ଅଷ୍ଟ୍ରେଲିଆ ଏବଂ ବାଙ୍ଗଲାଦେଶ ମ୍ୟାଚରେ ସମାଲୋଚନାର ଶୀକାର ହେଲା ପାକିସ୍ତାନୀ ଦଳ


ଗତ କାଲି ବିଶ୍ୱକପରେ ଅଷ୍ଟ୍ରେଲିଆ ଏବଂ ବାଙ୍ଗଲାଦେଶ ମଧ୍ୟରେ ଖୁବ ହାଇଭୋଲଟେଜ ମ୍ୟାଚ ଦେଖିବାକୁ ମିଳିଥିଲା । ଏହି ମ୍ୟାଚରେ ବାଙ୍ଗଲାଦେଶ, ଅଷ୍ଟ୍ରେଲିଆ ଠାରୁ ୪୮ ରନରେ ପରାଜୟ ବରଣ କରିଥିଲା । କିନ୍ତୁ ଯେଉଁଭଳି ଭାବରେ ବାଙ୍ଗଲାଦେଶୀ ବ୍ୟାଟ୍ସମ୍ୟାନ ଅଷ୍ଟ୍ରେଲିଆ ବୋଲରଂଙ୍କୁ ଟିକ୍କର ଦେଲା ତାହା ଅତ୍ୟନ୍ତ ପ୍ରଶଂସାଯୋଗ୍ୟ । ବାଙ୍ଗଲାଦେଶର ଏହି ପ୍ରଦର୍ଶନ ସମସ୍ତ ଖେଳ ପ୍ରେମୀଙ୍କ ମନ ଜିଣି ଯାଇଥିଲା ।
ଗତ କାଲିର ମ୍ୟାଚରେ ଅଷ୍ଟ୍ରେଲିଆ, ବାଙ୍ଗଲାଦେଶକୁ ୩୮୧ ରନର ଟାର୍ଗେଟ ଦେଇଥିବାବେଳେ ୪୦-୪୨ ଓଭର ପର୍ଯ୍ୟନ୍ତ ଏହା ଲାଗୁଥିଲା ଯେ, ବାଙ୍ଗଲାଦେଶ ଏହି ଲକ୍ଷ୍ୟକୁ ଖୁବ ସହଜରେ ହାସଲ କରି ନେବ । କିନ୍ତୁ ବାଙ୍ଗଲାଦେଶ ଏହି ମ୍ୟାଚରେ ୩୩୩ ରନ କରିବାରେ ସକ୍ଷମ ହୋଇଥିଲା ଏବଂ ଅଷ୍ଟ୍ରେଲିଆ ଠାରୁ ୪୮ ରନରେ ପରାଜୟ ବରଣ କରିଥିଲା ।
ସେପଟେ ଅଷ୍ଟ୍ରେଲିଆ ବିପକ୍ଷରେ ବାଙ୍ଗଲାଦେଶର ଏହି ପ୍ରଦର୍ଶନ ଦେଖି କ୍ରିକେଟ ପ୍ରଶଂସକମାନେ ପାକିସ୍ତାନ କ୍ରିକେଟ ଟିମକୁ ଅତିଶୟ ସମାଲୋଚନା କରିଥିଲେ । କେବଳ ଏତିକି ନୁହେଁ ଏହି ମ୍ୟାଚ ପରେ ସୋସିଆଲ ମିଡିଆରେ ପାକିସ୍ତାନୀ କ୍ରିକେଟ ଟିମର ଅନେକ ମଜାଦାର ମିମି ମଧ୍ୟ ଦେଖିବାକୁ ମିଳିଥିଲା । ପ୍ରକାଶ ଥାଉକି ଚଳିତ ବିଶ୍ୱକପରେ ପାକିସ୍ତାନ, ଇଂଲଣ୍ଡକୁ ଛାଡି ଦେଲେ ଅନ୍ୟ ଦଳମାନଙ୍କ ଠାରୁ କେବଳ ପରାଜୟର ସ୍ୱାଦ ଚାଖିଛି ।
ସୋସିଆଲ ମିଡିଆରେ ମିମି ଦ୍ୱାରା ପାକିସ୍ତାନକୁ କିପରି ସମାଲୋଚନା କରାଯାଇଛି ଆସନ୍ତୁ ତା’ର କିଛି ଝଲକ ଦେଖିବା ।


Share It

Comments are closed.