ପଡିଆ ମଝିରେ ଶାମିଙ୍କୁ କଟୁ ଭାଷାରେ ଗାଳି ଦେଲେ ବିରାଟ


ବିଶ୍ୱକପରେ ଭାରତୀୟ ଦଳ, ଫିଲ୍ଡିଙ୍ଗରେ କିପରି ନିଜ ସ୍ଥିତିକୁ ଆହୁରୀ ସୁଦୃଢ କରିପାରିବେ ସେଥିପାଇଁ ଦଳ ସର୍ବଦା ପ୍ରଚେଷ୍ଟା କରୁଥିବାବେଳେ ଏହା ସତ୍ତେ୍ୱ ମଧ୍ୟ ଟୁର୍ଣ୍ଣାମେଣ୍ଟର କେତେକ ମ୍ୟାଚରେ ମିସ ଫିଲ୍ଡିଙ୍ଗର ଦୃଶ୍ୟ ଦେଖିବାକୁ ମିଳୁଛି । ଫିଲ୍ଡିଙ୍ଗ କୋଚ ‘ଶ୍ରୀଧର’ ଭାରତୀୟ ଦଳର ଫିଲ୍ଡିଙ୍ଗ ସ୍ଥିତିକୁ ନେଇ ଚିନ୍ତା ଜାହିର କରିଥିବାବେଳେ ଏହି କ୍ଷେତ୍ରରେ ଖେଳାଳୀଙ୍କୁ ଆହୁରୀ କଷ୍ଟ କରିବାକୁ ପଡିବ ବୋଲି ସେ କହିଛନ୍ତି ।
ଅନ୍ୟପଟେ ବିଶ୍ୱକପରେ ଭାରତ-ବାଙ୍ଗଲାଦେଶ ମ୍ୟାଚରେ ମଧ୍ୟ ମିସ ଫିଲ୍ଡର କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଅଧିନାୟକ ବିରାଟ କୋହଲି ଖୁବ ରାଗିଯାଇଥିଲେ । ପ୍ରକାଶ ଥାଉକି ଘଟଣାଟି ଏପରି ଘଟିଥିଲା ଯେ, ୨୭ତମ ଓଭରରେ ଭୁବନେଶ୍ୱର କୁମାର ବୋଲିଂ କରୁଥିବାବେଳେ ବ୍ୟାଟ୍ସମ୍ୟାନ ଲିଟନ ଦାସ ମିଡ-ଅଫରେ ଏକ ସଟ ମାରି ରନ ନେଉଥିବାବେଳେ ବୁମରା ବଲଟିକୁ ଧରି ୱକେଟକୁ ଡାଇରେକ୍ଟ ଥ୍ରୋ କରିଥିଲେ । କିନ୍ତୁ ବଲଟି ୱିକେଟରେ ନବାଜି ସିଧା ସାମିଙ୍କ ପାଖକୁ ଚାଲିଯାଇଥିଲା ଏବଂ ଶାମୀ ବଲଟିକୁ ଧରି ପୁଣି ଡାଇରେକ୍ଟ ଥ୍ରୋ କରିବା ପୂର୍ବରୁ ତାଙ୍କର ମିସ ଫିଲ୍ଡ ହୋଇଯାଇଥିଲା ।


ଶାମୀଙ୍କର ଏହି ମିସ ଫିଲ୍ଡକୁ ଦେଖି ଅଧିନାୟକ ବିରାଟ କୋହଲି ଖୁବ ରାଗି ଯାଇଥିଲେ ଏବଂ କହିଥିଲେ ‘ବି……ସି ସୋ ରାହାଥା କ୍ୟା ଉଁହାପେ’ । ବିରାଟଙ୍କ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋରସେ ଭାଇରାଲ ହେବାରେ ଲାଗିଛି ।


Share It

Comments are closed.