ମଧ୍ୟପ୍ରଦେଶ ଦୁନିଆର ତୃତୀୟ ସୁନ୍ଦର ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଛି


ଦୁନିଆର ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀମାନଙ୍କ ମାମଲାରେ ଭାରତର ମଧ୍ୟପ୍ରଦେଶର ନାମ ରହିଛି । ଟ୍ରାଇବାଲ୍ ମିଡିଆ କମ୍ପାନୀ ‘ଲୋନ୍ଲି ପ୍ଲାନେଟ୍’ ଦ୍ୱାରା ଜାରି କରାଯାଇଥିବା ରିପୋର୍ଟରେ ମଧ୍ୟପ୍ରଦେଶକୁ ଏପରି ସ୍ଥାନରେ ରଖାଯାଇଛି । ଏହି ରିପୋର୍ଟ ୨୦୨୦ ପାଇଁ ଦୁନିଆର ସବୁଠାରୁ ସୁନ୍ଦର ପର୍ଯ୍ୟଟନ ସ୍ଥଳମାନଙ୍କ ଉପରେ ସର୍ବେକ୍ଷଣ କରାଯାଇ ଜାରି କରାଯାଇଛି । ଏହି ତାଲିକାର ଶୀର୍ଷ ଭାଗରେ ଇଣ୍ଡୋନେସିଆର ନାମ ରହିଛି । ଇଣ୍ଡୋନେସିଆର ଇଷ୍ଟ ନୁସା ଟାଇଗର୍ ପ୍ରଥମ ସ୍ଥାନରେ ଥିବାବେଳେ ଏହାର ତଳକୁ ହଙ୍ଗେରୀର ବୁଡାପେଷ୍ଟ ରହିଛି । ସେହିପରି ଚତୁର୍ଥ ଓ ପଞ୍ଚମ ସ୍ଥାନରେ ଯଥାକ୍ରମେ ଆମେରିକାର ବଫାଲୋ ଓ ଅଜରବେଜାନ ରହିଛନ୍ତି ।
ଲୋନ୍ଲି ପ୍ଲାନେଟ୍ ଦୁନିଆର ଶୀର୍ଷ ସ୍ଥାନରେ ଥିବା ଟ୍ରାଇବାଲ୍ କମ୍ପାନୀ ଅଟେ । ୧୯୭୩ରୁ ଏହି କମ୍ପାନୀ ଦୁନିଆର ସୁନ୍ଦର ପର୍ଯ୍ୟଟନ ସ୍ଥଳୀମାନଙ୍କ ବିଷୟରେ ସୂଚନା ପ୍ରଦାନ କରିଆସୁଛି । ଏହି ରିପୋର୍ଟ ତିଆରି କରିବା ପାଇଁ କମ୍ପାନୀର ସ୍ୱେଚ୍ଛାସେବୀମାନେ ସ୍ଥାନୀୟ ପ୍ରଭାବଶାଳୀ ଲୋକାମାନଙ୍କ ସହାୟତା ନେଇଥାଆନ୍ତି । ଏହାପରେ କମ୍ପାନୀର ଏକ କମିଟି ଦ୍ୱାରା ପର୍ଯ୍ୟଟନ ସ୍ଥଳୀମାନଙ୍କର ରେଟିଂ ଦିଆଯାଇଥାଏ । ସେ ଯାହା ହେଉ ଏହା ଅତ୍ୟନ୍ତ ଗୌରବର ବିଷୟ ଯେହେତୁ ଆମ ଦେଶ ବିଶ୍ୱସ୍ତରରେ ଖ୍ୟାତି ଅର୍ଜନ କରିଚାଲିଛି ।


Share It

Comments are closed.