ପ୍ରଧାନମନ୍ତ୍ରୀଙ୍କ ନିଷ୍ପତିକୁ ସ୍ୱାଗତ କଲେ ଡବ୍ଲୁଏଚଓ, କହିଲେ ସଂକ୍ରମଣ ରୋକିବାରେ ଏହା ସହାୟକ ହେବ


ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ପ୍ରଧାନମନ୍ତ୍ରୀଙ୍କ ଲକଡାଉନ ଅବଧି ବୃଦ୍ଧି ନିଷ୍ପତିକୁ ସମର୍ଥନ ଜଣାଇବା ସହ ଭାରତର ଏହି ପଦକ୍ଷେପ କରୋନାକୁ ପରାସ୍ତ କରିବା ପାଇଁ ନିଆଯାଇଥିବା କଠୋର ପଦକ୍ଷେପର ପ୍ରତିଫଳନ ବୋଲି ସେ କହିଛନ୍ତି । ଡବ୍ଲୁଏଚଓର ଆଞ୍ଚଳିକ ନିର୍ଦ୍ଦେଶକ ଡାକ୍ତର କ୍ଷେତ୍ରପାଲ ସିଂହ କହିଛନ୍ତି ଯେ, କରୋନାକୁ ରୋକିବା ପାଇଁ ଠିକ ସମୟରେ ନିଆଯାଇଥିବା ଭାରତର କଠୋର ପଦକ୍ଷେପକୁ ଡବ୍ଲୁଏଚଓ ପ୍ରଶଂସା କରୁଛି । ସଂକ୍ରମଣକୁ ରୋକିବା ପାଇଁ ରୋଗୀଙ୍କ ସଂଖ୍ୟାରେ କେତେ ହ୍ରାସ ଘଟିବ, ତାହା କହିବା ବର୍ତ୍ତମାନ ସମ୍ଭବପର ନଥିବାବେଳେ କିନ୍ତୁ ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟୀ ରଖିବା ସହ ଅନ୍ୟ ପ୍ରଭାବୀ ଉପାୟକୁ ଅନୁସରଣ କରିବାରେ ୬ ସପ୍ତାହବ୍ୟାପୀ ଲକଡାଉନ ଭାଇରସ ଏବଂ ତାହାର ସଂକ୍ରମଣକୁ ପ୍ରତିହତ କରିବାରେ ସକ୍ଷମ ହେବ ।
ଡାକ୍ତର ସିଂହ କହିଛନ୍ତି ଅନେକ ଆହ୍ୱାନ ସତ୍ତ୍ୱେ ଭାରତ ଏହି ମହାମାରୀକୁ ପରାସ୍ତ କରିବାରେ ସମ୍ପୂର୍ଣ୍ଣ ପ୍ରତିବଦ୍ଧତା ସହ ଆଗକୁ ବଢୁଛି । ସେ ଆହୁରୀ କହିଛନ୍ତି ଯେ, ଏହି ଭାଇରସକୁ ପରାସ୍ତ କରିବା ପାଇଁ ଏହି ପରୀକ୍ଷଣ ସମୟରେ ପ୍ରତ୍ୟେକ ବ୍ୟକ୍ତିଙ୍କ ସର୍ବାଧିକ ଯୋଗଦାନ ଆଶା କରାଯାଉଛି ।


Share It

Comments are closed.