ଦୀର୍ଘ ବର୍ଷ ଧରି ଗାତ ଭିତରେ ଜୀବନ ବିତାଉଛନ୍ତି ଦମ୍ପତି


ଦୁନିଆରେ ଦୁଇ ପ୍ରକାରର ଲୋକେ ବସବାସ କରିଥାନ୍ତି । ପ୍ରଥମତଃ ଯେଉଁମାନଙ୍କୁ ସମସ୍ତ ପ୍ରକାରର ସୁଖ-ସୁବିଧାର ଆବଶ୍ୟକତା ରହିଥାଏ ଏବଂ ଦ୍ୱିତୀୟତଃ ଅଳ୍ପରେ ଶାନ୍ତି ହେବା ଲୋକ । ଆଜି ଆମେ ଏଭଳି ଏକ ଲୋକଙ୍କ ବିଷୟରେ କାହାଣୀ କହିବାକୁ ଯାଉଛୁ, ଯାହାକୁ ଶୁଣିଲେ ଆପଣେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଆମେ ଆପଣଙ୍କୁ ଏଭଳି ଏକ ଦମ୍ପତିଙ୍କ ବିଷୟରେ କହିବାକୁ ଯାଉଛୁ , ଯିଏକି ୨୩ ବର୍ଷ ହେବ ଏକ ଗାତ ଭିତରେ ଘର କରି ରହିଛନ୍ତି । ଶୁଣିଲେ ଅଜବ ଲାଗୁଥିଲେ ମଧ୍ୟ ଘଟଣାଟି ସତ ।
ମିଗୁଅଲ ରେଷ୍ଟ୍ରେପୋ ଏବଂ ମାରିଆ ଗାରସିଆ ନାମ ଜଣେ ଦମ୍ପତି ତାଙ୍କର ବ୍ଲାକି ନାମକ ଏକ କୁକୁର ସହ ସେ ଦୀର୍ଘ୨୩ ବର୍ଷ ହେବ ଏକ ଗାତ ଭିତରେ ଘର କରି ଖୁବ ଆରାମରେ ନିଜର ଜୀବନ ବିତାଉଛନ୍ତି ।

ଏହି ଦମ୍ପତି ଜଣକ ଆମେରିକାସ୍ଥିତ କଲୋମ୍ବିଆର ନିବାସୀ ଅଟନ୍ତି । ଏହି ଦମ୍ପତିଙ୍କର ଗାତ ଭିତରେ ଘର କରି ରହିବା ପ୍ରକ୍ରିୟା ସେତବେଳେ ଆରମ୍ଭ ହୋଇଥିଲା ଯେତେବେଳେ ଉଭୟ ଅହରହ ନିଶାରେ ବୁଡି ରହୁଥିଲେ । ଉଭୟ ସବୁବେଳେ ନିଶାଗ୍ରସ୍ତ ହୋଇ ରହୁଥିବା ଯୋଗୁଁ ତାଙ୍କର ଜୀବନ ନଷ୍ଠ ହୋଇଯାଇଥିଲା ଏବଂ ଧିରେ ଧିରେ ସେମାନେ ତାଙ୍କର ପରିବାର ଲୋକଙ୍କ ଠାରୁ ମଧ୍ୟ ଦୂରେଇ ଯାଇଥିଲେ । ଉଭୟ ନିଶାରେ ଏତେ ବୁଡି ରହୁଥିଲେ ଯେ, ତାଙ୍କର ସଞ୍ଚିତ ଥିବା ସମସ୍ତ ଧନ, ସମ୍ପତି ନିଶା ସେବନରେ ହିଁ ଖର୍ଚ୍ଚ ହୋଇଯାଇଥିଲା ।

ଆଖି ଆଗରୁ ସବୁ ଚାଲିଯିବା ପରେ ଆତ୍ମସମୀକ୍ଷା କରିବା ପାଇଁ ଉଭୟଙ୍କ ପାଖରେ ଯେତେବେଳେ ସମୟ ଆସିଲା ସେତେବେଳେ କୌଣସି ବି ସମ୍ପର୍କିୟ ତାଙ୍କୁ ସହଯୋଗର ହାତ ବଢାଇ ନଥିଲେ । ଏହା ପରେ ଉଭୟ ଏକ ଗାତରେ ଘର କରି ରହିବାର ନିଷ୍ପତି ନେଇଥିଲେ ।
ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା ଯେ, ଉଭୟ ରହୁଥିବା ଏହି ଗତ ଭିତରେ ଘରୋଇ ଉପକରଣର ସମସ୍ତ ଆବଶ୍ୟକୀୟ ଉତ୍ପାଦ ରହିଛି । ଅର୍ଥାତ ଏହି ଗାତ ଭିତରେ ବିଦ୍ୟୁତ ଠାରୁ ଆରମ୍ଭ କରି ଟିଭି, ଖଟ, ରୋଷେଇ ଘର ଆଦି ରହିଛି ।


Share It

Comments are closed.