ନିଜ ଦେଶର ଲୋକଙ୍କ ଠାରୁ ସମାଲୋଚନା ଶୀକାର ହେଲା ‘ପାକିସ୍ତାନ ଟିମ’


ଚଳିତ ବିଶ୍ୱକପରେ ଭାଗ୍ୟ ପାକିସ୍ତାନର ସାଥ ଦେଉନଥିବାବେଳେ ବୁଧବାର ଦିନ ଇଂଲଣ୍ଡ, ନ୍ୟୁଜିଲାଣ୍ଡକୁ ହରାଇ ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିସାରିଛି । ଇଂଲଣ୍ଡର ଏହି ବିଜୟ ପରେ ସେମିଫାଇନାଲରେ ପାକିସ୍ତାନ ପ୍ରବେଶର ଆଶା ଧିରେ ଧିରେ ମଉଳିବାରେ ଲାଗିଲାଣି । ଚଳିତ ବିଶ୍ୱକପରେ ପାକିସ୍ତାନ ପ୍ରଥମେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବାବେଳେ ପରବର୍ତ୍ତୀ ସ୍ତରରେ ସେ ନିଜ ଖେଳରେ ସୁଧାର ଆଣିଥିବା ହେତୁ ଦଳ ସେମିଫାଇନାଲରେ ପ୍ରବେଶ କରିବାର ଆଶା ଉଜ୍ଜୀବିତ ରଖିଥିଲା ।
କିନ୍ତୁ ଗତ କାଲିର ମ୍ୟାଚ ପାକିସ୍ତାନ ପାଇଁ କ୍ଷଣୀକ ଆଶା ସଦୃଶ୍ୟ ଥିବାବେଳେ ତାହା ମଧ୍ୟ ଭାଙ୍ଗି ଚୁନା ହୋଇଯାଇଛି । କାରଣ ଯଦି ପାକିସ୍ତାନକୁ ସେମିଫାଇନାଲରେ ପ୍ରବେଶ କରିବାକୁ ହେବ ତେବେ ଦଳ ବାଙ୍ଗଲାଦେଶ ବୃହତ୍ତ ବ୍ୟବଧାନରେ ହରାଇବାକୁ ପଡିବ, ଯାହାକି ଅସମ୍ଭବ ସଦୃଶ୍ୟ ଅଟେ ।
ସେମିଫାଇନାଲରେ ପ୍ରବେଶ ପାଇଁ ମ୍ୟାଚର ସମୀକରଣ କହୁଛି ଯେ, ପାକିସ୍ତାନ ଯଦି ୩୫୦ ରନ ସଂଗ୍ରହ କରେ ତେବେ ସେ ବାଙ୍ଗଲାଦେଶକୁ ୩୧୨ ରନର ବୃହତ୍ତ ବ୍ୟବଧାନରେ ହରାଇବାକୁ ପଡିବ ।


ଏବଂ ଦ୍ୱିତୀୟ ସମୀକରଣ କହୁଛି ଯେ, ପାକିସ୍ତାନ ଯଦି ୪୦୦ ରନ ସଂଗ୍ରହ କରେ ତେବେ ସେ ବାଙ୍ଗଲାଦେଶ ୩୧୬ ରନର ବୃହତ୍ତ ବ୍ୟବଧାନରେ ହରାଇବାକୁ ପଡିବ । ବିଶ୍ୱକପରେ ବାଙ୍ଗଲାଦେଶରେ ପ୍ରଦର୍ଶନ ଦେଖିବାକୁ ଗଲେ ଏହା ଲାଗୁ ନାହିଁ ଯେ, ଦଳ ଏତିକି ସ୍କୋରରେ ସୀମିତ ରହିବ । ବର୍ତ୍ତମାନ ପାକିସ୍ତାନ ଏହି ପରିସ୍ଥିତିକୁ ଦେଖି ଅନେକ ସୋସିଆଲ ମିଡିଆ ୟୁଜର୍ସ ସେମାନଙ୍କୁ ସମାଲୋଚନା କରିବାକୁ ଲାଗିଲେଣି ।


Share It

Comments are closed.