଖା କଡାକଡି ପାଳନ କରିବାର ଆବଶ୍ୟକତା ରହିଛି । ଘରେ ପ୍ରସ୍ତୁତ ଫେସ କଭର ଏବଂ ମାସ୍କ ସର୍ବଦା ବ୍ୟବହାର କରନ୍ତୁ ।
ତୃତୀୟ ବଚନ – ନିଜର ରୋଗପ୍ରତି ରୋଧକ ଶକ୍ତି ବଢାନ୍ତୁ । ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଜାରୀ କରାଯାଇଥିବା ନିର୍ଦ୍ଦେଶକକୁ ପାଳନ କରନ୍ତୁ । ଗରମ ପାଣିର ସର୍ବଦା ସେବନ କରନ୍ତୁ ।
ଚତୁର୍ଥ ବଚନ- କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଆରୋଗ୍ୟ ସେତୁ ମୋବାଇଲ ଆପ ନିହାତୀ ଡାଉନଲୋଡ କରନ୍ତୁ । ଏବଂ ଅନ୍ୟଙ୍କୁ ବି ଏହି ଆପ ଡାଉନଲୋଡ କରିବା ପାଇଁ ପରାମର୍ଶ ଦିଅନ୍ତୁ ।
ପଞ୍ଚମ ବଚନ- ଯେତିକି ହୋଇପାରିବ ସେତିକି ଗରିବ ପରିବାରଙ୍କ ଦେଖାଶୁଣା କରନ୍ତୁ । ତାଙ୍କ ଭୋଜନର ଆବଶ୍ୟକତା ପୂରଣ କରନ୍ତୁ ।
ଷଷ୍ଠ ବଚନ- ନିଜର ବ୍ୟବସାୟ, ଉଦ୍ୟୋଗରେ କାମ କରୁଥିବା ଲୋକଙ୍କ ପ୍ରତି ସମ୍ବେଦନଶୀଳ ହୁଅନ୍ତୁ, କୌଣସି ବ୍ୟକ୍ତିଙ୍କୁ ଛଟେଇ କରନ୍ତୁ ନାହିଁ ।
ସପ୍ତମ ବଚନ – ଦେଶର କୋରାନ ଯୋଦ୍ଧା, ଆମର ଡାକ୍ତର-ନର୍ସ, ସେବିକା, ସଫେଇକର୍ମଚାରୀ, ପୋଲିସ ଭାଇମାନଙ୍କୁ ସମ୍ମାନ କରନ୍ତୁ ।


Share It

Comments are closed.